ଫିଲ୍ମ ‘ ବଜ୍ରଙ୍ଗୀ ଭାଇଯାନ ‘ର ମୁନ୍ନୀ ହୋଇଯାଇଛି ବହୁତ ସୁନ୍ଦର, ପରିବାର ସହିତ ଏହିପରି ପାଳନ କଲେ ନିଜର ୧୨ ତମ ଜନ୍ମଦିନ

ହର୍ଶାଲି ମାଲହୋତ୍ରା ସଲମାନ ଖାନ ଙ୍କ ସହିତ ଦେଖା ଯାଇଥିଲେ ବଜ୍ରଙ୍ଗୀ ଭାଇଯାନ ଫିଲ୍ମ ରେ । ଏଥିରେ ସେ ମୁନ୍ନୀ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମ ରେ ହର୍ଶାଲି ଗୋଟିଏ ଏପରି ଝିଅର ଭୂମିକା ଗ୍ରହଣ କରିଥିଲେ ଯିଏ କି କଥା ହିଇପାରେ ନାହିଁ । ୨୦୧୫ ରେ ଟିଲିଜ ହୋଇଥିଲା ବଜ୍ରଙ୍ଗୀ ଭାଇଯାନ ଏବେ ୫ ବର୍ଷ ବିତିଲା ପରେ ହର୍ଶାଲି ତାଙ୍କର ୧୨ ତମ ଜନ୍ମଦିନ ମନାଉଛନ୍ତି । ଏବେ ଦେଶରେ ଚାଲୁଥିବା ଲକଡାଉନ ପାଇଁ ତାଙ୍କୁ ତାଙ୍କ ଘରେ ହିଁ ଜନ୍ମଦିନ ପାଳନ କରିବାକୁ ପଡିଲା ।

ଏତେ ଛୋଟ ବୟସରୁ ହର୍ଶାଲି ଇଂସ୍ତାଗ୍ରାମ ରେ ଅଛନ୍ତି ଏବଂ ସେ ତାଙ୍କର ସୁନ୍ଦର ଫୋଟ ମଧ୍ୟ ସେୟାର କରନ୍ତି । ଜନ୍ମଦିନ ଅବସରରେ ମଧ୍ୟ ସେ ତାଙ୍କର କେତେକ ଫୋଟ ଇଂସ୍ତାଗ୍ରାମରେ ଅପଲୋଡ଼ କରିଛନ୍ତି । ହର୍ଶାଲି ତାଙ୍କ ଜନ୍ମଦିନରେ ତାଙ୍କ ଇଂସ୍ତାଗ୍ରାମ ଆକାଉଣ୍ଟ ରେ ଗୋଟିଏ ଫଟୋ ସେୟାର କରିଛନ୍ତି ଏହି ଫଟୋ ରେ ସେ ଗୋଟିଏ ନୁହଁ ଦୁଇଟି କେକ ସହିତ ଦେଖା ଯାଉଛନ୍ତି । ଏହି ଦୁଇଟି କେକ କୁ ତାଙ୍କର ମା ଓ ଭାଇ ମିଶି ବନାଇଛନ୍ତି । ଆଜିର ଏହି ଜନ୍ମଦିନ ର ମୌକା ରେ ଆମେ ଆପଣ ମାନଙ୍କୁ ହର୍ଶାଲି ଙ୍କର କିଛି ବ୍ୟକ୍ତିଗତ ଫଟୋ ଦେଖାଇବାକୁ ଯାଉଛୁ ।

ବଜ୍ରଙ୍ଗୀ ଭାଇଯାନରେ ଗୋଟିଏ ମୁକ ଝିଅ ଭୂମିକାରେ ଅଭିନୟ କରିଥିବା ହର୍ଶାଲି ତାଙ୍କ ଅସଲ ଜୀବନରେ ଖୁବ ଗପୁଡି ।

ହର୍ଶାଲି କବୁଲ ହେ, ଲୋଟ ଆଓ ତୃଷା ପରି ଧାରାବାହିକ ରେ ମଧ୍ୟ କାମ କରିଛନ୍ତି । ଆଗତ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ହର୍ଶାଲି ଖୁବ ଶୀଘ୍ର ଅର୍ଜୁନ ରାମପାଳଙ୍କ ସହିତ ନାସ୍ତିକ ଫିଲ୍ମ ରେ ଦେଖାଯିବେ । ହର୍ଶାଲିଙ୍କୁ କ୍ୟାଟ୍ରିନା କୈଫ ଙ୍କ ଫିଲ୍ମ ଫିତୁର ରେ ଅଭିନୟ କରିବାର ଅବସର ପ୍ରାପ୍ତ ହୋଇଥିଲା କିନ୍ତୁ ତାଙ୍କ ମା ଏହି ଫିଲ୍ମ ପାଇଁ ମନା କରିଦେଇଥିଲେ ।

ଫିଲ୍ମ ଫିତୁର ରେ ହର୍ଶାଲିଙ୍କୁ କ୍ୟାଟ୍ରିନା ଙ୍କ ବାଲ୍ୟକାଲର ଭୂମିକାରେ ଅଭିନୟ କରିବାକୁ ଥିଲା । କିନ୍ତୁ ତାଙ୍କ ମାଙ୍କୁ ଏହି ଭୂମିକା ରେ ଅଭିନୟ କରିବା ପସନ୍ଦ ଆସିନଥିଲା ତେଣୁ ସେ ହର୍ଶାଲି ଙ୍କ ପାଇଁ ଏହି ପ୍ରସ୍ତାବକୁ ମନା କରିଦେଇଥିଲେ ।

ହର୍ଶାଲି ଙ୍କ ମା କଥାରେ କହିଥିଲେ କି ସେ ଚାହାନ୍ତି ନାହିଁ କି ତାଙ୍କ ଝିଅ ଏହିପରେ କିଛି କମଜୋରି ଥିବା ଭୂମିକାରେ ଅଭିନୟ କରନ୍ତୁ ।

ଏମିତିରେ ସେ ହର୍ଶାଲିଙ୍କୁ ଏତେ କମ ବୟସରେ ଏତେ ଖୁଲମଖୋଲା କରି ଲୋକଲୋଚନକୁ ଆଣିବାକୁ ଚାହିଁ ନାହାନ୍ତି । ବୋଧ ହୁଏ ଏହା ହିଁ କାରଣ ଥିଲା ଯେ ସେ ସଲମାନଙ୍କ ଫିଲ୍ମ ପ୍ରେମ ରତନ ଧନ ପାୟ ଫିଲ୍ମ ରେ ଅଭିନୟ ପାଇଁ ପ୍ରସ୍ତାବକୁ ମଧ୍ୟ ତାଙ୍କ ମା ନାଁ କରିଦେଇଥିଲେ ।

ଆପଣଙ୍କୁ କହିରଖୁଛୁ କି ଫିଲ୍ମ ବଜ୍ରଙ୍ଗୀ ଭାଇଯାନରେ ହର୍ଶାଲିଙ୍କ ଅଭିନୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥିଲା ତେବେ ଯାଇ ତାଙ୍କ ମା ଏହି ଫିଲ୍ମ ପାଇଁ ରାଜି ହୋଇଥିଲେ ।
%0