କ୍ଷେତ ରେ ଅଟକି ଗଲା କୃଷକର ହଳ, ପୁଣି ମାଟିତଳୁ ବାହାରିଲା ଗୁପ୍ତଧନ

ତେଲେଙ୍ଗାନା ର ସଙ୍ଗାରେଡ୍ଡୀ ଜିଲ୍ଲାର ଯହିରାବାଦ ରେ ଜଣେ କୃଷକ ହଳ କଲା ସମୟରେ ମାଟି ତଳୁ ସୁନା ଏବଂ ବହୁତ ରତ୍ନ ମିଳିଥିଲା । ଏହି କଥା ଶୁଣି ଆପଣଙ୍କୁ କାହାଣୀ ପରି ଲାଗୁଥିବା କିନ୍ତୁ ଏହା ସତ ଅଟେ । କେବଳ ଏତିକି ନୁହଁ ଏହି ଜମିର ମାଟି ତଳୁ ବହୁତ ପ୍ରାଚୀନ୍ନ ଜିନିଷ ମିଳିଛି । ସେ ସମସ୍ତ ପ୍ରାଚୀନ୍ନ ଜିନିଷ ସୁନା , ଚାନ୍ଦି ଓ ତମ୍ବାରେ ଗଠିତ । ଜେରାଗଧ୍ୟାପଲ୍ଲୀ ଗ୍ରାମର କୃଷକ ୟାକୁବ ଅଲି , ଫସଲ ବୁଣିବା ପାଇଁ ନିଜ ଜମିକୁ ହଳ କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଏଵଂ ଏହାପରେ ଏଠାରେ ଭିଡ଼ କଗିଯାଇଥିଲା ।

କ୍ଷେତ ରେ ହଳ କରୁଥିବା ସମୟରେ ଯାକୁବ ର ହଳ କୌଣସି ଜିନିଷ କୁ ରେ ବାଜିଥିଲା । ତାପରେ ସେ ଏହାକୁ ଦେଖିବା ପାଇଁ ଚେଷ୍ଟା କରିଥିଲା ଯେ ହଳ କେଉଁ ଜିନିଷ ରେ ବାଜିଥିଲା । ଯେବେ ଯାକୁବ ଅଲ୍ଲୀ ଠିକ୍ ସେ ଦେଖିଲା ସେ ଅବାକ ହୋଇଯାଇଥିଲା । ପ୍ରଥମେ ତାକୁ ତିନୋଟି ତମ୍ବା କଳସ ମିଳିଲା । ଯାହା ଗହଣା ରେ ଭରପୁର ଥିଲା । ପରେ ଏହା ଛଡା ଆହୁରି ଅନେକ କଳସୀ ମିଳିଥିଲା ।

ଯାକୁବ ଏହି ଘଟଣା କୁ ନ୍ୟୁଜ ଅଧିକାରୀଙ୍କୁ ଦେଇଥିଲେ । ଏହା ପରେ ସ୍ଥାନୀୟ ପୋଲିସ ଅଧିକାରୀ ସେହି ଜାଗାକୁ ଆସି ପହଞ୍ଚି ଥିଲେ । ଏବଂ ଏହି କଥା ଜାଣିବା ପରେ ଲୋକ ମଧ୍ୟ ଖୁବ ଭିଡ଼ ବାନ୍ଧିଥିଲେ ଏହି ଘଟଣାର ସତ୍ୟତା ଜାଣିବାକୁ ।

ପୋଲିସ ଙ୍କ କହିବା ଅନୁସାରେ ଏପର୍ଯ୍ୟନ୍ତ ୨୫ଟି ସୁନାର ଟଙ୍କା , ହାର,ମୁଦି,ପାରମ୍ପରିକ କଂସା ବାସନ ମିଳିଛି । ଯାହାକୁ ପୁରାତନ ତତ୍ୱ ବିଭାଗ ପାଖକୁ ପଠାଗଲା । ଯେଉଁଠାରେ ବିଶେଷଜ୍ଞ ମାନେ ଏହା ଜାଣିବାକୁ ଚେଷ୍ଟା ଚଳାଇଛନ୍ତି ଏହି ସମସ୍ତ ଅଳଙ୍କାର ଓ ଧାତଵ ଜିନିଷ କେଉଁ କାଳର । ଏହା ର ଯାଞ୍ଚ ପରେ ସଠିକ କଥା ସାମ୍ନାକୁ ଆସିବ ।

ଜରୀୟା ବାଦ ମହାରାଷ୍ଟ୍ର ର ଔରଙ୍ଗାବାଦ ଜିଲ୍ଲାର ରାସ୍ତାରେ ପଡିଥାଏ ଏବଂ ଏହା ଔରଙ୍ଗାବାଦ ର ନିଜାମ ମାନଙ୍କର ପ୍ରଥମ ରାଜଧାନୀ ଥିଲା । ଦୁନିଆର ସବୁଠାରୁ ଧନୀ ନିଜାମ ଏଠାରେ ରହିଥିଲେ । କୋହିନୁର ହୀରା ମଧ୍ୟ ଗୋଳକୁଣ୍ଡାର ଖଣିରୁ ମିଳିଥିଲା । ଏପରି ମାନ୍ୟତା ଶୁଣିବାକୁ ମିଳୁଛି ଯେ କୃଷକଙ୍କ ଜମି ତଳୁ ଯେଉଁ ପ୍ରାଚୀନ୍ନ ଜିନିଷ ଆଭୂଷଣ ସବୁ ମିଳିଛି ତାହା ନିଜାମଙ୍କ ଯୁଗର ହୋଇପାରେ

Leave a Reply

Your email address will not be published. Required fields are marked *