ଆମ ଦେଶ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭାଗବାନ ଶିବଙ୍କର ମନ୍ଦିର ରହିଛି , ଯେଉଁଠାରେ ପ୍ରତିଦିନ ଶ୍ରଦ୍ଧାଳୁ ଭକ୍ତଗଣ ଦର୍ଶନ କରିବାକୁ ବହୁ ସଂଖାରେ ଆସିଥାନ୍ତି । ସନାତନ ଧର୍ମରେ ଶିବଙ୍କୁ ପ୍ରମୁଖ ଦେବତା ମାନଙ୍କ ମଧ୍ୟରୁ ବୋଲି ମାନାଯାଇଥାଏ , ଭଗବାନ ଶିବଙ୍କୁ ଦେବ ଦେବ ମହାଦେବ ଏବଂ ସମଗ୍ର ସଂସାରରର ଦେବତା ବୋଲି କୁହାଯାଇଛି ।
ଦେଶ ରେ ବହୁତ ଧର୍ମ ପୀଠ ଏପରି ରହିଛି ଯେଉଁ ଠାରେ ଭଗବାନଙ୍କ ସାକ୍ଷାତ ଦର୍ଶନ ହେବ ମନେ ହୁଏ । ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କେବଳ ଭଗବାନଙ୍କର ମୁଖର ପୂଜା ହୋଇଥାଏ । ଏବଂ ଭଗବାନଙ୍କର ବାକି ଅଂଶ ନେପାଳରେ ରହିଛି । ଯେଉଁଠାରେ ତାଙ୍କର ବାକି ଅଂଶର ପୂଜା ହୋଇଥାଏ ।
ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ଯେଉଁ ମନ୍ଦିର ବିଷୟରେ କହିବାକୁ ଯାଉଛୁ ତାହା ଉତ୍ତରାଖଣ୍ଡ ରେ ଅବସ୍ଥିତ । ଏହି ମନ୍ଦିର ଭକ୍ତ ମାନଙ୍କ ଆସ୍ଥାର ପ୍ରମୁଖ କେନ୍ଦ୍ର ଅଟେ । ଯେପରି ଆମେ ଜାଣିଛୁ , ଉତ୍ତରାଖଣ୍ଡ ରାଜ୍ୟ ଅଧ୍ୟାତ୍ମିକ କେନ୍ଦ୍ର ଓ ଦେବଭୂମି ନାମରେ ମଧ୍ୟ ଜଣାଯାଏ । ଏଠାରେ ଭଗବାନ ଶିବ ଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି ଯାହାକୁ ଦୁନିଆ ସାରା ଲୋକ କେଦାର ରୁଦ୍ରନାଥ ମହାଦେବ ବୋଲି ଜାଣିଛନ୍ତି ।
ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ହୋଇଛି, ଏହି ମନ୍ଦିର ସମୁଦ୍ର ତଲରୁ ପାଖା ପାଖି ୩୬୦୦ ମିଟର ଉଚ୍ଚରେ ରହିଛି । ଏହି ମନ୍ଦିର ମଧ୍ୟରେ ଶିବଙ୍କର ସମ୍ପୂର୍ଣ୍ଣ ଶରିର ନୁହଁ କେବେଳ ମୁଖ ପୂଜା ପାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶିବଙ୍କର ଶରୀରର ବାକି ଅଂଶ ନେପାଳର କାଠମାଣ୍ଡୁ ରେ ରହିଛି । ଯେଉଁ ଠାରେ ଏହାକୁ ଲୋକେ ପୂଜା କରନ୍ତି ।
ଭଗବାନ ଶିଵଙ୍କ ରୁଦ୍ରନାଥ ମନ୍ଦିର ଦେଶର ବାକି ଶିବ ମନ୍ଦିର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇଥାଏ । ଏହା ଏଥିପାଇଁ କୁହାଯାଏ କାରଣ ଦେଶର ବାକି ଶିବ ମନ୍ଦିର ମାନଙ୍କରେ ଶିଵଙ୍କ ଲିଙ୍ଗର ପୂଜା କରାଯାଏ କିନ୍ତୁ ଏହି ମନ୍ଦିରରେ କେବେଳ ଶିଵଙ୍କ ମୁଖର ପୂଜା ହୋଇଥାଏ । ଭଗବାନ ଶିବଙ୍କ ମୁଖକୁ ଭଗବାନ ନିଲକଣ୍ଠ ନାମରେ ଲୋକ ଜାଣିଛନ୍ତି । ଏହି ମନ୍ଦିର ପାଖରେ ଏକ ବିଶାଳ ଗୁମ୍ପା ମଧ୍ୟରେ ଭଗବାନଙ୍କର ଦୁର୍ଲଭ ପାଷାଣ ମୂର୍ତ୍ତିର ଦର୍ଶନ ମଧ୍ୟ ହୋଇପାରିବ ।
ଭଗବାନଙ୍କର ମୁଖର ମୂର୍ତ୍ତି ରହିଛି ଯାହାଙ୍କର ବେକ ଚୌଡା ଅଟେ। ଏପରି କୁହାଯାଏ ଏହି ମୂର୍ତ୍ତି ପାତାଳରୁ ବହାରିଛି ଏହାକୁ କେହି ସ୍ଥାପନା କରିନାହାନ୍ତି । ଆଜି ପର୍ଯ୍ୟନ୍ତ ଏହାର ଗଭୀରତା କେହି ମାପି ପାରିନାହାନ୍ତି । ଏହା ପାଖରେ ବୈତରଣୀ କୁଣ୍ଡରେ ଵିଷ୍ଣୁ ଭଗବାନଙ୍କ ଦର୍ଶନ ମଧ୍ୟ କରିପାରିବେ ।
ଭଗବାନ ଶିବଙ୍କର ଏହି ପ୍ରାଚୀନ ମନ୍ଦିରର ଯାତ୍ରା ଐତିହାସିକ ସ୍ଥଳ ଗୋପେସ୍ୱର ରୁ ଆରମ୍ଭ ହୋଇଥାଏ , ଆପଣ ଏଠାରେ ପ୍ରାଚୀନ୍ନ ଗୋପୀନାଥ ମନ୍ଦିର ମଧ୍ୟ ଦର୍ଶନ କରିପାରିବେ । ଯେଉଁ ଭକ୍ତମାନେ ଏଠାକୁ ଆସନ୍ତି ସେମାନେ ଏଠାରେ ପଵିତ୍ର ଲୋହ ତ୍ରିଶୂଳର ଦର୍ଶନ ନିସ୍ଚୟ କରନ୍ତି । ଏହା ପରେ ଭକ୍ତ ମାନେ ପାଦରେ ଚାଲି ଚାଲି ସାଗର ଗ୍ରାମରୁ ପାଖା ପାଖି ୪ କିଲୋମିଟର ଚଢିବା ପରେ ମୁଖ୍ୟ ଯାତ୍ରା ଆରମ୍ଭ ହୋଇଥାଏ ।
ଏହାପରେ ପୁଙ୍ଗ ବୁଗିୟାଲ ଏବଂ ଛଡ଼ାଇୟା ପାର କରିବାକୁ ପଡେ ତାପରେ ପିତୃ ଧାର ନାମକ ଏକ ଜାଗା ଆସିଥାଏ ଯେଉଁଠାରେ ଭଗବାନ ଶିଵଙ୍କ ସହିତ ଦେବୀ ପାର୍ବତୀ ଓ ଭଗବାନ ବିଷ୍ଣୁଙ୍କ ମନ୍ଦିର ସ୍ଥାପିତ । ପିତୃଧାରା ପହଞ୍ଚିବା ପରେ ଭକ୍ତଙ୍କ ଏହି ଚଢ଼ିବା ଶେଷ ହୋଇଯାଏ ତାହା , ତାପରେ ୧୦-୧୧ କିଲୋମିଟର ଚାଲିଲା ପରେ ଭକ୍ତମାନେ ରୁଦ୍ରନାଥ ମନ୍ଦିରର ଦର୍ଶନ କରନ୍ତି ।
ଯଦି ଆପଣ ଭଗବାନ ଶିବଙ୍କର ରୁଦ୍ରନାଥ ମନ୍ଦିରକୁ ଯିବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ଆପଣଙ୍କୁ ହୃଷୀକେସ ଯିବାକୁ ପଡ଼ିବ । ହୃଷିକେଶ ରୁ ୨୧୨ କିଲୋମିଟର ଦୂରରେ ଏହି ମନ୍ଦିର ଅବସ୍ଥିତ। ଆପଣ ଏଠାରେ ପହଞ୍ଚିବାକୁ ଟ୍ରେନ , ବସ ଓ ଉଡାଯାହାଜ ଡାହାଯ୍ୟରେ ମଧ୍ୟ ଯାଇପାରିବେ ।