ପଲ୍ସ ପୋଲିଓ ଅଭିଯାନରେ ଧାଡିରେ ଲୋକଙ୍କ ମଧ୍ୟରେ ଦ୍ୱାରରୁ ଦ୍ୱାର ଗର୍ଭନିରୋଧକ ବଟିକା ବଣ୍ଟନ କରାଯାଉଛି। ବିହାରର ଏକ କୁଆରେଣ୍ଟାଇନ ସେଣ୍ଟରରେ ଏହା ଦେଖାଯାଇଥିଲା କି ଏଠାରେ ରହୁଥିବା ପ୍ରବାସୀମାନଙ୍କୁ କଣ୍ଡମ ପ୍ୟାକେଟ ଓ ମହିଳାମାନଙ୍କୁ ଗର୍ଭନିରୋଧକ ବଟିକା ବଣ୍ଟନ କରାଯାଇଥିଲା।
କରୋନା ସଂକଟ ସମୟରେ ବିହାରର ପୋପାଳଗଞ୍ଜ ପ୍ରଶାସନ ଏକ ମଜାଦାର ନିଷ୍ପତି ନେଇଛନ୍ତି ପରିବାର ଯୋଜନା କାଯ୍ୟକ୍ରମକୁ ଉତ୍ସାହ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଛି। ଏହା ଅଧୀନରେ ଯେଉଁମାନେ ୧୪ ଦିନିଆ କୁଆରେଣ୍ଟାଇନ ଅବଧି ଶେଷ କରିଛନ୍ତି ସେହି ମାନଙ୍କୁ ପରିବାର ଯୋଜନା ପ୍ରଣାଳୀ କୁହାଯାଉଛି। ଏଥି ସହ ଏଥିପାଇଁ ଆବଶ୍ୟକ ଉତ୍ସ ବଣ୍ଟନ କରାଯାଉଛି।
ମହିଳାମାନଙ୍କୁ ଅନ୍ୟ ରାଜ୍ୟର ସଦସ୍ୟଙ୍କ ଠାରୁ ଦୁରେଇ ରହିବାକୁ କୁହାଯାଇଥିଲା। ପିଲା ଏବଂ ବୁଢ଼ାମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ଗର୍ଭନିରୋଧକ ବଟିକା ଦେବା ସହ ପରିବାର ଯୋଜନା ବିଷୟରେ ବିଶେଷ ଧ୍ୟାନ ଦେବାକୁ ମହିଳାମାନଙ୍କୁ କୁହାଯାଇଛି। ଗୃହ କୁଆରେଣ୍ଟାଇନରେ ରହୁଥିବା ଶ୍ରମିକ ଏବଂ ମହିଳାମାନଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଅବଗତ କୁହାଯାଉଛି।
ଆଶା କର୍ମଚାରୀ ହେଉ କିମ୍ବା ଏଏନଏମ ସବୁ ଘର ଘର ବୁଲି ଗର୍ଭନିରୋଧକ ବିଷୟରେ ଅବଗତ କରୁଛନ୍ତି।ଗୋପାଲଗଞ୍ଜରେ ଫୁଲବରିଆ ପ୍ରଖଣ୍ଡ ମୁଖ୍ୟାଳୟର ଉଚ୍ଚ ବିଦ୍ୟାଳୟ ମାଡ଼ିପୁରରେ ତିଆରି ହୋଇଥିବା କୁଆରେଣ୍ଟାଇନ ସେଣ୍ଟରରେ ଏପରି ଦୃଶ୍ୟ ଦେଖାଯାଇଛି।
ଏଠାରେ ଥିବା ପ୍ରବାସୀ ଶ୍ରମିକଙ୍କ ଭିତରେ କଣ୍ଡମ ବଣ୍ଟାଯାଉଥିଲା। ଏହି ପ୍ରକାର ଅନେକ କୁଆରେଣ୍ଟାଇନ ସେଣ୍ଟରରୁ ଘରକୁ ଯାଇଥିବା ଶ୍ରମିକଙ୍କ ଭିତରେ ଗର୍ଭନିରୋଧକ ବଟିକା ବଣ୍ଟାଯାଇ ଘରକୁ ପଠାଯାଇଥିଲା।ଗୋପାଲଗଞ୍ଜର ଡ଼ିଏମ ଅରସଦ ଅଜିଜଙ୍କ ଅନୁସାରେ ଏବେ ପର୍ଯ୍ୟନ୍ତ ୨ ଲକ୍ଷ ୨୪ ହଜାର ଲୋକଙ୍କ ଭିତରେ ଗର୍ଭନିରୋଧକ କଣ୍ଡମ ବଣ୍ଟାଯାଇସାରିଛି। ତା ସହିତ ୪୦ ହଜାର ୪୭୦ ମହିଳାଙ୍କୁ ଗର୍ଭନିରୋଧକ ବଟିକା ବଣ୍ଟାଯାଇଛି।
ଡ଼ିଏମ ଆଉ ମଧ୍ୟ କହିଛନ୍ତି କି ବିଦ୍ୟାଳୟରେ ହୋଇଥିବା କୁଆରେଣ୍ଟାଇନ ସେଣ୍ଟର ଓ ହୋମ କୁଆରେଣ୍ଟାଇନରେ ରହିବା ଵାଲା ଲୋକ ଭିତରେ ଗୃହରୁ ଗୃହ ପରୀକ୍ଷା ପାଇଁ ଆଶା କର୍ମଚାରୀ ହେଉ କିମ୍ବା ଏଏନଏମ କଣ୍ଡମ ଓ ଗର୍ଭନିରୋଧକ ବଟିକା ଦେଇ ତାଙ୍କୁ ପରିବାର ନିୟୋଜନ ଯୋଜନା ବିଷୟରେ ଅବଗତ କରିଛନ୍ତି।