ରାତି ରେ ତମ୍ବା ପାତ୍ର ରେ ରଖନ୍ତୁ ପାଣି ଓ ସକାଳେ ନାଗଫେଣି ସହ କରନ୍ତୁ ଏହି ଛୋଟ କାମ, ଏହା ପରେ ଆପଣଙ୍କ ଜୀବନରେ ଆସିବ ଅନେକ ପରିବର୍ତ୍ତନ..

ନାଗଫେଣି ର ଅଶୁଭ ପ୍ରଭାବ ରୁ ଚାକିରୀ ଓ ବ୍ୟାପାର ରେ ବାଧା ଆସିପାରେ ଓ ଭାଗ୍ୟ ର ସାଥ ମିଳିନଥାଏ କିନ୍ତୁ ନାଗଫେଣି ଯଦି ଘର ଠାରୁ ୫୦ ମିଟର କିମ୍ବା ତାଠାରୁ ଅଧିକ ଦୂର ରେ ଥାଏ ଓ ଦକ୍ଷିଣ ପଶ୍ଚିମ ଦିଗ ରେ ଥାଏ ତେବେ ସେହି ଗଛ ଆପଣଙ୍କ ଉନ୍ନତି ରେ ଆସୁଥିବା ବାଧା କୁ ଦୂର କରିପାରେ । ଏହା ସହିତ ଆପଣଙ୍କ ଘର ର ରୋଗ ଓ ଅଶାନ୍ତି ଦୂର କରି ଦୁର୍ଭାଗ୍ୟ ଦୂର କରିଥାଏ ।

ଉନ୍ନତି ରେ ବାଧା ଆସୁଥିଲେ

ଘରଠୁ ଦକ୍ଷିଣ-ପଶ୍ଚିମ ଦିଗ ରେ ନାଗଫେଣି କିମ୍ବା କୌଣସି କଣ୍ଟା ଗଛ ଲାଗିଥିଲେ ସେଥିରେ କ୍ଷୀର ଓ ପାଣି ଢାଳିବା ଦରକାର । ଏମିତି କରିବା ଦ୍ୱାରା ଆପଣଙ୍କ ଉନ୍ନତି ରେ ଆସୁଥିବା ବାଧା ଶେଷ ହୋଇଯିବ । ଚାକିରି ଓ ବ୍ୟାପାର ର ଚିନ୍ତା ମଧ୍ୟ ଦୂର ହୋଇଯିବ ।

ଟେନସନ କିମ୍ବା କୌଣସି ଡର ରେ ଚିନ୍ତିତ ଥିଲେ

Tension Headache

ଟେନସନ ଦ୍ଵାରା ଚିନ୍ତିତ ଥିଲେ ରାତି ରେ ଶୋଇଥିବା ସମୟରେ ତମ୍ବା ର କୌଣସି ପାତ୍ର କିମ୍ବା ଲୋଟା ରେ ପାଣି ଭର୍ତ୍ତି କରିରଖନ୍ତୁ । ସକାଳେ କାହା ସହ କଥା ନ ହୋଇ ସେହି ପାଣି ନାଗଫେଣି ଗଛ ରେ ଢାଳି ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଡର ଓ ଅଶାନ୍ତି ଶେଷ ହୋଇଯିବ ।

ଘରେ ଝଗଡ଼ା ଓ ରୋଗ ହେଉଥିଲେ

ଘର ର ସଦସ୍ୟ ମଧ୍ୟରେ ବିବାଦ ହେଉଥିଲେ କିମ୍ବା କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ହେଉଥିଲେ ତେବେ ତମ୍ବା ପାତ୍ର ରେ ପାଣି ଭର୍ତ୍ତି କରି ଘର ସାରା ବୁଲାନ୍ତୁ ଯେମିତି ପୂର୍ବ ରୁ ଆରମ୍ଭ କରି ଦକ୍ଷିଣାବର୍ତ୍ତୀ ଦକ୍ଷିଣ , ପଶ୍ଚିମ ଓ ଉତ୍ତର ପର୍ଯ୍ୟନ୍ତ ଆସନ୍ତୁ । ତାପରେ ଘର ଠାରୁ ଦୂର ରେ ଦକ୍ଷିଣ-ପଶ୍ଚିମ ଦିଗ ରେ କୌଣସି ନାଗଫେଣି ରେ ସେହି ପାଣି ଢାଳି ଦିଅନ୍ତୁ । ଏହା ଦ୍ବାରା ଘର ର ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *