ପେଟର ଦୁଇ ମୁଠେ ଦାନ ଦେବା ପାଇଁ ସୁଖଚେଂନ ଦେବୀ ପୁରୁଷ ମାନଙ୍କ କେସ ଓ ଦାଢ଼ି କାଟୁଛନ୍ତି, ତାଙ୍କ ଦୁଃଖ କାହାଣୀ ଜାଣିଲେ ଆଖିରେ ପାଣି ଆସିଯିବ

ବଡ ବଡ ବିୟୁଟି ପାର୍ଲରରେ ଆପଣ ମହିଳା ମାନଙ୍କୁ ପୁରୁଷ ମାନଙ୍କ ଚୁଟି ଓ ଦାଢ଼ି କାଟିବା ଏବଂ ସାଇଜ କରୁଥିବା ଦେଖିଥିବେ। ଏହି କାମ ଯେବେ ଏକ ଗାଉଁଲି ମହିଳା ଘର ଘର ବୁଲି କରେ ତା ପାଇଁ ବହୁତ ଅଶୁବିଧା ହୋଇଥାଏ। ବିହାରର ସୀତାମଢ଼ିରେ ଏକ ମହିଳା ନିଜ ଦରିଦ୍ରପଣକୁ ଦୂର କରିବା ପାଇଁ ପୁରୁଷ ମାନଙ୍କ କେସ ଓ ଦାଢ଼ି କାଟିଥାଏ। ଏଥିରୁ ମିଳୁଥିବା ପଇସାରେ ଘର ଖର୍ଚ୍ଚ କରିବା ସହିତ ନିଜ ବୁଢ଼ୀ ମା ଓ ନିଜ ପିଲାଙ୍କୁ ବି ଦେଖିଥାନ୍ତି।

ବାଜପଟି ଅଞ୍ଚଳର ବରରି ଫୁଲବରୀଆ ପଂଚାୟତର ବସୌଲ ଗାଁର ନିବାସୀ ୩୫ ବର୍ଷୀୟ ସୁଖଚେଂନଙ୍କ ବିବାହ ୧୬ ବର୍ଷ ତଳେ ପଟଦୌର ଗାଁରେ ହୋଇଥିଲା। ଶଶୁର ଘରେ କୌଣସି ଜମି ନଥିବାରୁ ଓ ବାପାଙ୍କ ମୃତ୍ୟୁ ପରେ ଦୁଇ ଝିଅ,ଗୋଟେ ପୁଅ ଓ ବୁଢ଼ୀ ମା ତାଙ୍କ ଦାୟିତ୍ୱର ଆସିଗଲେ।ସ୍ୱାମୀ ରମେଶ ଚଣ୍ଡିଗଡ଼ରେ ଲାଇନ କାମ କରିଥାଏ। ଯାହା ଦ୍ଵାରା ପରିବାର ଚାଲିବା କଷ୍ଟ ହେଉଥିଲା। ଏହା ପରେ ଦୁଇ ବର୍ଷ ପୂର୍ବରୁ ସୁଖଚେଂନ ଦେବୀ ଏହି କାମ କରିବାକୁ ଚିନ୍ତା କଲେ।

ସୁଖଚେଂନ ଦେବୀଙ୍କ ପାଇଁ ଏହି କାମ ସହଜ ନଥିଲା।ପ୍ରଥମରୁ ଲୋକ ତାଙ୍କ ପାଖରେ ଦାଢ଼ି ଓ ଚୁଟି କାଟିବାକୁ ରାଜି ହେଉନଥିଲେ। ଆସ୍ତେ ଆସ୍ତେ ଲୋକ ରାଜି ହୋଇଗଲେ। ଏବେ ସେ ସକାଳୁ କଇଁଚି, ଖୁର,ପାନିଆ ଧରି ଗାଁ କୁ ବାହାରିଯାଇଥାନ୍ତି। ବୁଲି ବୁଲି ଲୋକଙ୍କ ଦାଢ଼ି ଓ ଚୁଟି କାଟିଥାନ୍ତି। ଡାକିବା ଦ୍ଵାରା ଘରକୁ ବି ଯାଇଥାନ୍ତି। ଏହା ଦ୍ଵାରା ସେ ପ୍ରତିଦିନ ୨୦୦ ଟଙ୍କା କମାଇ ଦେଇଥାନ୍ତି। ଏହା ଦ୍ଵାରା ଘର ଚାଲିବାର ସହାୟତା ହୋଇଥାଏ।

ସୁଖଚେଂନ ଦେବୀ କହିଛନ୍ତି ସେ ଏହି କାମ କାହାଠାରୁ ଶିଖି ନାହାଁନ୍ତି। ସେ ବାରିକ ପରିବାର ରୁ ହୋଇଥିବାରୁ ନିଜ ବାପାଙ୍କୁ ଏହି କାମ କରୁଥିବା ଦେଖି ସେ ଶିଖିଛନ୍ତି। ବଡ଼ ହେଲାପରେ ନିଜ ଘରେ ଛୁଆଙ୍କ ଚୁଟି କାଟିବାରୁ ସେ ଏହି କାମ ଆରମ୍ଭ କରିଥିଲେ। ବିବାହ ପରେ ଅଶୁବିଧା ପଡିବାରୁ ପୁଣି ସେହି କାମ ଆରମ୍ଭ କଲେ।

ସୁଖଚେଂନ କହିଛନ୍ତି ପ୍ରଥମରୁ ପଡ଼ୋଶୀରେ ବିବାହ ସମୟରେ ଚୁଟି ,ନଖ କାଟିବା ଆଦି କାମ କରୁଥିଲେ। ଧୀରେ ଧୀରେ ପୁରୁଷଙ୍କ ଚୁଟି ,ଦାଢ଼ି କାଟିବା ଆରମ୍ଭ କଲେ।ସେ କହିଛନ୍ତି ଭଲ ଭାବେ ଶିଖିଯିବା ପରେ ଓ ପଇସା ହେଲେ ଏକ ବିୟୁଟି ପାର୍ଲର ଖୋଲିଦେବେ। ସେ କହିଛନ୍ତି ତିନି ଛୁଆ ଭଲ ଭାବେ ଖାଇ,ପିଇ ପଢି ପାରିବେ ଏହା ତାଙ୍କର ଚେଷ୍ଟା।

Leave a Reply

Your email address will not be published. Required fields are marked *