ମୃତ୍ୟୁ ଭୋଜିରେ ଖାଦ୍ୟ ଖାଇବା ଉଚିତ କି ଅନୁଚିତ?ଏହା ଦ୍ଵାରା ହେଉଥିବା କ୍ଷତି ବିଷୟରେ ଜାଣି ନିଅନ୍ତୁ।

ହିନ୍ଦୁ ଧର୍ମରେ ଯେବେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ ତାର ମୃତ୍ୟୁର ୧୩ ଦିନ ମୃତ୍ୟୁ ଭୋଜିର ଆୟୋଜନ କରାଯାଇଥାଏ। ଏପରି ମାନିବା ଅଟେକି ଭୋଜି ଦେବା ଦ୍ଵାରା ମରିବା ଲୋକର ଆତ୍ମକୁ ଶାନ୍ତି ମିଳିଥାଏ। କଣ ସତରେ ଏହି ଭୋଜି କରିବା ଉଚିତ କିମ୍ବା ଏହି ଭୋଜି ଖାଇବା ଠିକ? ସୋସିଆଲ ମିଡିଆରେ ଏହି ବିଷୟ ଅନେକ ଦିନରୁ ଚାଲି ଆସୁଛି। କିଛି ଲୋକଙ୍କ ମାନିବା ଅଟେ କି ଏହି ଭୋଜି ଭଲ ନୁହେଁ।

ଏହାକୁ ବହୁତ ଜଲ୍ଦି ବନ୍ଦ କରିଦେବା ଉଚିତ। ଏମାନଙ୍କ ମାନିବା ଅଟେକି ବ୍ୟକ୍ତି ମରିବା ପରେ ତା ପରିବାର ଦୁଃଖରେ ଥିବ ଏହି ସମୟରେ ଅଯଥା ପଇସା ଖର୍ଚ୍ଚ କରି ସେ ଭୋଜି କରିବା ଅନୁଚିତ। ଅନ୍ୟ କିଛି ଲୋକଙ୍କ କହିବା ଅନୁସାରେ ସମୟ ସହିତ ଦେଖେଇବା ପାଇଁ ଏହାକୁ ଅଧିକ ରୋମାଂଚକର କରାଯାଇଛି।

ଭାରତୀୟ ବୈଦିକ ପରମ୍ପରାରେ ମୋଟ ୧୬ ସଂସ୍କାର ଅଛି।ଏହା ମଧ୍ୟରେ ଅନ୍ତିମ ସଂସ୍କାର ବି ସାମିଲ ଅଛି। ଏଠାରେ ମରିବା ପରେ ବ୍ୟକ୍ତିର ଅଗ୍ନି ସଂସ୍କାର କରି ତାର ପିଣ୍ଡ ଦାନ କରାଯାଇଥାଏ। ସ୍ଥାନୀୟ ଲୋକଙ୍କ ମାନିବା ଅନୁସାରେ ୩-୪ ଦିନ ମୃତ୍ୟୁକର ଅସ୍ତି ସଞ୍ଚୟ କରାଯାଇଥାଏ। ୭-୮ ଦିନ ଅସ୍ତିକୁ ଗଙ୍ଗା,ବା ଅନ୍ୟ ନଦୀରେ ବିସର୍ଜନ କରାଯାଇଥାଏ।

୧୧ ଦିନ ମୃତ୍ୟକ କୁ ପିଣ୍ଡ ଦାନ କରାଯାଇଥାଏ। ୧୨ ଦିନ ଗଙ୍ଗାଜଳ ପୂଜା କରାଯାଇଥାଏ। ଏହି ଦିନ ପୁରା ଘରକୁ ଗଙ୍ଗାଜଳ ପକାଇ ପବିତ୍ର କରାଯାଇଥାଏ। ୧୩ ଦିନ ବ୍ରାହ୍ମଣ ଓ ଅନ୍ୟ ପୂଜ୍ୟ ଲୋକଙ୍କୁ ଖାଇବାକୁ ଦିଆଯାଇଥାଏ। ଏହାକୁ ମୃତ୍ୟୁ ଭୋଜନ କୁହାଯାଏ।

ମୃତ୍ୟୁ ଭୋଜନ ଖାଇବା କେତେ ଉଚିତ:

ବର୍ତ୍ତମାନ ଏହା ମାନା ଯାଉଛି କି ମୃତ୍ୟୁକର ୧୩ ଦିନ ବ୍ରାହ୍ମଣ ଖାଇବା ଦ୍ଵାରା ମୃତ୍ୟକ କୁ ଶାନ୍ତି ମିଳିଥାଏ କିନ୍ତୁ ମହାଭାରତର ଅନୁଶାସନ ପର୍ବରେ ଏହା କୁହାଯାଇଛି ମୃତ୍ୟୁ ଭୋଜନରେ ଖାଇବା ଶକ୍ତି ନଷ୍ଟ ହୋଇଥାଏ। ଏହା ଆପଣଙ୍କ ଶକ୍ତି ପାଇଁ ହାନିକାରକ ଅଟେ।

ମହାଭାରତର ଅନୁଶାସନ ପର୍ବରେ କୁହାଯାଇଛି ଯେବେ ଖୁଆଇବା ବ୍ୟକ୍ତିର ମନ ପ୍ରସନ୍ନ ଥିବା ଓ ଖାଇବା ବାଲାର ମନ ବି ପ୍ରସନ୍ନ ଥିବ ସେବେ ଖାଦ୍ୟ ଗ୍ରହଣ କରିବା ଉଚିତ। ଯଦି ଦୁହିଁଙ୍କର ମନ ନଥିବ ସେହି ଖାଦ୍ୟ ଗ୍ରହଣ ଅନୁଚିତ। ଯଦି କାହାର ପରିବାରରେ ମୃତ୍ୟୁ ହୋଇଛି ଆପଣ ସେହି ସଙ୍କଟ ସମୟରେ ତାଙ୍କ ସହିତ ଛିଡା ହୁଅନ୍ତୁ କିନ୍ତୁ ତାଙ୍କ ୧୨-୧୩ ଖାଦ୍ୟ ଖାଆନ୍ତୁ ନାହିଁ।

ବନ୍ଧୁଗଣ ଆଶାକରୁଛି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିବା, ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ଶେୟାର କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କର ମତାମତ କଣ କମେନ୍ଟରେ ନିଶ୍ଚିନ୍ତ ଜଣାନ୍ତୁ |

Leave a Reply

Your email address will not be published. Required fields are marked *