୨୧ ଜୁନ ୨୦୨୦ ରେ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଜ୍ୟୋତିଷ ଙ୍କ ଦୃଷ୍ଟି କୋଣ ରୁ ଏହି ସୂର୍ଯ୍ୟ ପରାଗ ଭଲ ହେବ ନାହିଁ । ଜ୍ୟୋତିଷ ଙ୍କ କହିବା କଥା , ଏହି ସୂର୍ଯ୍ୟ ଗ୍ରହଣ ର ଖରାପ ପ୍ରଭାବ ଦେଶ ର ଅର୍ଥବ୍ୟବସ୍ଥା ଉପରେ ପଡ଼ିବ । ପ୍ରଥମରୁ ଭାଙ୍ଗିପଡିଥିବା ଅର୍ଥବ୍ୟବସ୍ଥା ପାଇଁ ଆସୁଥିବା ୨୧ ଜୁନ ର ସୂର୍ଯ୍ୟ ପରାଗ କିଛି ଭଲ ସଂଙ୍କେତ ଦେଉନାହିଁ । କୁହାଯାଉଛି କି ସୂର୍ଯ୍ୟ ପରାଗ ଦ୍ଵାରା କରୋନା ରୋଗୀ ଙ୍କ ସଂଖ୍ୟା ରେ ମଧ୍ୟ ବୃଦ୍ଧି ହେବ ଓ ମୃତୁହାର ରେ ମଧ୍ୟ ବୃଦ୍ଧି ଘଟିବ । ଜ୍ୟୋତିଷ ଙ୍କ କହିଲେ କି ବାତ୍ୟା ଓ ଭୂମିକମ୍ପ ଭଳି ଭୟାନକ ପ୍ରାକୃତିକ ଦୁର୍ବିପାକ ଆସିପାରେ ।
ପରାଗ ସମୟରେ କ’ଣ କରିବେ ଓ କ’ଣ କରିବେ ନାହିଁ ?
ପରାଗ ସମୟରେ ୨୦ ଜୁନ ର ରାତି ୧୦ ଟା ୨୦ ମିନିଟ ରୁ ଆରମ୍ଭ ହେବ । ଜ୍ୟୋତିଷ ଓ ଅନେକ ବିଦ୍ୟାନ ଙ୍କ କହିବା କଥା ଗ୍ରହଣ ସମୟରେ କେବଳ ବାଳକ , ବୃଦ୍ଧ ଓ ରୋଗୀ ଙ୍କୁ ଭୋଜନ କରିବାରୁ ନିବୃତ୍ତ ରହି ପାରିବେ । ଏହା ଛଡା ଅନ୍ୟ ମାନଙ୍କୁ ଖାଦ୍ୟ ଖାଇବାରୁ ନିବୃତ ରହିବା ଦରକାର । ଯଦି ଭୋଜନ କରିବା ନିହାତି ଜରୁରୀ ହୁଏ ତେବେ ସେଥିରେ ତୁଳସୀ ମିଶାଇ ଭୋଜନ କରିବା ଦରକାର । ପରାଗ ପ୍ରଭାବ ସମୟରେ ଗର୍ଭବତୀ ମହିଳା ଙ୍କୁ ଅନାବଶ୍ୟକ କାମ କରନ୍ତୁ ନାହିଁ କେବଳ ଆରାମ କରିବା ଦରକାର । ଗର୍ଭବତୀ ମହିଳା ଙ୍କୁ ପରାଗ ଦେଖିବା ଉଚିତ ନୁହେଁ ।
ଜ୍ୟୋତିଷ ଙ୍କ ଅନୁସାରେ ଯଦି ପରାଗ ର ଛାୟା ଗର୍ଭ ରେ ବଢୁଥିବା ପିଲା ଉପରେ ପଡ଼ିବ ହେବାକୁ ଥିବା ପିଲା ପାଇ ଏହା ଭଲ ହୋଇନଥାଏ । ପରାଗ ଲାଗିଥିବା ସମୟରେ ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ ଓ ଧାରୁଆ ବସ୍ତୁ ପ୍ରୟୋଗ କରିବା କରିବା ନାହିଁ । ଛୁରୀ , ଚାକୁ , କଇଁଚି , ଛୁଚି ଆଦି ବ୍ୟବହାର କରନ୍ତୁ ନାହିଁ ।
ପରାଗର ଫଳ
ଜ୍ୟୋତିଷ ଙ୍କ ଅନୁସାରେ ସୂର୍ଯ୍ୟ ପରାଗ ର ଖରାପ ପ୍ରଭାବ ପଡ଼ିବ । କିନ୍ତୁ ମେଷ , ସିଂହ , କନ୍ୟା ଓ ମକର ରାଶି ଥିବା ଲୋକ ଙ୍କ ପାଇଁ ଏହି ପରାଗ ଶୁଭ ଅଟେ । ସେମିତି ବୃଷ , ତୁଳା ରାଶି ଥିବା ଲୋକ ଙ୍କ ପାଇ ଏହି ପରାଗ ଶୁଭ ନୁହେଁ ଓ ନା କିଛି ଖରାପ ପ୍ରଭାବ ପକାଇବ । ଏହି ରାଶି ଥିବା ଲୋକ ଙ୍କୁ ଏହି ଗ୍ରହଣ ମଧ୍ୟମ ଲାଭ ଦେବ ଯେବେ କି କର୍କଟ , ବିଛା ଓ ମୀନ ରାଶି ଥିବା ଲୋକ ଙ୍କ ପାଇଁ ଏହି ଗ୍ରହଣ ଅଶୁଭ ହେବ । ଜ୍ୟୋତିଷ ଙ୍କ କହିବା କଥା ବିଛା ରାଶି ଥିବା ଲୋକ ଙ୍କୁ ପରାଗ ସମୟରେ ବିଶେଷ ଧ୍ୟାନ ରଖିବା ଜରୁରୀ ।
ଆପଣଙ୍କ ଜାଣିବା ପାଇଁ କହିରଖୁଛୁ କି ପରାଗ କଣ ଆକୃତି ହେବ ସାଥିରେ ରବିବାର ରେ ଏହି ପରାଗ ପଡୁଥିବା ରୁ ଚୂଡ଼ାମଣି ଯୋଗ ରହିବ । ଏହି ସମୟରେ ଦାନ, ଜପ ଓ ଭୋଜନ ଆଦି କରିବା ଦ୍ଵାରା ଗ୍ରହଣ ର ଖରାପ ପ୍ରଭାବ ରୁ ରକ୍ଷା ମିଳି ପାରିବ ।