ଚୀନକୁ ଝଟକା ,ହଂଙ୍ଗକଂଙ୍ଗର ୩୦ ଲକ୍ଷ ଲୋକଙ୍କୁ ଡକାଇବ ବ୍ରିଟେନ।

ବ୍ରିଟେନ ଚୀନକୁ ଝଟକା ଦେଇ ଘୋଷଣା କରିଛି ହଂଙ୍ଗକଂଙ୍ଗର ୩୦ ଲକ୍ଷ ଲୋକଙ୍କୁ ନିଜ ଦେଶକୁ ଡ଼କାଇବା ପାଇଁ। କହିରଖିବୁକି ହଂଙ୍ଗକଂଙ୍ଗର ଜନସଂଖ୍ୟା ପାଖାପାଖି ୭୪ ଲକ୍ଷ ଅଟେ। ଚୀନ ହଂଙ୍ଗକଂଙ୍ଗ ଉପରେ ନିଜର ପୁରା ନିୟନ୍ତ୍ରଣ ପାଇଁ ନେସନାଲ ସିକ୍ୟୁରୀଟି ଲ(ନିୟମ) ଲାଗୁ କରିବା ପ୍ରସ୍ତାବକୁ ଅନୁମତି ଦେଇଦେଇଥିଲେ।

ଡେଲି ମେଲର ରିପୋର୍ଟ ଅନୁସାରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଵୋରିସ ଜନସନ କହିଛନ୍ତି କି ଯଦି ଚୀନ ହଂଙ୍ଗକଂଙ୍ଗରେ ମାନବାଧିକାର ଉଲଘଂନ କରେ ତେବେ ହଂଙ୍ଗକଂଙ୍ଗର ଲୋକଙ୍କୁ ବ୍ରିଟେନ ନାଗରିକତ୍ୱ ଦେବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ।

ଚୀନକୁ ହସ୍ତାନ୍ତର ହେବା ପୂର୍ବରୁ ହଂଙ୍ଗକଂଙ୍ଗ ବ୍ରିଟିଶର ଏକ ଉପନିବେଶ ଥିଲା। ଵୋରିସ ଜନସନ କହିଛନ୍ତି କି ନୂତନ ଜାତୀୟ ସୁରକ୍ଷା ଆଇନ ଆଶ୍ଚର୍ଯ୍ୟ ଜନକ ଭାବରେ ହଂଙ୍ଗକଂଙ୍ଗର ସ୍ଵାଧୀନତା ଛଡ଼ାଇନେବ। ଚୀନ ଏପରି କରିବା ଦ୍ୱାରା ବ୍ରିଟେନ ସହିତ କରିଥିବା ଚୁକ୍ତି ଭାଙ୍ଗିଯିବ। ଜନସନ କହିଛନ୍ତି ଚୀନର ଦମନ କାରଣରୁ ସେମାନେ ବ୍ରିଟେନର ଭିସା ବ୍ୟବସ୍ଥାରେ ପରିବର୍ତ୍ତନ କରିବେ। ବ୍ରିଟେନ ଭିସା ପ୍ରକ୍ରିୟାରେ ବ୍ରିଟେନ ଇତିହାସର ସବୁଠୁ ବଡ ପରିବର୍ତ୍ତନ ହେବ।

ମଇ ୨୮ କୁ ଚୀନର ସାଂସଦ ହଂଙ୍ଗକଂଙ୍ଗର ନୂଆ ରାଷ୍ଟ୍ରୀୟ ସୁରକ୍ଷା କାନୁନ କରିବାର ପ୍ରସ୍ତାବକୁ ଅନୁମତି ପ୍ରଦାନ କରିଥିଲେ। ଏହି କାନୁନ ଲାଗୁ ହେବା ପରେ ଚୀନ ଅଧିକାରୀଙ୍କୁ ହଂଙ୍ଗକଂଙ୍ଗରେ ବ୍ୟବସାୟ ଓ ସବୁ କିଛି କରିବାକୁ ଅନୁମତି ମିଳିଯିବ। ଏହା ପରେ ଆମେରିକା ବି ହଂଙ୍ଗକଂଙ୍ଗର ସହ ସବୁ ସମ୍ପର୍କ କାଟିବାକୁ ନିଷ୍ପତି ନେଇଛି।

କହିରଖିବୁକି ହଂଙ୍ଗକଂଙ୍ଗର ୩ ଲକ୍ଷ ୫୦ ହଜାର ଲୋକଙ୍କ ପାଖରେ ବ୍ରିଟେନର ନ୍ୟାସନାଲ ପାସପୋର୍ଟ ଅଛି। ଯେବେକି ଅନ୍ୟ ୨୫ ଲକ୍ଷ ଲୋକ ଏହି ପାସପୋର୍ଟ ପାଇଁ ଉପଯୁକ୍ତ ଅଟନ୍ତି। ଏବେ ଏହି ପାସପୋର୍ଟ ବିନା ଲୋକ ୬ ମାସ ବ୍ରିଟେନର ରହିପାରିବେ।

ବ୍ରିଟେନର ପ୍ରଧାନମନ୍ତ୍ରୀ ଵୋରିସ ଜନସନ କହିଛନ୍ତି କି ଯଦି ଚୀନ ଏହି ଆଇନ ଲାଗୁକରେ ତେବେ ବ୍ରିଟେନର ନ୍ୟାସନାଲ ପାସପୋର୍ଟ ଲୋକଙ୍କୁ ୧୨ ମାସ ପାଇଁ ଭିଜା ଦେବ ଓ ବ୍ରିଟେନରେ କାମ ପାଇଁ ଅଧିକାର ମିଳିବ। ୧୨ ମାସ ପରେ ସେମାନଙ୍କୁ ଭିଜାକୁ ରେନୁ କରିବାକୁ ପଡିବ। ଏହି ପରି ସେ ନାଗରିକତ୍ୱ ହାସଲ କରିବା ପରିସ୍ଥିତିକୁ ଆସିଯିବେ।

S atଚୀନର ବିଦେଶୀ ମନ୍ତ୍ରାଳୟ ବ୍ରିଟେନର ଏହି ପ୍ରସ୍ତାବକୁ ବିରୋଧ କରିଥିଲା। ବ୍ରିଟେନର ବିଦେଶୀ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିଆନ କହିଥିଲେ କି BNO ପାସପୋର୍ଟ ହାସଲ କରିବାଵାଲା ଚୀନର ନାଗରିକ। ଯଦି ବ୍ରିଟେନ ପ୍ରକ୍ରିୟାରେ ବଦଳାଇବ ତ ତାକୁ ନିଜ ନିୟମ ଓ ଅନ୍ତରାଷ୍ଟ୍ରୀୟ ନିୟମ ଉଲଘଂନ କରିବାକୁ ହେବ। ଚୀନ ଏହା ଉପରେ ନିଶ୍ଚୟ ମାମଲା ରୁଜୁ କରିବ।

Leave a Reply

Your email address will not be published. Required fields are marked *