ସମ୍ପର୍କ ଭାଙ୍ଗିବା ଖୁବ ଦୁଃଖଦ ହୋଇଥାଏ । କଳ୍ପନା କଲେ ଖୁବ କଷ୍ଟ ଲାଗେ ଯେ ଯେଉଁ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ସାଥିରେ ମାରିବେ ଏବଂ ସାଥିରେ ବଞ୍ଚିବାର ରାଣ ଖାଇଥାନ୍ତି । ବାସ କିଛି ଦିନର ସମ୍ପର୍କ ପରେ ତାଙ୍କ ସମ୍ପର୍କରେ କାହାର ନଜର ଲାଗିଲା ପରି ପରସ୍ପରର ମୁହଁ ଦେଖିବାକୁ ଚାହାନ୍ତି ନହିଁ । ଏହି ପରି କରଣ ସିଂହ ଗ୍ରୋଭର ଏବଂ ଜେନିଫର ବ୍ରିଙ୍ଗେଟ ଙ୍କ ମଧ୍ୟରେ ମଧ୍ୟ ହୋଇଥିଲା ।
ସେମାନେ ୨୦୧୨ ମସିହାରେ ବିବାହ କରିଥିଲେ ମାତ୍ର ୨ ବର୍ଷ ସାଥୀରେ ରହିବା ପରେ ସେମାନେ ୨୦୧୪ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲା । ଦୁଇଜଣଙ୍କର ଛାଡପତ୍ର ହେବାର କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା କାରଣ ୨୦୦୯ ମସିହାରୁ ଏମାନେ ଇଣ୍ଡଷ୍ଟ୍ରିର ସବୁଠାରୁ ଭଲ ଯୋଡି ଭାବରେ ପରିଚିତ ।
ପ୍ରଥମରୁ ହିଁ ବିବାହିତ ଥିଲେ କରଣ ସିଂହ ଗ୍ରୋଭର :
କରଣ ସିଂହ ଏବଂ ଜେନିଫର ଙ୍କର ପ୍ରେମ କାହାଣୀ ‘ ଦିଲ ମିଲଗେୟା ‘ ର ସୁଟିଂ ସେଟ ରୁ ଆରମ୍ଭ ହୋଇଥିଲା । କରଣ ଙ୍କ ପ୍ରଥମ ସ୍ତ୍ରୀ ଶ୍ରଦ୍ଧା ନିଗମ ଥିଲେ । ‘ ଦିଲ ମିଲଗେୟା ‘ ର ସୁଟିଂ ଚାଲିଥିବା ସମୟରେ ସେ ଶ୍ରଦ୍ଧାଙ୍କୁ ଛାଡପତ୍ର ଦେଇଥିଲେ । ଏହା ପୂର୍ବରୁ କରଣ ଏବଂ ଜେନିଫର ‘ କସୋଟି ଜିନ୍ଦେଗି କି ‘ ଧାରାବାହିକ ରେ ମଧ୍ୟ ସାଥିରେ କାମ କରିଥିଲେ , କିନ୍ତୁ ସେତେବେଳେ ତାଙ୍କ ମଧ୍ୟରେ କେବଳ ବନ୍ଧୁତ୍ବ ଥିଲା । ‘ ଦିଲ ମିଲଗେୟା ‘ ସୁଟିଂ ସମୟରେ ଅନ ସ୍କ୍ରିନ ଏବଂ ଅଫ ସ୍କ୍ରିନ କ୍ୟାମେଷ୍ଟ୍ରି ଖୁବ ଚର୍ଚ୍ଚା ରେ ଥିଲା ।
୨୦୧୨ ରେ ବିବାହ,୨୦୧୪ ରେ ଛାଡପତ୍ର :
ଶ୍ରଦ୍ଧା ନିଗମ ଓ କରଣ ଙ୍କର ଛାଡପତ୍ର ର କାରଣ ତାଙ୍କର ଅଫେର ଥିଲା । ୨୦୧୨ ଏପ୍ରିଲ ୯ ତାରିଖ ଦିନ ବିବାହ କରିଥିଲେ । ବିବାହର ୨ବର୍ଷ ପରେ ଜେନିଫର ଆଗ ଘୋଷଣା କରିଥିଲେ କି ସେ ଏବେ କରଣ ସହିତ ରହିବେ ନାହିଁ ବୋଲି ।
କଣ ବିପାଶା ଏହାର କାରଣ ହୋଇଥିଲେ :
ସେହି ସମୟରେ କରଣ ଫିଲ୍ମ ଜଗତରେ ପାଦ ଦେଉଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ ଏଲୋନ ‘ ରେ ସେ ବିପାଶା ଙ୍କ ସହିତ ଅଭିନୟ କରିଥିଲେ । ଯେପରି ସମ୍ପର୍କ ଭାଙ୍ଗିଲା ବେଳେ ତାହାର କାରଣ ମଧ୍ୟ ଖୋଜା ଯାଏ ସେହି ପରି ସେ ସମୟରେ ବିପାଶା ଓ କରଣ ଙ୍କ ବନ୍ଧୁତ୍ବ ବଢିବାକୁ ଲାଗିଥିଲା । ତେଣୁ ସେତେବେଳେ ବିପାଶାଙ୍କୁ ସମସ୍ତେ ତାଙ୍କ ଛାଡପତ୍ର ର କାରଣ ବୋଲି ଭାବୁଥିଲେ । ଏବଂ ବିପାଶା ଏବେ କରଣ ଙ୍କ ସ୍ତ୍ରୀ । ଏହି ଘଟଣା ତାଙ୍କ ପ୍ରଶଂସକ ମାନଙ୍କ ପାଇଁ କଷ୍ଟଦାୟୀ ଥିଲା ।
କରଣ ସପକ୍ଷରେ କହିଲେ :
ପ୍ରଥମେ କରଣ ଏହି ମାମଲାରେ ଚୁପ ଥିଲେ । କିନ୍ତୁ ଦିନେ ସେ ଟ୍ୱିଟର ରେ ଗୋଟିଏ ପରେ ଗୋଟିଏ ଟ୍ୱିଟ କଲେ । କରଣ ଲେଖିଥିଲେ ଏହି ଘଟଣା ସହିତ ସମ୍ଵନ୍ଧ ରଖୁଥିବା ଲୋକମାନଙ୍କୁ ମୁଁ ଜଣାଇ ଦେବାକୁ ଚାହୁଁଛି ଯେ ଆପଣ ଜାଣିଥିବେ ଜେନିଫର ଆଉ ମୁଁ ଏବେ ଆଉ ସମ୍ପର୍କରେ ନାହୁଁ । ଏବଂ ଏହି ନିର୍ଣ୍ଣୟ ଆମେ ଦୁହେଁ ମିଶି ନେଇଥିଲୁ ।
ଆମ ମଧ୍ୟରେ ଯାହା ହୋଇଥିଲା ତାକୁ କେବଳ ଆମେ ବୁଝିପାରିବୁ :
କରଣ କହିଲେ ଆମର ସମ୍ପର୍କ ଭାଙ୍ଗିବାର କାରଣ ଖୁବ ବ୍ୟକ୍ତିଗତ । ଆମେ ସେହି କାରଣକୁ ସମସ୍ତଙ୍କୁ କହିବାକୁ ଚାହୁଁ ନାହୁଁ । ଦୁଇ ଲୋକଙ୍କ ମଧ୍ୟରେ ହୋଇଥିବା ଏହି ବୁଝାମଣା କେବେଳ ସେମାନେ ହିଁ ବୁଝିପାରିବେ । ବାକି ସବୁକଥା ଭୁଲ , ଆଶଙ୍କା ଓ ମାନଗଢା ଅଟେ । ଆପଣ ସମସ୍ତଙ୍କ ଭଲପାଇବା ପାଇଁ ଧନ୍ୟବାଦ ।
ନିଜତା ର ସମ୍ମାନ ହେବ ଉଚିତ :
କରଣ ଆମର ସହଯୋଗୀ ‘ମୁମ୍ବାଇ ମିରର’ ସୋ ରେ ଇଣ୍ଟରଭୟୁ ସମୟରେ ମଧ୍ୟ କହିଥିଲେ ଏହା ଆମର ବ୍ୟକ୍ତିଗତ କଥା ଅଟେ । ଲୋକମାନେ ଜାଣିବାକୁ ଇଛୁକ ଆମେ ବୁଝୁଛୁ କିନ୍ତୁ ଆମର ନିଜତା ର ମଧ୍ୟ ସମ୍ମାନ ହେବା ଉଚିତ ।
କ୍ୟାରିଅର ରେ ମନ ଦେଲେ ଜେନିଫର :
କରଣ ଏବଂ ଜେନିଫର ଏବେ ଅଲଗା ଅଛନ୍ତି । କରଣ ମଧ୍ୟ ବିପାଶାଙ୍କୁ ବିବାହ କରି ତାଙ୍କ ସହିତ ଖୁସିରେ ଅଛନ୍ତି । କିନ୍ତୁ ଜେନିଫର ତାଙ୍କ କ୍ୟାରିଅର ରେ ମନ ଦେଇଛନ୍ତି । ୨୦୧୪ ରେ ସେ ସରସ୍ୱତୀ ଚନ୍ଦ୍ର ରେ ଲୋକ ଲୋଚନ କୁ ଆସିଥିଲେ , ୨୦୧୬-୧୭ ରେ ଜେନିଫର ‘ବେହଦ’ ଧାରାବାହିକ ରେ ମାୟା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ।
ଜେନିଫରଙ୍କ ଠାରୁ ଶିକ୍ଷା କରିବା ଉଚିତ :
ତାଙ୍କର ସୋ ‘ ବେହଦ ‘ ଏତେ ମାତ୍ରାରେ ଲୋକପ୍ରିୟ ହେଲାଯେ ୨୦୧୯ ରେ ଏହାର ସିକ୍ବାଲ ଅଣାଗଲା । କେବଳ କରଣ ଓ ଜେନିଫର ଏକା ନୁହଁ ଆମ ଆଖପାଖ ରେ ବହୁତ ଲୋକଙ୍କ ଜୀବନରେ ଏହିପରି ଉତ୍ତଥାନ ପତନ ରହିଛି । ସେହି ଲୋକମାନେ ତାଙ୍କଠାରୁ ଅଲଗା ହୋଇଛନ୍ତି ଯେଉଁ ମାନଙ୍କ ସହିତ ତାଙ୍କର ସବୁ ଖୁସି ପୁରା ଦୁନିଆ ଥିଲା । ଜୀବନ ହେଉଛି ସବୁବେଳେ ଆଗକୁ ବଢ଼ାଇବା ଏବଂ ପାଦ ଥକି ପଡିଲେ ମଧ୍ୟ ଚାଲିବା । ଯେପରି ଜେନିଫର ଆଗକୁ ବଢ଼ିଛନ୍ତି ।