ଟ୍ରମ୍ପ ଓ ମୋଦିଙ୍କ ଫୋନରେ ୨୫ ମିନିଟରୁ ଅଧିକ ସମୟ କଥାବାର୍ତ୍ତା ହୋଇଛନ୍ତି। ଦୁଇଜଣ ଅନେକ କଥାକୁ ନେଇ ଆଲୋଚନା କରିଛନ୍ତି।
ନୂଆଦିଲ୍ଲୀ- ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଫୋନରେ କଥା ହେଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ୨୫ ମିନିଟ ପର୍ଯ୍ୟନ୍ତ ଅନେକ କଥାକୁ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଟ୍ରମ୍ପ ମୋଦିଙ୍କୁ G7 ବୈଠକରେ ଉପସ୍ଥିତି ପାଇଁ ନିମନ୍ତ୍ରଣ କରିଛନ୍ତି। ଆମେରିକାରେ ହିଂସା,ଚୀନ-ଭାରତ କଳି,WHO ରେ ସୁଧାର ଉପରେ ଦୁଇ ଦେଶର ନେତା କଥାହେଉଛନ୍ତି।ଚୀନକୁ ଏହି କଥାବାର୍ତ୍ତା ଭଲ ଲାଗିନାହିଁ।
G7 ଉପରେ କଥାବାର୍ତ୍ତା,କଣ ପାଇଁ ବିରକ୍ତ ହୋଇଛି ଚୀନ:
ଟ୍ରମ୍ପ G7 ରେ ଭାରତ ସହିତ ରୁଷ, ଦକ୍ଷିଣ କୋରିଆ,ଓ ଅଷ୍ଟେଲିଆକୁ ବି ସାମିଲ କରିବାକୁ ଚାହୁଁଛି। କିଛି ଏକ୍ସପଟଙ୍କ କହିବାର ଅଟେ କି ସେହି G20 ର ମୂଲ୍ୟ ଟ୍ରମ୍ପ ହ୍ରାସ କରିବାକୁ ଚାହୁଁଛନ୍ତି ଯେଉଁଥିରେ ଚୀନ ମେମ୍ବର ଅଛି। WHO ଉପରେ ଚୀନର ପ୍ରଭାବ ଦେଖି ଟ୍ରମ୍ପ ତାକୁ ଦେଉଥିବା ଫଣ୍ଡ ଅଟକାଇ ଦେଇଛନ୍ତି। ମଙ୍ଗଳବାରରେ ଟ୍ରମ୍ପ ମୋଦିଙ୍କୁ G7 ବୈଠକ ପାଇଁ ନିମନ୍ତ୍ରଣ ଦେଇଛନ୍ତି। ମୋଦି ଟ୍ରମ୍ପଙ୍କ ସହିତ ମିଶି କାମ କରିବେ ବୋଲି କହିଛନ୍ତି।
ସୀମାରେ ଚୀନର କାଯ୍ୟରେ ଖୁସି ନାହିଁ ଆମେରିକା:
ଭାରତ ଓ ଚୀନ ଭିତରେ ସୀମାରେ ଘଟୁଥିବା କାମ ଉପରେ ମୋଦି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ କଥା ହୋଇଥିଲେ। ଚୀନର କାମରେ ଆମେରିକା ଖୁସି ନାହିଁ। ଆମେରିକା ସିନିଅର ଅଧିକାରୀ ବି ଆଗରୁ ଏପରି ମତ ଦେଇଛନ୍ତି। ଭାରତ ଓ ଚୀନ ଭିତରେ ୬ ଜୁନକୁ ଏକ ବୈଠକ ହେବ ଯାହାର ଉଦେଶ୍ୟ ରହିବ କିଭଳି ଶାନ୍ତି ପୂର୍ବକ ସୀମା ବିବାଦକୁ ସମାଧାନ କରାଯାଇପାରିବ। ଅନ୍ୟ ପାଖରେ ଚୀନ ପାକିସ୍ତାନ ଅଧିକୃତ ଅଂଚଳରେ ପାୱାର ପାଇଁ ପ୍ରୋଜେକ୍ଟ ଆରମ୍ଭ କରିଛି ଯାହାକୁ ଭାରତ ବିରୋଧ କରିଛି।
ମୋଦି -ଟ୍ରମ୍ପଙ୍କ ବନ୍ଧୁତ୍ୱରେ ଜଳୁଛି ଚୀନ:
Had a warm and productive conversation with my friend President @realDonaldTrump. We discussed his plans for the US Presidency of G-7, the COVID-19 pandemic, and many other issues.
— Narendra Modi (@narendramodi) June 2, 2020
ମୋଦି -ଟ୍ରମ୍ପଙ୍କ ଭିତରେ ଭଲ ବନ୍ଧୁତ୍ୱ ଅଛି। ମୋଦିଙ୍କ ସହ କଥାହେବା ସମୟରେ ଟ୍ରମ୍ପ ଫେବୁଆରୀରେ ଭାରତ ଆସିଥିବା ସମୟକୁ ମନେ ପକାଇଛନ୍ତି । ମୋଦିବି କହିଛନ୍ତି ଟ୍ରମ୍ପଙ୍କ ସେହି ଯାତ୍ରା ଏକ ଐତିହାସିକ ହୋଇ ରହିବ। ମୋଦି କହିଛନ୍ତି ଆମେ ଏହି ଭାଇରସ ବିଷୟରେ ଓ ଅନ୍ୟ ମାମଲା ଉପରେ କଥା ହେଇଛୁ।
ଜଳୁଥିଲା ଆମେରିକା,ଏହି ସମୟରେ ଟ୍ରମ୍ପଙ୍କ ମନେପଡ଼ିଲା ବନ୍ଧୁଙ୍କ କଥା:
ଆମେରିକାରେ ଏହି ସମୟରେ ଘରୋଇ ମାମଲା ଠିକ ନାହିଁ। ଅନେକ ସହରରେ ଏବେ ହିଂସା କାଣ୍ଡ ଚାଲିଛି। ଟ୍ରମ୍ପଙ୍କ ବିରୋଧରେ ଲୋକ ରାସ୍ତାକୁ ଓଲ୍ହାଇଛନ୍ତି। ଏହି ସମୟରେ ବି ଟ୍ରମ୍ପ ମୋଦିଙ୍କ ଫୋନ କରି ୨୫ ମିନିଟ କଥା ହବାର ଅର୍ଥ ଦୁହିଁଙ୍କ ଭିତରେ ଭଲ ବନ୍ଧୁତ୍ୱ ଅଛି। ଏହି କଥାର ଏହା ଅର୍ଥ କି ଟ୍ରମ୍ପଙ୍କୁ ଏହି ମାମଲା ଶାନ୍ତି ପଡିବା ଓ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବାର ଭରସା ଅଛି।