ଯଦି ଆପଣଙ୍କ କପଡା କରୋନା ଭାଇରସ୍ ସମ୍ପର୍କ ରେ ଆସିଯାଏ ତେବେ ଆପଣ ସଂକ୍ରମିତ ହୋଇପାରନ୍ତି । ଏଥିପାଇଁ ଭାଇରସ୍ ରୁ ବଞ୍ଚିବା ପାଇଁ ଚିକିତ୍ସକ ଓ ସ୍ବାସ୍ଥ୍ୟକର୍ମୀ ପ୍ରସୋନାଲ୍ ପ୍ରୋଟେକ୍ଟିଭ ଇକ୍ବିପମେଟ (ପିପିଇ କିଟ୍) ର ପ୍ରୟୋଗ କରୁଛନ୍ତି । ପିପିଇ କିଟ୍ ଆପଣଙ୍କ କପଡା ଓ ଆପଣଙ୍କୁ ଭାଇରସ୍ ରୁ ବଞ୍ଚାଇ ଥାଏ । କିନ୍ତୁ ଏହାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ସମ୍ଭବ ନୁହେଁ । ଏହାର ସମାଧାନ ପାଇ ଧନବାଦ ଝାଡ଼ଖଣ୍ଡ ର ଆଇଆଇଟି ଆଇଏସଏମ ଇଣ୍ଡିଆନ ସ୍କୁଲ ଅଫ ମାଇସ ର ବୈଜ୍ଞାନିକ ଏକ ଉପାୟ ବାହାର କରିଛନ୍ତି ।
ଏହି ବୈଜ୍ଞାନିକ ନାନୋ ପଦାର୍ଥ ସାହାଯ୍ୟରେ ସୁପର ହାଇଡ୍ରୋଫୋବିକ କୋଟିଙ୍ଗ ତିଆରି କରିଛନ୍ତି । ଏହା ବିଶୁଦ୍ଧ ସ୍ୱଦେଶୀ ଉପାୟ ଅଟେ । ଏହି ଉପାୟ ରେ କରୋନା ଭାଇରସ୍ ଭଳି ସୁଖ୍ମଜୀବୀ ଙ୍କୁ ନଷ୍ଟ କରିବାର କ୍ଷମତା ରହିଛି । ଏହି ପ୍ରଲେପ କୁ କପଡା ରେ ସୁସଜ୍ଜିତ କରିଦେଲେ ଏହା ସମ୍ପର୍କ ରେ ଆସୁଥିବା ଭାଇରସ୍ ଜୀବାଣୁ ଭଳି ସୂକ୍ଷ୍ମଜୀବୀ ନଷ୍ଟ ହୋଇଯିବେ ।
ଏହି ଭଳି କୋଟିଙ୍ଗ ସାହାଯ୍ୟ ରେ ଆପଣଙ୍କ ସବୁ ଡ୍ରେସ ଓ କପଡା ପିପିଇ କିଟ ଭଳି କାର୍ଯ୍ୟ କରିଥାଏ ଯାହା ଫଳରେ ଆପଣ ସହଜରେ ଏହି ରୋଗ ରୁ ସଂକ୍ରମିତ ହେବା ରୁ ବଞ୍ଚି ପାରିବେ । ଏହି କୋଟିଙ୍ଗ କୁ ଶେଷ ଚରଣ ରେ ପରୀକ୍ଷା ପରୀକ୍ଷାଗାର ରେ ଚାଲୁଛି । ଏବେ ପର୍ଯ୍ୟନ୍ତ ପରୀକ୍ଷଣ ସକାରାତ୍ମକ ଆସୁଛି ।
ଆଶା କରାଯାଉଛି କି ସବୁକିଛି ଆଶାନୁସାରେ ହେଲେ ବହୁତ ଜଲଦି ବ୍ୟବହାର ଉପଯୋଗୀ ହୋଇପାରିବ । ସୁପର ହାଇଡ୍ରୋଫୋବିକ କୋଟିଙ୍ଗ ବନାଉଥିବା ଆଇଆଇଏମ ର ରସାୟନ ଅଭିୟନ୍ତ୍ର ବିଭାଗ ର ପ୍ରଫେସର ଆଦିତ୍ୟ କୁମାର କହିଛନ୍ତି କି ବହୁତ ପରୀକ୍ଷଣ ପରେ ଏହାକୁ ପ୍ରସ୍ତୁତ କରିବା ପାଇଁ ସଫଳତା ମିଳିଛି ।
ପରୀକ୍ଷାଗାର ରେ ଶେଷ ଚରଣ ର ପରୀକ୍ଷଣ ଚାଲୁଛି । ସେଥିରେ ମଧ୍ୟ ଆଶାତୀତ ପରିଣାମ ଆସିବ । ଯଦି ସାଧାରଣ ଲୋକ ଏହି ପ୍ରଲେପ ଥିବା କପଡା ପିନ୍ଧିବେ ତେବେ ବସ୍ତ୍ର ସମ୍ପର୍କ ରେ କରୋନା ଆସିଲେ ସଙ୍ଗେସଙ୍ଗେ ନଷ୍ଟ ହୋଇଯିବ । ସଂକ୍ରମଣ ରୁ ଆପଣ ବଞ୍ଚିପାରିବେ ।
ପ୍ରଫେସର କୁମାର କହିଛନ୍ତି କି ରସାୟନ ବିଜ୍ଞାନ ରେ ସାମାନ୍ୟ ସିଦ୍ଧାର୍ଥ ଆଯନ ଆଧାର ରେ ଏହି କୋଟିଙ୍ଗ କାମ କରିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ସିଲଭର ନାଇଟ୍ରେଟ ର ପ୍ରୟୋଗ କରାଯାଇଛି । ଏହି ଯୈାଗିକ କୁ ଅବକ୍ଷେପିତ କରାଯାଇଥାଏ । ଏହା ପରେ ରସାୟନିକ ମିଶ୍ରଣ ପରେ ସିଲଭର୍ ର ନୈନୋ ଅଣୁ ପ୍ରସ୍ତୁତ କରାଯାଇଥାଏ । ଏଥିରୁ ହି କୋଟିଙ୍ଗ ପ୍ରସ୍ତୁତ କରାଯାଇଥାଏ । ଜୀବାଣୁ ଓ କରୋନା ଭାଇରସ୍ ଭଳି ସୂକ୍ଷ୍ମ ଜୀବ ଏହା ସମ୍ପର୍କ ରେ ଆସିଲେ ତାଙ୍କର ପ୍ରୋଟିନ କୁ ବାହାର ଖୋଳ ରୁ ଭାଙ୍ଗି ଦେଇଥାଏ ।
ପ୍ରଫେସର କୁମାର ଙ୍କ କହିବା କଥା ଏହା ଭିତରେ ଥିବା ରାଇବୋ ନ୍ୟୁକ୍ଲିକ ଏସିଡ ନିଷ୍କ୍ରିୟ ହୋଇଯାଇଥାଏ । ଏହିଭଳି କୋଟିଙ୍ଗ ସମ୍ଭବତଃ ପ୍ରଥମେ ଭାରତରେ ପ୍ରସ୍ତୁତ ହୋଇଛି । ୧୦୦ନାନୋମିଟର କିମ୍ବା ଏହା ଠାରୁ ଛୋଟ ଅଣୁ କୁ ନାନୋ ଅଣୁ କୁହାଯାଏ ।
ନାନୋ ମିଟର ର ସୂକ୍ଷ୍ମତା କୁ ଏହାର ଉଦାହରଣ ରୁ ବୁଝି ପାରିବା କି ମନୁଷ୍ୟ ର ବାଳ ର ବ୍ୟାସ ୬୦ ହଜାର ନାନୋମିଟର ହୋଇଥାଏ । ସେମିତି ନାନୋ ଟେକ୍ନୋଲୋଜି ଅପ୍ଲାଇଡ ଆକାର ର ହୋଇଥାଏ, ଯେଉଁଥିରେ ନାନୋ ଅଣୁ ଉପରେ କାମ କରାଯାଇଥାଏ ।
ଏହି ଉପାୟ ର ବ୍ୟବହାର ଉପଭୋକ୍ତା ଉତ୍ପାଦ ଚିକିତ୍ସା ଉପକରଣ ସୋଦୟ ପ୍ରସାଧନ ରସାୟନ ଇଲେକ୍ଟ୍ରୋନିକ୍ସ ଏବଂ ପୟାବରଣ ଭୋଜନ ପ୍ୟାକେଜିଙ୍ଗ ଇନ୍ଧନ ଉର୍ଯା କପଡା ପେଣ୍ଟ ଓ ପ୍ଲାଷ୍ଟିକ ଆଦି ରେ ହୋଇଥାଏ। ଏହି ଉପାୟ କୁ ପେଟେଟ କରାଯିବ । ଏହା ପରେ ଏହା କୁ କପଡା ପ୍ରସ୍ତୁତ କରୁଥିବା କମ୍ପାନୀ କୁ ହସ୍ତାନ୍ତର କରାଯିବ ଯାହାଫଳରେ ସାଧାରଣ ଲୋକ ଏହାର ଲାଭ ଉଠାଇ ପାରିବେ । ଏଥିରୁ କପଡା ପ୍ରସ୍ତୁତ ହୋଇପାରିବ ଯାହା ଏହି କୋଟିଙ୍ଗ ରୁ କ୍ଷତି ହେବ ।