ଏକ ସରଳ ହାତୀ କପଟୀ ମଣିଷ ଉପରେ କରିଲା ଭରସା, ଛିଡା ଛିଡା ଗର୍ଭବତୀ ହାତୀର ହୋଇଗଲା ମୃତୁ

କେରଳରେ କିଛି ଦୁଷ୍ଟ ଲୋକ ମାନେ ଏକ ହାତୀକୁ ବିସ୍ପୋରକ ଫଳ ଖାଇବାକୁ ଦେଇଥିଲେ ଖାଇବା ସମୟରେ ବିସ୍ପୋରଣ ହେବା ଦ୍ଵାରା ହାତୀ ଆହତ ହୋଇଥିଲା। ସେ ଏକ ସପ୍ତାହରୁ ଯନ୍ତ୍ରଣା ଭୋଗୁଥିଲା,ଏବେ ମୃତ୍ୟୁ ବରଣ କରିଛି।

ନୂଆଦିଲ୍ଲୀ: ଏକ ଫିଲ୍ମ ଆସିଥିଲା “ହାତୀ ମେରେ ସାଥି” ସେହି ଫିଲ୍ମର ଏକ ଗୀତରେ ରାଜେଶ ଖାନା ମରିଯାଇଥିବା ନିଜ ହାତୀକୁ କହିଛନ୍ତି ଏହି ଖରାପ ଦୁନିଆକୁ ଛାଡି ଭଲ ଦୁନିଆରେ ଖୁସିରେ ରହ। ସତରେ ଏହି ଦୁନିଆ ବହୁତ ଖରାପ ଅଟେ। ମଣିଷ ଅଟେ ଖରାପ କିପରି ହୋଇପାରେ କୌଣସି ମୂର୍ଖ ଜୀବକୁ ଏପରି ମାରିବାରେ ତାକୁ କଣ ମଜା ମିଳିଥାଏ। ସେ ମଧ୍ୟ ଏକ ହାତୀ ଯିଏ କାହାର କଣ ଅସୁବିଧା କରିଥାଏ। ତାକୁ ଏକ ବିସ୍ଫୋରଣକାରୀ ଫଳ ମଣିଷ ଦେଇଥିବ ବୋଲି ସେ ବି କେମିତି ଜାଣିବ। ଆଜି ସୋସିଆଲ ମିଡିଆରେ ସେହି ହାତୀର ଚର୍ଚ୍ଚା ଯାହାକୁ କିଛି ଦୁଷ୍ଟ ଲୋକ ମାରିଦେଇଛନ୍ତି।

ମଣିଷ ଉପରେ ଭରସା କରିବା ତାକୁ ଅଟେ ମହଙ୍ଗା ପଡିବ, ସେ ଭାବି ହିଁ ନଥିଲା:

କେରଳର ମଲାପୁରମ ଜଙ୍ଗଲର ଫରେଷ୍ଟ ଅଫିସର ସେହି ହାତୀର ଦୁଖଃଭରା କାହାଣୀ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି। ଜଙ୍ଗଲର ଏକ ହାତୀ ଖାଇବା ଆଶାରେ ପାଖ ଏକ ଗାଁକୁ ଚାଲିଯାଇଥିଲା। କିଛି ଦୁଷ୍ଟ ଲୋକ ତାକୁ ବମ ଫଳ କରି ଦେଇଦେଇଥିଲେ। ସେ ହାତୀର ଭୁଲ ଥିଲା କି ସେ ମଣିଷ ମାନଙ୍କ ଉପରେ ଭରସା କରିଥିଲା। ଯେବେ ସେ ସେହି ଫଳ ଚୋବାଇବା ଆରମ୍ଭ କରିଛି ଧମାକା ହେଲା ଓ ସେ ଅତି ଗୁରୁତ୍ୱର ଆହତ ହୋଇଥିଲା। ସେ ନିଜ ପିଲାଙ୍କ ପାଇଁ ଚିନ୍ତା କରୁଥିଲା। ଏକ ମା ପାଇଁ ନିଜ ପିଲାଙ୍କ ଚିନ୍ତା ସବୁଠୁ ବଡ଼ ଚିନ୍ତା ହୋଇଥାଏ।

ନିଜ ଦୁଃଖ ନିଜେ ପିଇଗଲା ସେ:

ତାକୁ ଏତେ କଷ୍ଟ ହେଉଥିଲା ସେ ମନରେ ଭାବିଥିବ ସେହି ଲୋକକୁ ମାରିଦେବାପାଇଁ କିନ୍ତୁ ସେ ଏପରି କିଛି କରିନଥିଲା। ସେ ପୀଡ଼ାରେ ଘୁରି ବୁଲିଲା। ସେ କିନ୍ତୁ କାହାର କୌଣସି କ୍ଷତି କରିନଥିଲା। ଶେଷରେ ବେଲିଆର ନଦୀ ନିକଟରେ ପହଁଚିଲା ସେଠାରେ ତାକୁ ବୋଧେ ଟିକେ ଭଲ ଲାଗିଥିବା।

ଜଣା ପଡିଯାଇଥିଲା କି ସମୟ ଆସିଗଲା:

ହାତୀକି ଜଣା ବୋଧେ ପଡିଯାଇଥିଲା କି ସେ ଆଉ ବଞ୍ଚିବନି। ଫରେଷ୍ଟର ତାକୁ ବଞ୍ଚାଇବା ପାଇଁ ଅନ୍ୟ ଦୁଇ ହାତୀକୁ ଆଣିଥିଲେ। ସେ ସେମିତି ଛିଡା ରହିଲା । ମଇ ୨୭ ସନ୍ଧ୍ୟାବେଳେ ସେ ଶେଷରେ ପ୍ରାଣ ତ୍ୟାଗ କରିଦେଲା। ଗାଁ ଲୋକ ଓ ଫରେଷ୍ଟର ତାର ଶବକୁ ଏକ ଟ୍ରକରେ ନେଇ ଅନ୍ତିମ ସଂସ୍କାର କଲେ।

ସେହି ଦୁଷ୍ଟ ଲୋକଙ୍କ ପାଇଁ ସୋସିଆଲ ମିଡିଆରେ ଲୋକ ଦେଖାଇଲେ ରାଗ:

ସୋସିଆଲ ମିଡିଆରେ ଯେବେ ଏହି ଖବର ଭାଇରାଲ ହେଲା ଲୋକ ସେହି ଦୁଷ୍ଟ ଲୋଙ୍କ ଅନେକ ଗାଳି ଦେଇଥିଲେ। କିଛି ଲୋକ କହିଥିଲେ ଲୋକଙ୍କ ଏଭଳି କାମ ପାଇଁ କରୋନା ଭାଇରସ ଆସିଛି। ଦେଖନ୍ତୁ ଲୋକଙ୍କ ପ୍ରତିକ୍ରିୟା।

https://twitter.com/KanishqT/status/1268023247989342209?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fsocial-media-mourns-pregnant-elephant-killed-with-explosives%2Farticleshow%2F76167530.cms

Leave a Reply

Your email address will not be published. Required fields are marked *