ଦେଶର ନା ଇଣ୍ଡିଆରୁ ବଦଳାଇ ଭାରତ ରଖିବା ନିବେଦନ ସୁପ୍ରିମକୋର୍ଟରେ ଖାରଜ।

ସୁପ୍ରିମକୋର୍ଟରେ ଦେଶର ନାମ ଇଣ୍ଡିଆରୁ ବଦଳାଇ ଭାରତ ରଖିବା ନିବେଦନ ଖାରଜ କରାଯାଇଛି। କୋର୍ଟ କହିଛି ଏହି ନିବେଦନର କପିକୁ ସମ୍ବନ୍ଧିତ ମନ୍ତ୍ରାଳୟକୁ ପଠାଯାଉ ସେଠି ଏହାର ନିର୍ଣ୍ଣୟ କରାଯିବ।

ସମ୍ବିଧାନରେ ଦେଶର ନାମ ଇଣ୍ଡିଆରୁ ବଦଳାଇ ଭାରତ ରଖିବା ନିବେଦନ ସୁପ୍ରିମକୋର୍ଟରେ ଖାରଜ କରି କହିଛି ଏହି ନିବେଦନର କପିକୁ ସମ୍ବନ୍ଧିତ ମନ୍ତ୍ରାଳୟକୁ ପଠାଯାଉ ସେଠି ଏହାର ଫଇସଲା କରାଯିବ। ଅଦାଲତ କହିଛି ନିବେଦନକାରୀ ସରକାରଙ୍କ ସମ୍ମୁଖରେ ଏହା ବିଷୟରେ କୁହନ୍ତୁ।

ମୁଖ୍ୟ ଜଷ୍ଟିସ କହିଲେ -ସମ୍ବିଧାନରେ ସଫା ଲେଖାଯାଇଛି:

ମାମଲାର ଶୁଣାଣି ସମୟରେ ମୁଖ୍ୟ ଜଷ୍ଟିସ ଏସଏ ବୋବଡେ ଭିଡ଼ିଓ କନ୍ଫରେନର୍ସରେ କହିଛନ୍ତି ଏପରି କଣ ପାଇଁ ନିବେଦନ କରାଯାଉଛି ସମ୍ବିଧାନରରେ ସଫା ଲେଖାଯାଉଛି ଇଣ୍ଡିଆ ହିଁ ଭାରତ ଅଟେ। ନିବେଦନକାରୀ ଏହା ନିବେଦନ କରିଛନ୍ତି କି ଇଣ୍ଡିଆ ଶବ୍ଦ ଗ୍ରୀକ ଶବ୍ଦରୁ ଆସିଛି ଓ ଏହି ନାମକୁ ବଦଳାଇବା ଆବଶ୍ୟକ। ନିବେଦନକାରୀ ଲଗାତର ଏହି ମାମଲା ସୁପ୍ରିମକୋର୍ଟରେ ରଖିଲେ ଯେବେ ସୁପ୍ରିମକୋର୍ଟ ଏହି ମାମଲା ଶୁଣିଲେନି ତ ନିବେଦନକାରୀ କହିଲେ ଏହାକୁ ସମ୍ବନ୍ଧିତ ମନ୍ତ୍ରାଳୟ ସମ୍ମୁଖରେ ନିବେଦନ ପାଇଁ ଅନୁମତି ଦିଆଯାଉ। ଏହା ପରେ ସୁପ୍ରିମକୋର୍ଟ ଏହା ପାଇଁ ଅନୁମତି ଦେଇଦେଇଥିଲେ।

ସମ୍ବିଧାନରେ ଲେଖାଯାଇଛି ଇଣ୍ଡିଆ ହେଉଛି ଭାରତ:

ସୁପ୍ରିମକୋର୍ଟ ବି ନିବେଦନକାରିଙ୍କୁ କହିଛନ୍ତି ସମ୍ବିଧାନରେ ବି ଭାରତ ଲେଖାଯାଇଛି। ଲେଖାଯାଇଛି ଇଣ୍ଡିଆ ହେଉଛି ଭାରତ। ସୁପ୍ରିମକୋର୍ଟ କହିଛି ଆପଣ ସମ୍ବନ୍ଧିତ ମନ୍ତ୍ରାଳୟ ସାମ୍ନାରେ ନିଜ ମତ ରଖନ୍ତୁ ଓ ସରକାରଙ୍କୁ ସନ୍ତୁଷ୍ଟ କରନ୍ତୁ।

କେନ୍ଦ୍ରକୁ ନିର୍ଦେଶ ଦେବାପାଇଁ ନିବେଦନ:

ସୁପ୍ରିମକୋର୍ଟରେ ଏହି ନିବେଦନ କରାଯାଇଥିଲା କି ସେ କେନ୍ଦ୍ରକୁ ନିର୍ଦେଶ ଦିଅନ୍ତୁ ଯେପରି ଇଣ୍ଡିଆକୁ ବଦଳାଇ ଭାରତ କରାଯିବ। ସୁପ୍ରିମକୋର୍ଟ ଏହାର ଫଇସଲା ୨ ଜୁନକୁ କରିବ ବୋଲି କହିଥିଲା। ନିବେଦନକାରୀ କହିଥିଲେ ଆମର ରାଷ୍ଟ୍ରୀୟତା ପାଇଁ ଭାରତ ନାମ ଆବଶ୍ୟକ। ସୁପ୍ରିମକୋର୍ଟ ଏହା ଉପରେ ରାୟ ନ ଦେଇ ଏହାକୁ ସଂବଧିତ ମନ୍ତ୍ରାଳୟକୁ ପଠାଇବାକୁ କହିଥିଲା।

ସମ୍ବିଧାନରେ ଅନୁଛେଦରେ ପରିବର୍ତ୍ତନ ପାଇଁ ଥିଲା ନିବେଦନ:

ସୁପ୍ରିମକୋର୍ଟରେ ଏହା ନିବେଦନ କରାଯାଇଥିଲା କି ସମ୍ବିଧାନରେ ଅନୁଛେଦ-୧ କୁ ପରିବର୍ତ୍ତନ କରିବା ପାଇଁ। ଏଠାରେ ଭାରତ ନାମ ଯୋଡ଼ାଯିବା ପାଇଁ ଆବେଦନ କରାଯାଇଛି। କୁହାଯାଇଥିଲା ଇଂରାଜୀ ନାମକୁ ହଟାଇ ଭାରତ କରାଯିବା ପାଇଁ। ଭାରତ ପାଇଁ ଅନୁଛେଦ-୧ ବଦଳାଇବା ଆବଶ୍ୟକ। ସେଥିପାଇଁ ଇଣ୍ଡିଆ ନାମ ବଦଳାଇ ଭାରତ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *