କରୋନା ଭାଇରସ ସହ ଏବେ ପୁରା ବିଶ୍ୱ ଲଢ଼ୁଛି। ୧୦୦ ରୁ ଅଧିକ ଦେଶ ଏହି ଭାଇରସର ଟିକା ବାହାର କରିବାରେ ଲାଗିଛନ୍ତି କିନ୍ତୁ ଏବେ ଏହି ଭାଇରସ ନାମରେ ଅନ୍ଧବିଶ୍ୱାସ ବ୍ୟାପୁଛି। ଏହି ଅନ୍ଧବିଶ୍ୱାସ ବିହାରର ରୋହତାସ ଜିଲ୍ଲାରେ ଦେଖିବାକୁ ମିଳିଛି।
ଏହି ଠାରେ କିଛି ମହିଳା ଏହି ଭାଇରସକୁ ତଡିବାକୁ ”କରୋନା ମା” ଙ୍କ ପୂଜା କରୁଛନ୍ତି। ଏହି ମହିଳାମାନଙ୍କ ମାନିବା ଅଟେ କି ଏହି ପୂଜା ଦ୍ଵାରା କରୋନା ମା ପଳେଇବେ ଯାହା ଦ୍ଵାରା ଏହି ଭାଇରସ ବି ଭଲ ହୋଇଯିବ।
ପୂଜା କରୁଥିବା ଏହି ମହିଳାମାନେ କହିଛନ୍ତି ତାଙ୍କୁ ମୋବାଇଲରେ ଏକ ଭିଡ଼ିଓ ଆସିଥିଲା ଯେଉଁଥିରେ କରୋନା ମା ଙ୍କ ପୂଜା କରିବାକୁ କୁହାଯାଇଥିଲା। ଏହି ଭିଡ଼ିଓ ସେହି ଅଞ୍ଚଳରେ ଭାଇରାଲ ହୋଇଯାଇଥିଲା,ଯାହା ପରେ ମହିଳାମାନେ ପୂଜା ଆରମ୍ଭ କରିଛନ୍ତି।
ନୋଖା ଗାଁରେ କରୋନା ମା ଙ୍କ ପୂଜା କରୁଥିବା ମହିଳା ପାର୍ବତୀ ଦେବୀଙ୍କୁ ଭରସା ଅଛି ଯେ ଏହି ପୂଜା ଦ୍ଵାରା କରୋନା ମା ଛାଡ଼ି ଚାଲିଯିବେ। ଏଥିପାଇଁ ସେ ଧୂପବତୀ ,ଫଳ,ଫୁଲ ନେଇ ପୂଜା କରିବାକୁ ପହଞ୍ଚିଥିଲେ। ଚିନ୍ତାର ବିଷୟ ଏହା ଯେ ମହିଳାଙ୍କ ପାଖରେ କୌଣସି ମାସ୍କ ନଥିଲା କି ସେମାନେ ସାମାଜିକ ଦୂରତା ମଧ୍ୟ ପାଳନ କରୁନଥିଲେ।
କହିରଖିବୁ କି ଦେଶରେ କରୋନା ଭାଇରସରେ ଏବେ ପର୍ଯ୍ୟନ୍ତ ୧,୯୮,୭୦୬ ଜଣ ସଂକ୍ରମଣ ହୋଇସାରିଥିବା ବେଳେ ୫,୫୯୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।
ତେବେ ଏହାକୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଏବଂ ଲାଇକ କରି କମେଣ୍ଟରେ ନିଜର ପ୍ରତିକ୍ରିୟା ଆମକୁ ପ୍ରଦାନ କରନ୍ତୁ।