କରୋନାରେ ଆକ୍ରାନ୍ତ ବୁହାନର ଡାକ୍ତରଙ୍କ ଚର୍ମ ହୋଇଯାଇଥିଲା କଳା,ଏବେ ମୃତ୍ୟୁ।

କରୋନାରେ ଆକ୍ରାନ୍ତ ବୁହାନର ଏକ ଡାକ୍ତରଙ୍କ ଚର୍ମ ହୋଇଯାଇଥିଲା। ଏବେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହୁ ବିଫେଂଙ୍ଗ ଜାନୁଆରୀରେ ହିଁ କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ।

ଚୀନ ମିଡିଆ ହିଁ ହୁ ବିଫେଂଙ୍ଗ ଙ୍କ ଫୋଟୋ ପ୍ରକାଶ କରିଥିଲେ ଯେଉଁଠି ତାଙ୍କ ରଙ୍ଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କ ମାମଲା ଦୁନିଆ ସାରା ଲୋକଙ୍କ ଧ୍ୟାନ ନିଜ ଆଡ଼କୁ ଆଣିଥିଲା। ତାଙ୍କ ସହଯୋଗୀ ଡାକ୍ତର ୟୀ ଫାନ ଙ୍କ ଚେହେରା ବି କଳା ପଡିଯାଇଥିଲା କିନ୍ତୁ ସେ ଠିକ ହୋଇଗଲେ।

ଦି ପେପର ଅନୁସାରେ ପାଖାପାଖି ୧ ମାସ ଆଇସିୟୁରେ ଚିକିତ୍ସା ପରେ ହୁ ବିଫେଂଙ୍ଗ ଙ୍କ ମୃତ୍ୟୁ ହୋଇଛି। ଏହି ଭାଇରସରେ ଆକ୍ରାନ୍ତ ପରେ ତାଙ୍କ ଶରୀରରେ ଅନ୍ୟ ଅସୁବିଧା ମଧ୍ୟ ବଢିଯାଇଥିଲା। ଏହା ପୂର୍ବରୁ ବୁହାନ ସେଣ୍ଟ୍ରାଲ ମେଡିକାଲର ଏକ ପ୍ରବକ୍ତା କହିଥିଲେ। ଆଂଟିବାୟୋଟିକର ଅଧିକ ଉପଯୋଗରେ ତାଙ୍କ ଚେହେରା କଳା ହୋଇଯାଇଛି।

ହୁ ବିଫେଂଙ୍ଗ ଚୀନର ହ୍ୟାବେଳ ବ୍ଲୋଅର ଡାକ୍ତର ଲି ବେନଲିଆଙ୍ଗ ଙ୍କ ସହିତ କାମ କରୁଥିଲେ। କହି ରଖିବୁ କି ଲି ବେନଲିଆଙ୍ଗ ହିଁ ସର୍ଵ ପ୍ରଥମେ ଏହି ଭାଇରସ ବିଷୟରେ ଅନ୍ୟ ଡାକ୍ତର ମାନଙ୍କୁ କହିଥିଲେ କିନ୍ତୁ ସେଇ ସମୟରେ ଚୀନର ପୋଲିସ ତାଙ୍କୁ ଧମକ ଦେଇ ଚୁପ କରାଇ ଦେଇଥିଲେ।

ଲି ଓ ହୁ ଦୁଇଜଣ ଯାକ ବୁହାନ ସେଣ୍ଟ୍ରାଲ ମେଡ଼ିକାଲରେ କାମ କରୁଥିଲେ। ପରେ ଲି ନିଜେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ। ଲି ଙ୍କ ମାମଲା ପାଇଁ ଚୀନରେ ଏହି ଭାଇରସର ସତ୍ୟତା ଲୁଚାଇବାର ଅଭିଯୋଗ ଲାଗିଛି।

ବନ୍ଧୁଗଣ ଆଶାକରୁଛି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିବା, ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ଶେୟାର କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କର ମତାମତ କଣ କମେନ୍ଟରେ ନିଶ୍ଚିନ୍ତ ଜଣାନ୍ତୁ |

Leave a Reply

Your email address will not be published. Required fields are marked *