ଇଏ ହେଉଛନ୍ତି କରୋନା ମହାଦେବ, ଚମତ୍କାର ଏମିତି ଏକ ସହର ଯେଉଁଠି ଗୋଟିଏ ମଧ୍ୟ ଯୁବକ ନୁହେଁ ପୋଜେଟିଭ , TI ଥାନା ରେ କରିଲେ ମନ୍ଦିର

ବୈତୁଲ (ମଧ୍ୟପ୍ରଦେଶ) ପୁରା ଦୁନିଆ ରେ ଏବେ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ , କିନ୍ତୁ ଭାରତ ରେ ବହୁତ ଜାଗା ଏମିତି ଅଛି ଯେଉଁଠି ଏହାକୁ ନେଇ ଅନ୍ଧବିଶ୍ୱାସ ଖେଳାଉଛନ୍ତି । ମଧ୍ୟପ୍ରଦେଶ ର ବୈତୁଲ ଜିଲ୍ଲା ରେ ଏହି ମହାମାରୀ ରୁ ବଞ୍ଚିବା ପାଇଁ ଭୋଳାନାଥ ଙ୍କ ମନ୍ଦିର ନିର୍ମାଣ ମଧ୍ୟ କରିଛନ୍ତି ।

ଯାହାଙ୍କୁ ଲୋକ କରୋନା ମହାଦେବ ନାମରେ ଡାକୁଛନ୍ତି । ଆଶ୍ଚର୍ଯ୍ୟ କରିଦେବା କଥା ଭଳି ଏହି ଘଟଣା ବୈତୁଲ ଜିଲ୍ଲା ରୁ ୩୫ କିମି ଦୂର ଚେଚୌଲୀ କସ୍ବେ ରେ ସାମ୍ନା କୁ ଆସିଛି । ଯେଉଁଠି ଏକ ଅବସର ଥାନାଧିକାରୀ ଆରଡି ଶର୍ମା ଲକଡାଉନ ରେ ଥାନା ପରିସର ରେ ପୁରୁଣା ମନ୍ଦିର କୁ ସମ୍ପୂର୍ଣ୍ଣ ଭାବେ ମରାମତି କରିଛନ୍ତି ଓ ନୂଆ ଭାବରେ ଭୋଳାନାଥ ଙ୍କ ମୃର୍ତ୍ତି ର ସ୍ଥାପନ କରିଛନ୍ତି ।

ଟିଆଇ‌ ଲକଡାଉନ ରେ କରିଲେ ମନ୍ଦିର ନିର୍ମାଣ

ଥାନାଧିକାରୀ ଆରଡି ଶର୍ମା କହିଲେ କି ସେ ମଇ ୩୧ ରେ ଅବସର ନେଇଥାନ୍ତେ । କିନ୍ତୁ ସେବାନିବୃତ ହେବା ପୂର୍ବରୁ ଏହି ମନ୍ଦିର କୁ ନିର୍ମାଣ କରିବାକୁ ପ୍ଲାନ କରିଥିଲେ । ଅବସର ର ତାରିଖ ପାଖକୁ ଆସୁଥିଲା , ଏଥି ପାଇଁ ସାମାଜିକ ଦୂରତା କୁ ପାଳନ କରି ଏହାକୁ ନିର୍ମାଣ କରିଲେ ଓ ୨ ପୂଜାରୀ ଙ୍କ ସହିତ ମିଶି ବିଧିବିଧାନ ଦ୍ଵାରା ଭଗବାନ ଶଙ୍କର ଙ୍କ ସ୍ଥାପନା କରିଲେ । ଏହି ସମୟରେ ବୈତୁଲ ଜିଲ୍ଲା ରେ କରୋନା ରୋଗୀ ଆସିବାକୁ ଲାଗିଲା , କିନ୍ତୁ ଚେଚୌଲୀ ରେ ଗୋଟିଏ ମଧ୍ୟ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇନାହାନ୍ତି ।

ମହାଦେବ ଏଠାକାର ଲୋକଙ୍କୁ କରୋନା ରୁ ରକ୍ଷା କରୁଛନ୍ତି

ଯେବେ ଚେଚୌଲୀ କସ୍ବେ ରେ କରୋନା ର ଗୋଟିଏ ମଧ୍ୟ ମାମଲା ସାମ୍ନା କୁ ଆସିନାହିଁ ଲୋକ ଏହାକୁ ମହାଦେବ ଙ୍କ ଚମତ୍କାର ମାନୁଛନ୍ତି । ସେମାନେ ଏତେ ଶ୍ରଦ୍ଧା ରେ ବୁଡି ରହିଛନ୍ତି କି ଏମାନଙ୍କ କହିବା କଥା କି ଭୋଳା ବାବା ତାଙ୍କୁ ଏହି ମହାମାରୀ ରୁ ରକ୍ଷା କରୁଛନ୍ତି । ମନ୍ଦିର ରେ ପୂଜା କରିବା ପାଇଁ ଲୋକ ଙ୍କ ଭିଡ଼ ଲାଗୁଛି , ସମସ୍ତେ ଏହା ପ୍ରାର୍ଥନା କରିଛନ୍ତି କି କାହାକୁ କରୋନା ନ ହେଉ ।

ଏହା ହେଉଛି ମନ୍ଦିର ନିର୍ମାଣ କରିବା କାହାଣୀ

 

ସୂଚନା ଅନୁସାରେ , ଚେଚୌଲୀ ର ଥାନା ପରିସର ରେ ମହାଦେବ ଙ୍କ ପୁରୁଣା ମନ୍ଦିର ଥିଲା , ଯେଉଁଠି ଏକ ବଡ଼ ବରଗଛ ମଧ୍ୟ ଥିଲା । ୨୦୧୮ ମସିହା ରେ ବରଗଛ ର ଡାଳ ଭାଙ୍ଗି ମନ୍ଦିର ଉପରେ ପଡିଥିଲା ଓ ଭଗବାନ ମହାଦେବ ଙ୍କ ମୂର୍ତ୍ତି ଖଣ୍ଡିତ ହୋଇଯାଇଥିଲା । ଏହି ସମୟରେ ଥାନା ପ୍ରଭାରୀ ଆରଡି ଶର୍ମା ଏହାକୁ ନିର୍ମାଣ କରିବାକୁ ଆଗେଇ ଆସିଥିଲେ । କିନ୍ତୁ ଯେବେ ସେ ଅବସର ହେଲେ ସେ ଏହାକୁ ନିର୍ମାଣ ଆରମ୍ଭ କରିଦେଇଥିଲେ ।

କହିରଖୁଛୁ କି ଚିଚୋଲୀ ଆଦିବାସୀ ବହୁଳ ଅଞ୍ଚଳ ଅଟେ । ଏଠାରେ ରହୁଥିବା ଲୋକ ମହାଦେବ ଙ୍କ ଉପାସକ ଅଟନ୍ତି ଏମାନଙ୍କ ଆଶା ଅଛିକି ଯେଉଁ ଭଳି ଏତେ ପର୍ଯ୍ୟନ୍ତ କରୋନା ମହାଦେବ ଆମକୁ ବଞ୍ଚାଇଛନ୍ତି ଆଗକୁ ମଧ୍ୟ ବଞ୍ଚାଇବେ ।

Leave a Reply

Your email address will not be published. Required fields are marked *