ଚୀନ ଲଗାତର ନିଜ କାମ ଦ୍ଵାରା ଦୁନିଆକୁ ଚିନ୍ତିତ କରୁଛି। ଏବେ ସେ ଫଇସଲା କରିଛି କି ସେ ଏବେ ଏଲିଅନଙ୍କ ସନ୍ଧାନ କରିବ। ଏଥିପାଇଁ ସେ ନିଜର ସବୁଠୁ ବଡ ଟେଲିସ୍କୋପିର ସାହାଯ୍ୟ ନେବ। ଏହା ପାଇଁ ଏକ୍ସଟ୍ରାଟେରେଷ୍ଟିୟଲ ଇଂଣ୍ଟେଲିଯେନନ୍ସିର ବୈଜ୍ଞାନିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ଏକ୍ସଟ୍ରାଟେରେଷ୍ଟିୟଲ ଇଂଣ୍ଟେଲିଯେନନ୍ସିର ବୈଜ୍ଞାନିକ ଏଲିଅନଙ୍କୁ ଖୋଜିବାକୁ ଫାଇବ ହେଣ୍ଡ୍ରେଡ଼ ମିଟର ଅପଚର ସ୍କେରିକଲ ଟେଲିସ୍କୋପକୁ ବ୍ୟବହାର ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂଚନା ଅନୁସାରେ ଡିସେମ୍ବର ମାସରୁ ଏହା ଆରମ୍ଭ ହେବ।
FAST ତେଲିସ୍କୋପର ଆରମ୍ଭ ୨୦୧୧ ରେ ହୋଇଥିଲା।ଯାହା ୨୦୧୬ ରେ ସମ୍ପୂର୍ଣ ହୋଇଥିଲା। ଏହି ଟେଲିସ୍କୋପ ଏହି ବର୍ଷ ଜାନୁଆରୀରେ କାମ କରିବା ଆରମ୍ଭ କରିଛି।ଏକ୍ସଟ୍ରାଟେରେଷ୍ଟିୟଲ ଇଂଣ୍ଟେଲିଯେନନ୍ସିର ବୈଜ୍ଞାନିକ ମାର୍ଚ୍ଚରେ ଏକ ରିପୋର୍ଟରେ କହିଛନ୍ତି ସେ କିପରି ଏହାକୁ ଉପଯୋଗ କରୁଛନ୍ତି।
ବୈଜ୍ଞାନିକ ସର୍ବ ପ୍ରଥମେ ଏହି କାମ କଲେ କି କିପରି ରେଡ଼ିଓ ଫ୍ରୀକେଂସି ଦ୍ଵାରା ହେଉଥିବା ଅସୁବିଧାକୁ ଦୂର କରିବେ। ଯାହା ଦ୍ଵାରା ଏଲିଅନମାନେ ଆସିଲେ ଜଣାପଡିବ।
ଚୀନର ବୈଜ୍ଞାନିକ ମାନଙ୍କ ଦାବି କି ସେ ଏହି ଟେକିସ୍କାପ ଦ୍ଵାରା ଏଲିଅନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରେ ସଫଳ ହେବେ। ସେ ପୃଥିବୀ ପୃଷ୍ଠାକୁ ଆସୁଥିବା ସବୁ ତରଙ୍ଗକୁ ଛାଣି ତାକୁ ବୁଝିବାକୁ ପ୍ରୟାସ କରୁଛନ୍ତି।
China to officially start searching for aliens in September https://t.co/i1WxfsLddv
— SCMP News (@SCMPNews) June 1, 2020
ଚୀନର ଏକ୍ସଟ୍ରାଟେରେଷ୍ଟିୟଲ ଇଂଣ୍ଟେଲିଯେନନ୍ସିର ସିନିଅର ବୈଜ୍ଞାନିକ ଝାଙ୍ଗ ତୋଙ୍ଗଜି କହିଛନ୍ତି ଆମର ଏଲିଅନ ଖୋଜିବାର ମିଶନ ଡିସେମ୍ବର ୨୦୨୦ ରୁ ଆରମ୍ଭ ହେବ। ଏହି ପ୍ରୋଜେକ୍ଟ ଦ୍ଵାରା ଅନ୍ୟ କୌଣସି ପ୍ରୋଜେକ୍ଟ ଉପରେ କିଛି ପ୍ରଭାବ ପଡିବନି।
ଝାଙ୍ଗ ତୋଙ୍ଗଜି କହିଛନ୍ତି ଏଲିଅନ ଖୋଜିବା ସମୟରେ ଏହା ଜରୁରୀ ନୁହଁ କି FAST ଟେଲିସ୍କୋପର ଅନ୍ୟ କାମ ରହିବ। ଚୀନର ଅନ୍ୟ ଅନ୍ତରୀକ୍ଷ ମିଶନ ଜାରି ରହିବ। ସେ କହିଛନ୍ତି ଆମେ କେବଳ ସେହି ତରଙ୍ଗକୁ ଖୋଜିବୁ ଯାହା ଦୂର ଅନ୍ତରୀକ୍ଷରୁ ଆସୁଛି।