ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଉଛି କି? ଜାଣନ୍ତୁ ଏହି ଭଳି ଭାବରେ…

ନକାରତ୍ମକ ଉର୍ଯ୍ୟା ର ପ୍ରଭାବ ଅଛି କି :

ଆମେ ଆପଣଙ୍କୁ ପ୍ରଥମରୁ କହିରଖୁଛୁ କି ବିଜ୍ଞାନ ଏହି ସବୁ କଥାକୁ ବିଶ୍ୱାସ କରେ ନାହିଁ । ଆମେ ସମାଜରେ କିଛି ଲୋକଙ୍କର ମାନ୍ୟତା ଓ କିଛି ଜିନିଷର ଧାରଣା ରହିଛି ସେହିପରି କିଛି ଲୋକ ଏହି କଥାକୁ ପୁରା ବିଶ୍ୱାସ କରନ୍ତି । ଲୋକମାନେ ମାନନ୍ତି ଯେ ଯେପରି ସକାରାତ୍ମକ ଉର୍ଯ୍ୟା ରହିଛି ସେହିପରି ନକାରତ୍ମକ ଉର୍ଯ୍ୟା ମଧ୍ୟ ରହିଛି । ଯେତେବେଳେ ନକାରତ୍ମକ ଉର୍ଯ୍ୟାର ପ୍ରଭାବ ବଢ଼ିଯାଏ ସେତେବେଳେ କେତେକ ସଂକେତ ମିଳିଥାଏ ।

ଏହି ଉପାୟ କରିବା ଦରକାର :

ଘରେ ଦୀପ ଜଳିବା ଦ୍ୱାରା ଅନ୍ଧକାର ଦୂର ହେବା ସହିତ ଘରକୁ ସକାରାତ୍ମକ ଉର୍ଯ୍ୟାର ପ୍ରବେଶ ହୋଇଥାଏ । କିନ୍ତୁ ବିନା କାରଣ ରେ ପୂଜା କରୁଥିବା ସମୟରେ ବାରମ୍ବାର ଦୀପ ଲିଭିବା ଆପଣଙ୍କ ପାଇଁ ଅଶୁଭ ସଂକେତ ହୋଇଥାଏ । ଏପରି ଘଟଣା ଘଟିଲେ ମାନାଯାଏ ଯେ ଆପଣଙ୍କ ଘରେ ନକାରତ୍ମତା ବଢିଯାଇଛି ଆପଣ ସକାରାତ୍ମତା ବଢ଼ିବାର ଉପାୟ କରନ୍ତୁ ।

ଏମାନଙ୍କୁ ପ୍ରଥମରୁ ହିଁ ଜଣାପଡିଯାଏ :

ଶାସ୍ତ୍ର ଅନୁସାରେ , ଘରେ ରହୁଥିବା ପାଳିତ ପଶୁ ଯେପରି ମାଛ , ବିଲେଇ ଆଦି ଯଦି ହଠାତ ମରିଯାନ୍ତି ତେବେ ଏହା ନକାରତ୍ମକତା ବଢ଼ିବାର ପ୍ରତିକ ହୋଇଥାଏ । ଏପରି କୁହାଯାଏ ଯେ ପାଳିତ ପଶୁ ମାନେ ଘରକୁ ଅସୁଥିବ ନକାରତ୍ମକ ଉର୍ଯ୍ୟା ନିଜ ଉପରକୁ ନେଇଯାନ୍ତି ଯାହା ଦ୍ୱାରା ସେମାନଙ୍କର ମୃତ୍ୟୁ ହୋଇଯାଏ । ଏପରି ହେଲେ ତୁରନ୍ତ ସେହି ପଶୁ ଜାଗାରେ ନୂଆ ପାଳିତ ପଶୁ ନେଇଆସିବା ଉଚିତ ।

ନକାରାତ୍ମକ ଉର୍ଯ୍ୟା ର ସଂକେତ :

ଆପଣ ଯେ କୌଣସି ଜାଗାରେ ଥାନ୍ତୁ ଘରେ କିମ୍ବା ବାହାରେ ଯଦି ହଠାତ ଆପଣଙ୍କ ଅଖପାଖରେ କିଏ ଅଛି , ଆପଣଙ୍କୁ କିଏ ହଠାତ ଛୁଇଁଲା , ବନ୍ଦ ଘରେ ହଠାତ ଜୋରରେ ପବନ ବହିବା କିମ୍ବା ହଠାତ ଆପଣଙ୍କ ବାଟାବରଣର ତାପମାତ୍ରା କମିଯିବ ତେବେ ଜାଣନ୍ତୁ ଏହା ନକାରାତ୍ମକ ଉର୍ଯ୍ୟାର ସଂକେତ ଅଟେ । ଯଦି ଏପରି ହେଉଥାଏ ତେବେ ଆପଣ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ।

ଛୋଟ ପିଲା ଅସମୟରେ କାନ୍ଦିବା :

ସନ୍ଧ୍ୟା ହେଲେ ହିଁ ପିଲା ଅକାରଣ ରେ କୌଣସି କଥାକୁ ନେଇ କାନ୍ଦିବା ଖରାପ ସଂକେତ ହୋଇଥାଏ । ଲୋକମାନ୍ୟତା ଓ ଧାର୍ମିକ ବିଷୟ ଅନୁସାରେ ଏହା ଘରେ ନକାରତ୍ମକ ଉର୍ଯ୍ୟା ବଢ଼ିବାର ସଂକେତ ହୋଇପାରେ । ଯଦି ଏପରି ହେଉଛି ତେବେ ସନ୍ଧ୍ୟା ସମୟରେ ଆପଣଙ୍କୁ ଘରେ ପ୍ରାର୍ଥନା , ଆରତୀ , ଭଜନ , ଆନନ୍ଦ ର ବାତାବରଣ ସୃଷ୍ଟି କରିବା ଉଚିତ ।

ଚିଡି ଚିଡା ସ୍ୱଭାବ ଅନୁଭବ କରିବା :

ଘରେ ଥିବା ସମାୟରେ ମୁଣ୍ଡ ଭାରି ଲାଗିବା , ହଠାତ ସୁଗନ୍ଧିତ ବାସ୍ନା ଆପଣଙ୍କ ଘରକୁ ଆସିବା ଏହି କଥାର ସଂକେତ ହୋଇପାରେ କି ଆପଣଙ୍କ ଘରେ ନକାରାତ୍ମକ ଉର୍ଯ୍ୟାର ପ୍ରଭାବ ବଢୁଛି। ବିଜ୍ଞାନ ଏହି ସବୁ କଥାକୁ ମନେ ନାହିଁ କିନ୍ତୁ ଏହି ସବୁ ସମୟରେ ଘର ଲୋକଙ୍କ ମନ ଅଥୟ ହୋଇଥାଏ ଚିଡିଚିଡ଼ ସ୍ଵଭାବ ଅନୁଭବ କରନ୍ତି । ଏପରି ସ୍ଥିତିରେ ପୂଜା,ପାଠ, ହୋମ ଓ ଯଜ୍ଞ ଆଦି ଘରେ କରିବା ଉଚିତ ।

ଏହା ଏକ ଶୁଭ ସଂକେତ ନୁହଁ :

ବାଦୁଡୀ କୁ ନକାରାତ୍ମକତା ର ପ୍ରତୀକ ବୋଲି ମାନାଯାଇଥାଏ । ଯଦି ଏହା ସନ୍ଧ୍ୟା ସମୟରେ ହଠାତ ଆପଣଙ୍କ ଘରକୁ ଆସୁଛି ତେବେ ଏହା ଅଶୁଭ ସଂକେତ ଅଟେ । ଏହାର ଅର୍ଥ ଆପଣଙ୍କ ଘରେ ନକାରତ୍ମକ ଉର୍ଯ୍ୟାର ପ୍ରଭାବ ବଢୁଛି। ଏହାକୁ ଦୁର କରିବାକୁ ଆପଣଙ୍କୁ ପ୍ରତିଦିନ ଘରେ ପୂଜା ପାଠ କରିବାକୁ ପଡିବ , ଏବଂ କର୍ପୂର ଦୀପ ଜାଳିବା ଉଚିତ ।

Leave a Reply

Your email address will not be published. Required fields are marked *