ସ୍ବାଇଁନ ଫ୍ଲୁ ଔଷଧ ଦ୍ବାରା ହେବ କରୋନାର ଚିକିତ୍ସା, ମିଳିପାରେ ଅନୁମତି।

ଦେଶରେ କରୋନାର ମାମଲା ଲଗାତର ବଢ଼ିବାରେ ଲାଗିଛି କିନ୍ତୁ ଭଲ କଥା ଏହାକି ଭଲ ହେବା ସଂଖ୍ୟା ବି ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁସାରେ ଦେଶରେ କରୋନାରେ ଭଲ ହେଉଥିବା ଲୋକଙ୍କ ଅନୁପାତ ୪୮.୦୭ % ହୋଇ ସାରିଛି। ଆମ ଡ଼ାକ୍ତରଙ୍କ ଭଲ ଔଷଧ ପ୍ରୟୋଗ ଦ୍ଵାରା ଏବଂ ଭଲ ଚିକିତ୍ସା ପାଇଁ ଅଧିକ ଲୋକ ଭଲ ହେଉଛନ୍ତି। ଏବେ ଆଉ ଏକ ନୂଆ ଔଷଧକୁ ଭାରତରେ ଅନୁମତି ମିଳିପାରେ।

ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ପ୍ରଥମେ Hydroxychloroquine ର ଉପଯୋଗ ପାଇଁ କହିଥିଲା, ପରେ ଇବୋଲା ଠିକ କରିବା ଵାଲା ଔଷଧ Remdesivir କୁ ମଧ୍ୟ ଅନୁମତି ମିଳିଗଲା। ଏବେ ହୋଇପାରେ ଆଇସିଏସଆର ଏକ ନୂଆ ଔଷଧକୁ ବି ଅନୁମତି ଦେଇପାରେ।

ଏହି ଔଷଧର ନାମ ଅଟେ Peramivir। ଏହାକୁ ବଜାରରେ Rapivab ନାମରେ ବି ଜଣା ଯାଇଥାଏ। ଏହି ଔଷଧକୁ ଆମେରିକା ଫୁଡ଼ ଆଣ୍ଡ ଡ୍ରଗ ଏଡ଼ିମେଡ଼ିଟେସନ ବି ଅନୁମତି ଦେଇସାରିଛି। ଏହି ଔଷଧର ପ୍ରୟୋଗ ସ୍ବାଇଁନ ଫ୍ଲୁ ପାଇଁ କରାଯାଉଥିଲା।

ଏହାର ଉପଯୋଗ କେବଳ ଆବଶ୍ୟକ ସ୍ଥଳରେ କରାଯାଇଥାଏ। ଏହି ଔଷଧକୁ ଆମେରିକା ବାୟୋକିଟ ଫାର୍ମୟୁଟିକଲସ କମ୍ପାନୀ ତିଆରି କରିଥାଏ। ଏହି ଔଷଧକୁ ନେଇକି ୨୦୦୮ ରେ ପରୀକ୍ଷା ଆରମ୍ଭ ହୋଇଥିଲା। ଯାହାକୁ ଅନ୍ତରୀକ୍ଷ ସ୍ତରରେ ୨୦୧୪ ରେ ମାନ୍ୟତା ମିଳିଲା।

ଏହା ଏକ ବହୁତ ଆବଶ୍ୟକ ଔଷଧ ଅଟେ। ଏହାର ବେସି ଉପଯୋଗ ସ୍ବାଇଁନ ଫ୍ଲୁ କୁ ଅଟକାଇବା ପାଇଁ କରାଯାଇଥିଲା। ଏହାକୁ ଜାପାନ ଓ ଦକ୍ଷିଣ ଆମେରିକା ମାନ୍ୟତା ଦେଇଛନ୍ତି।

ଏହି ଔଷଧର ପ୍ରୟୋଗରେ ଅନ୍ୟ ଅସୁବିଧା ବି ହୋଇଥାଏ।ଏହି ଔଷଧ ନିଦ କମ, ଝାଡା,ଦୁର୍ବଳ ଆଦି ସମସ୍ୟା ଦେଖାଇଥାଏ। ଏଥିପାଇଁ ଏହି ଔଷଧକୁ ଡାକ୍ତରଙ୍କ ପରାମର୍ଶରେ ଦିଆଯାଇଥାଏ।

ଏହା ଭାଇରସକୁ ଗୋଟେ କୋଷରୁ ଅନ୍ୟ କୋଷକୁ ଯିବାକୁ ଅଟକାଇ ଥାଏ। ଆମେରିକାରେ ତିଆରି ହେଉଥିବା ଏହି ଔଷଧକୁ ଜାପାନ ଓ ଦକ୍ଷିଣ ଆମେରିକାରେ ବି ଅନୁମତି ମିଳିସାରିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ ଅଗ୍ରବାଲ କହିଥିଲେ ଦେଶରେ ପରୀକ୍ଷା ବଢ଼ାଇ ଦିଆଯାଇଛି। ଦେଶରେ ପ୍ରତିଦିନ ୧ଲକ୍ଷ ୨୦ ହଜାର ପରୀକ୍ଷା କରାଯାଉଛି। ଏହା ଭିତରେ ଏହି ଭାଇରସ ପାଇଁ Remdesivir କୁ ମଧ୍ୟ ଅନୁମତି ମିଳିଗଲା।

Remdesivir ର ବ୍ୟବହାର କେବଳ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଉପରେ କରାଯାଉଛି । Remdesivir ଏକ ଏପରି ଔଷଧ ଯାହା ଏହି ଭାଇରସରେ ଅଧିକ ସଫଳତା ଦେଉଛି।

ଏହା ପୂର୍ବରୁ ICMR ର ମହାନିର୍ଦେଶକ ବଳରାମ ଭାର୍ଗବ କହିଛନ୍ତି ପରୀକ୍ଷାରୁ ଜଣାପଡିଛି Hydroxychloroquine ର ଉପଯୋଗରେ କୌଣସି ଅନ୍ୟ ଅଶୁବିଧା ଦେଖାଯାଉନାହିଁ।

Leave a Reply

Your email address will not be published. Required fields are marked *