କଣ ପାଇଁ ବର୍ଷା ପରେ ଆକାଶରେ ଇନ୍ଦ୍ରଧନୁ ପଡିଥାଏ, ଜାଣିନିଅନ୍ତୁ ଏହି ରହସ୍ୟ।

କେବେ ନା କେବେ ତ ଆପଣ ଆକାଶରେ ଇନ୍ଦ୍ରଧନୁ ଦେଖିଥିବେ। ଏହା ପ୍ରାୟତଃ ବର୍ଷ ଦିନେ ଦେଖିବାକୁ ମିଳିଥାଏ। ଏହା ଦ୍ବାରା ଆକାଶରେ ଅନେକ ପ୍ରକାର ରଙ୍ଗ ଦେଖାଦିଏ ଯାହା ଏକ ଇନ୍ଦ୍ରଧନୁ ଭଳି ଦେଖାଯାଇଥାଏ। ଏଥିପାଇଁ ଏହାକୁ ଇନ୍ଦ୍ରଧନୁ କୁହାଯାଇଥାଏ। କଣ ଆପଣ କେବେ ଭାବିଛନ୍ତି ଏହା ବର୍ଷ ହେବାପରେ କଣ ପାଇଁ ଆକାଶରେ ଦେଖାଯାଇଥାଏ ? ଏହା ପଛରେ ଏକ ରହସ୍ୟ ରହିଛି। ଏହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏହା ଏକ ଆଶ୍ଚର୍ଯ୍ୟ କରୁଥିବା କଥା।

ଯଦି ଆପଣଙ୍କୁ ବିଜ୍ଞାନ କିଛି ଜଣା ଥିବା ତ ଆପଣ ଜାଣି ଥିବେ ସୂର୍ଯ୍ୟର ରଶ୍ମିରେ ସାତ ପ୍ରକାର ରଙ୍ଗ ରହିଥାଏ।ବାଇଗେଣି,ଘନନୀଳ,ନାଲି,ସବୁଜ,ହଳଦିଆ,ନାରଙ୍ଗୀ,ନୀଳ ଏହାକୁ ବାଘନିଶହନାଲା ବି କୁହାଯାଏ। ଏହି ରଙ୍ଗ ପ୍ରିଜିମ ଦ୍ଵାରା ଜଣା ପଡିଥାଏ। ଇନ୍ଦ୍ରଧନୁକୁ ଆପଣ ପ୍ରକୃତିର ପ୍ରିଜିମ ବୋଲି ବି କହିପାରିବେ। ପାଣିର ଛୋଟ ଛୋଟ ବିନ୍ଦୁ ପାରଦର୍ଶୀ ପ୍ରିଜିମର କାମ କରିଥାଏ। ଯେବେ ସୂର୍ଯ୍ୟ କିରଣ ତା ଦେଇ ପାସ କରିଥାଏ ସବୁ ରଙ୍ଗ ଅଲଗା ଅଲଗା ହୋଇଯାନ୍ତି। ଏହି କାରଣରୁ ଆମକୁ ଇନ୍ଦ୍ରଧନୁ ଦେଖାଯାଇଥାଏ।

ଇନ୍ଦ୍ରଧନୁରେ ନାଲି ରଙ୍ଗ ସବୁଠୁ ଉପରେ ଦେଖିବାକୁ ମିଳିଥାଏ ଓ ବାଇଗେଣି ରଙ୍ଗ ସବୁଠୁ ତଳେ। ମାନା ଯାଏ କି ବର୍ଷ ପାଣି ଭିତରେ ସୂର୍ଯ୍ୟ ଆସିଥାନ୍ତି ତ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ଦେଖିଲେ ବି ଇନ୍ଦ୍ରଧନୁ ଦେଖିବାକୁ ମିଳିଥାଏ କିନ୍ତୁ ସବୁବେଳେ ଏପରି ହୋଇନଥାଏ।

ଆପଣ ଧ୍ୟାନ ଦେଇନଥିବେ ବେଳବେଳ ଆକାରରେ ଦୁଇଟି ଇନ୍ଦ୍ରଧନୁ ପଡିଥାଏ। ଏହା ଏକ ବର୍ଷ ପାଣି ଉପରେ ବାରମ୍ବାର ସୂର୍ଯ୍ୟ କିରଣ ପଡିବା ଫଳରେ ଦୁଇଟି ଇନ୍ଦ୍ରଧନୁ ଦେହାଯାଇଥାଏ। ଏହା ଏପରି ହୋଇଥାଏ କି ଯେପରି ଥରେ ଇନ୍ଦ୍ରଧନୁ ହେଲାପରେ ତା ରଙ୍ଗ ମୌଳିବା ପରେ ସୂର୍ଯ୍ୟ କିରଣ ପୁଣି ବର୍ଷ ପାଣିରେ ପଡି ପୁଣି ସବୁ ରଙ୍ଗ ଅଲଗା ଅଲଗା ହୋଇଯାଇଥାନ୍ତି କିନ୍ତୁ ଏହି କ୍ରମ ଓଲଟା ହୋଇଥାଏ। ଏକ ଇନ୍ଦ୍ରଧନୁ ସିଧା ଦେଖାଯାଉଥିବା ବେଳେ ଅନ୍ୟଟି ଓଲଟା ଦେଖାଯାଇଥାଏ।

Leave a Reply

Your email address will not be published. Required fields are marked *