ମୁମ୍ବାଇ-କରୋନା ଭାଇରସ ଲକଡାଉନ ସମୟରେ ସଲମାନ ଖାନ ଏହି ସମୟରେ ନିଜ ପନବେଲ ସ୍ଥିତ ଫାର୍ମହାଉସରେ ଅଛନ୍ତି। ତାଙ୍କ ବଡିଗାର୍ଡ ସେରା ଇଦ ସମୟରେ ଏକ ଫୋଟୋ ସେୟାର କରିଥିଲେ। କହି ରଖିବୁ କି ସେରା ଉର୍ଫ ଗୁରମିତ ସିଂହ ଜୋଲି ପୂର୍ବ ୨୨ ବର୍ଷ ହେବ ସଲମାନଙ୍କ ସୁରକ୍ଷା କରୁଛନ୍ତି। ସେ ଏବେ ସଲମାନଙ୍କ ପରିବାର ଏକ ସଦସ୍ୟ ଭଳି।
ଏକ ପ୍ରସିଦ୍ଧ ଓଆବେସାଇଟର ରିପୋର୍ଟ ଅନୁସାରେ ସେରା ସଲମାନଙ୍କୁ ସୁରକ୍ଷା ଦେବାକୁ ପ୍ରତି ବର୍ଷ ପାଖାପାଖି ୨ କୋଟି ଟଙ୍କା ନେଉଛନ୍ତି। ମାନେ ମାସଙ୍କୁ ତାଙ୍କ ଦରମା ୧୬ ଲକ୍ଷ ଟଙ୍କା।
ସଲମାନଙ୍କୁ ଯେଉଁଠିକୁ ଯିବାକୁ ପଡିଥାଏ ସେରା ତାର ଏକ ଦିନ ପୂର୍ବରୁ ସେହି ସ୍ଥାନ ଦେଖିଥାନ୍ତି। ଅନେକ ଥର ତାଙ୍କୁ ରାସ୍ତା ସଫା କରିବା ପାଇଁ ଅନେକ କିଲୋମିଟର ଚାଲିବାକୁ ପଡିଥାଏ। ଥରେ ତ ସେ ୮ କିଲୋମିଟର ଚାଲିଥିଲେ।
ସେରାଙ୍କୁ ଛୋଟ ବେଳୁ ବଡ଼ି ବନେଇବା ପାଇଁ ଇଚ୍ଛା ଥିଲା।ସେଥିପାଇଁ ସେ ୧୯୮୭ରେ ଜୁନିଅର ମିଷ୍ଟର ମୁମ୍ବାଇ ଓ ତାପର ବର୍ଷ ଜୁନିଅର ବର୍ଗରେ ମିଷ୍ଟର ମହାରାଷ୍ଟ୍ର ହୋଇଥିଲେ। ସିଖ ପରିବାରରେ ଜନ୍ମ ନେଇଥିବା ସେରାଙ୍କୁ ଗାଡି ମରାମତି କରୁଥିବା ତାଙ୍କ ବାପା ସ୍ନେହରେ ସେରା ଡାକୁଥିଲେ।
ଏକ ସାଙ୍ଗ କହିବା ପରେ ସେରା ଫିଲ୍ମ ଅଭିନେତା ଓ ବ୍ୟବସାୟ ମାନଙ୍କୁ ସୁରକ୍ଷା ଦେବାର କାମ କଲେ। ସେ ତାଙ୍କ କମ୍ପାନୀର ନାମ ତାଙ୍କ ପୁଅ ନାମ ଅନୁସାରେ ଟାଇଗର ସିକ୍ୟୁରୀଟି ରଖିଥିଲେ।
ଆରମ୍ଭରେ ସେରା କିଛି ଏକ୍ସପଟଙ୍କ ସହିତ ବଲିଉଡ଼ ଫିଲ୍ମ ସୁଟିଂ ଭାରତରେ ସୁଟିଂ ସମୟରେ ତାଙ୍କ ଏକ୍ସପଟଙ୍କୁ ସୁରକ୍ଷା ଦେଉଥିଲେ। ୧୯୯୫ରେ ସେରାଙ୍କ ଜୀବନ ସେବେ ବଦଳିଥିଲା ଯେବେ ସୋହେଲ ଖାନ ସଲମାନଙ୍କ ବିଦେଶ ଯିବାପାଇଁ ସେରାଙ୍କ କମ୍ପାନୀକୁ ସିକ୍ୟୁରୀଟି ପାଇଁ କହିଥିଲେ।ପରେ ସୋହେଲ କହିଥିଲେ ଭାଇ ସହିତ ସବୁବେଳ ରହିବକି।
ଏହାପରେ ସେରାଙ୍କ କାମରେ ଖୁସି ହୋଇ ସଲମାନ ସବୁଦିନ ପାଇଁ ତାଙ୍କୁ ନିଜ ବଡ଼ିଗାର୍ଡ ରଖିଥିଲେ। ସେବେଠୁ ସେ ସଲମାନଙ୍କ ପରିବାରର ସଦସ୍ୟ ଭଳି ଅଛନ୍ତି। ସେରାଙ୍କ ଅନୁସାରେ ସେ ଏକ ସାଙ୍ଗ ହିସାବରେ ସଲମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ସେରା ମୁମ୍ବାଇରେ ସଲମାନଙ୍କ ପଡୋଶୀରେ ରହୁଥିଲେ ପରେ ତାଙ୍କ ସୁରକ୍ଷା କର୍ମୀ ହୋଇଗଲେ।
ସଲମାନଙ୍କ କହିବା ଦ୍ଵାରା କିଛି ବର୍ଷ ତଳେ ସେରା ନିଜ ଇଭେଣ୍ଟ କମ୍ପାନୀ ବୀଜଫ୍ରାକ୍ଟ ଖୋଲିଥିଲେ। ତା ସହିତ ତାଙ୍କ ଅନ୍ୟ କମ୍ପାନୀ ଟାଇଗର ସିକ୍ୟୁରୀଟି ଯାହା ସୁରକ୍ଷା ଦେଇଥାଏ। ସଲମାନଙ୍କୁ ଭାଇ କହୁଥିବା ସେରା ସଲମାନଙ୍କ ପୂର୍ବରୁ ଭାରତ ଆସୁଥିବା ବଡିବିଲଡରଙ୍କୁ ରକ୍ଷା ଦେଉଥିଲେ।
ସେରା କହିଛନ୍ତି ସେ ସଲମାନଙ୍କୁ ଏକ ସାଙ୍ଗ ଭଳି ସୁରକ୍ଷା ଦେଇଥାନ୍ତି। ଏହି କାରଣ ପାଇଁ ତାଙ୍କୁ ଭାଇ ବି ଡାକିଥାନ୍ତି।ଏତିକି ନୁହେଁ ସେରା ତାଙ୍କୁ ମାଲିକ ବି ଡାକିଥାନ୍ତି।
ସେରାଙ୍କ ଅନୁସାରେ ମାଲିକ ହିଁ ତାଙ୍କ ପାଇଁ ସବୁକିଛି। ମୁଁ ତାଙ୍କ ପାଇଁ ନିଜ ଜୀବନ ବାଜି ଲଗାଇପାରେ। ସେ ମୋ ପାଇଁ ଭଗବାନ।
ସେରାଙ୍କ ଅନୁସାରେ “ମୁଁ ସଲମାନ ଭାଇଙ୍କ ପରିବାରର ଏକ ସଦସ୍ୟ ଭଳି” ମୁଁ ତାଙ୍କୁ ବହୁତ ଭଲ ପାଏ। ମୁଁ ପୂର୍ବ ୨୨ ବର୍ଷରୁ ଭାଇଙ୍କ ସହ ଅଛି ସେ ଜଣେ ବଡ଼ ମଣିଷ ଅଟନ୍ତି।