ଚାକିରିଵା ପ୍ରମୋସନ ପାଇବା ପାଇଁ ଚାହୁଁଛନ୍ତି ତ ଜ୍ୟୋତିଷଙ୍କ ଏହି ଉପାୟ ଅବଲମ୍ବନ କରନ୍ତୁ,ଶୀଘ୍ର ମିଳିବ ସଫଳତା…

ଲକଡାଉନରେ ଜ୍ୟୋତିଷଙ୍କ ଏହି ଉପାୟ କରିପାରେ ସହାୟତା:

ଲକଡାଉନରେ ଯଦି ଆପଣ କୌଣସି ଅନ୍ୟ ଚାକିରୀ ସନ୍ଧାନରେ ଅଛନ୍ତି ଓ ଆପଣଙ୍କୁ ଚାକିରୀ ମିଳୁନାହିଁ ବା ନିଜ ଚାକିରୀରେ ପ୍ରମୋସନ ଚେଷ୍ଟାରେ ବି ଆପଣଙ୍କୁ ଅସଫଳତା ମିଳିବାର ଆଶଙ୍କା ଅଛି ତ ଆପଣ ଜ୍ୟୋତିଷ ଶାସ୍ତ୍ରରେ ଥିବା କିଛି ଉପାୟ ଅବଲମ୍ବନ କରିପାରିବେ। ଜ୍ୟୋତିଷ ଆଚାର୍ଯ୍ୟ ସିବେନ୍ଦ୍ର ଆଜ୍ୟା କହିଥାନ୍ତି କି ଏହି ଉପାୟ ଚାକିରୀ ଓ ପ୍ରମୋସନରେ ଲାଭଦାୟକ ହୋଇଥାଏ କିନ୍ତୁ ଧ୍ୟାନ ରଖିବା ଉଚିତ କି ଏହାର ପ୍ରୟାସ ସମୟରେ ମନରେ କୌଣସି ଇର୍ଷା ରହିବା ଅନୁଚିତ।

ଅଟା -ଡାଲିର ଅଟେ ଏହା ଅଦ୍ଭୁତ ଉପାୟ

 

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ କୌଣସି ଅନ୍ୟ ଚାକିରୀ ସନ୍ଧାନରେ ଅଛନ୍ତି ଓ ଆପଣଙ୍କୁ ଚାକିରୀ ମିଳୁନାହିଁ ବା ନିଜ ଚାକିରୀରେ ପ୍ରମୋସନ ଚେଷ୍ଟାରେ ବି ଆପଣଙ୍କୁ ଅସଫଳତା ମିଳିବାର ଆଶଙ୍କା ଅଛି ତ ଆପଣ କୁହାଯାଇଥିବା ଉଡ଼ଦ ଓ ଅଟାର ଉପଯୋଗ କରନ୍ତୁ। ଏହା ପାଇଁ ତିନି ଶହ ଗ୍ରାମ କଳା ଉଡ଼ଦର ଅଟା ନେଇକି ଏଥିରେ ରୁଟି ତିଆରି କରନ୍ତୁ। ରୁଟିର ଏକ ଚତୁର୍ଥନ୍ସ ଚିଣ୍ଡାଇ କଳା କପଡ଼ାରେ ବାନ୍ଧି ଦିଅନ୍ତୁ।

ବାକି ରୁଟିକୁ ୧୦୧ ଛୋଟ ଛୋଟ ଗୁଳା କରି ଦିଅନ୍ତୁ। ଏହା ପରେ ସବୁ ଗୁଳାକୁ ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ। ତା ସହିତ କଳା କପଡ଼ାରେ ଥିବା ରୁଟିକୁ ମାଛ ମାନଙ୍କୁ ଦେଖାଇ ସବୁକୁ ପାଣିରେ ଭସାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଏହି ଉପାୟ ଲଗାତର ୪୦ ଦିନ ପର୍ଯ୍ୟନ୍ତ କରିବେ। କୁହା ଯାଇଛି ଚାକିରୀ ଓ ପ୍ରମୋସନ ପାଇଁ ଏହା ଅନେକ ସଫଳତା ଦେଇଥାଏ।

ଏହାର ଜପ ଦେଇପାରେ ସଫଳତା:

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନେକ ପ୍ରୟାସ ପରେ ବି ଯଦି ଆପଣଙ୍କୁ ଚାକିରୀ ନ ମିଳୁଛି ତେବେ ମାତା ସରସ୍ୱତୀଙ୍କୁ ଧ୍ୟାନ କରିବା ଉଚିତ। ଏଥିପାଇଁ ସରସ୍ୱତୀଙ୍କ ମନ୍ତ୍ର ଓଁ ହିଂଙ୍ଗ ବାଗଦାଦିନି ଭଗବତୀ ମମ କାଯ୍ୟ ସିଦ୍ଧି କରି କରି କଟ ସ୍ୱାହା ମନ୍ତ୍ରର ଜପ କରିବା ଆବଶ୍ୟକ। ଏଥିପାଇଁ ଜାତକକୁ ପୂଜା ସ୍ଥଳରେ ହଳଦିଆ ବସ୍ତ୍ରରେ ରଖି ତା ଉପରେ ୧୦୮ ଥର ମନ୍ତ୍ର ସହିତ ପୂଜା କରିବା ଆବଶ୍ୟକ। ଏହା ପରେ ସରସ୍ୱତୀ ମନ୍ତ୍ର ୧୧ ଥର ବା ୨୧ ଥର ଜପ କରିବା ଆବଶ୍ୟକ। ଏହି ଉପାୟ ୧୧ ଦିନ ପର୍ଯ୍ୟନ୍ତ କରିବା ଉଚିତ।ତା ସହିତ ଚାକିରୀ ପାଇଁ ସରସ୍ୱତୀଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ। ଧ୍ୟାନ ରଖନ୍ତୁ ଜେବେବି ଚାକିରି ପାଇଁ ଯେବେ ଯିବେ ଜପ ମାଳା ପିନ୍ଧିକି ଯିବା ଆବଶ୍ୟକ।

ପ୍ରମୋସନ ପାଇବା ପାଇଁ ଗୁରୁବାରକୁ କରନ୍ତୁ ଏହି ଉପାୟ:

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଚାକିରୀରେ ପ୍ରମୋସନ ପାଇଁ ଚିନ୍ତିତ ଅଛନ୍ତି ତ ବୁଧବାରକୁ ଘରକୁ ଏକ ପୁରୁଷ କାଉ ଆଣି ତାକୁ ଖାଇବାକୁ ଦିଅନ୍ତୁ। ରବିବାରକୁ ତାକୁ ଦହିରେ ମିଶ୍ରୀ ମିଶାଇ ଖାଇବାକୁ ଦିଅନ୍ତୁ। ଏହା ପରେ ଅଫିସ ଗଲେ ମୁଖ୍ୟଦ୍ୱାରର ନିଜ ଡାହାଣ ଗୋଡ ଆଜି ପକାନ୍ତୁ। କୁହାଯାଇଛି କି ଏପରି କରିବା ଦ୍ବାରା ପ୍ରମୋସନ ସହିତ ମାନ ସମ୍ମାନ ମିଳିଥାଏ।

ଶୁକ୍ରବାରକୁ କରିପାରିବେ ଏହି ଉପାୟ:

ଯଦି ଚାକିରୀ ପାଇବାକୁ ଚାହୁଁଛନ୍ତି ଶୁକ୍ରବାରକୁ କାହାସହ କଥା ନ ହୋଇ ଓଡ଼ଦର ଅଟାରୁ ରୁଟି ତିଆରି କରନ୍ତୁ।ଏହାକୁ ନିଜ ହାତରେ ସେକି ରୁମାଲୁରେ ଚାରି ଫାଡ଼ କରି ରଖନ୍ତୁ। ସେଥିରୁ ଏକ ଭାଗ ନଦୀରେ ଭସାଇ ଦିଅନ୍ତୁ ଯାହାକୁ ମାଛ ଖାଇବେ,ଶେଷ ଯଉ ତିନି ଭାଗ ବଂଚିବ ଗୋଟେ ଭାଗ ତାକୁ କୁକୁରକୁ ଖାଇବାକୁ ଦିଅନ୍ତୁ ,ଆଉ ଗୋଟେ କାଉକୁ ଖାଇବାକୁ ଦିଅନ୍ତୁ ଓ ଅନ୍ୟ ଟିକୁ ରାସ୍ତାରେ ପକାଇ ଦିଅନ୍ତୁ। ଏହି ଉପାୟ ଲଗାତର ୪୦ ଶୁକ୍ରବାର କରିବା ଦ୍ବାରା ମନ ମୁତାବକ ଚାକିରୀ ମିଳିଥାଏ।

Leave a Reply

Your email address will not be published. Required fields are marked *