ଲୋକମାନେ ଆଜି କାଲି ଟିକଟକ ଭିଡ଼ିଓ ତିଆରି କରିବାରେ ଏତେ ମାତିଛନ୍ତି କି ନିଜ ଜୀବନକୁ ବାଜି ଲଗାଇବା ପାଇଁ ପଛଉନାହାନ୍ତି। ରାଜସ୍ଥାନର ଦୌସାରେ ଏକ ପିଲା ଟିକଟକ ଭିଡିଓ କରିବା ସମୟରେ ଅଚାନକ ତାର ଗୋଡ ଖସି ଯିବାରୁ ଦଉଡିରେ ଗଳା ଲାଗିଯିବାରୁ ତାର ମୃତ୍ୟୁ ଘଟିଛି।
● ଟିକଟକ ଭିଡ଼ିଓ କରିବା ସମୟରେ ଘଟିଲା ପିଲାର ମୃତ୍ୟୁ। ● ଷ୍ଟଣ୍ଟ ଦେଖାଇ ଭିଡ଼ିଓ ତିଆରି କରୁଥିଲା ପିଲା।
ରାଜସ୍ଥାନର ଦୌସାରେ ଏକ ଭୟାନକ ଘଟଣା ସାମ୍ନାକୁ ଆସିଛି। ଏକ ଛୋଟ ପିଲା ର ଟିକଟକ ଭିଡ଼ିଓ କରିବା ସମୟରେ ଜୀବନ ଚାଲି ଯାଇଛି। ଦୌସାର ଦରବାଜା ପାଡା ଅଂଚଳରେ ରହିବା ଵାଲା ଏକ ପିଲାର ଟିକଟକ ଭିଡ଼ିଓ କରିବାକୁ ଭଲ ପାଉଥିଲା। ଷ୍ଟଣ୍ଟ ଦେଖାଇ ଭିଡ଼ିଓ ତିଆରି କରୁଥିଲା ପିଲା। ଗୁରୁବାର ରାତିରେ ମଧ୍ୟ ପିଲା ନିଜ ଘରେ ବେକରେ ଦଉଡି ଲଗାଇ ଭିଡ଼ିଓ କରୁଥିବା ସମୟରେ ତାର ଗୋଡ଼ ଖସିଯିବାରୁ ଗଳାରେ ଦଉଡି ଲାଗି ତାର ମୃତ୍ୟୁ ହୋଇଛି।
୧୫ ବର୍ଷର ପିଲାର ମୃତ୍ୟୁ:
ଘଟଣା ଜଣା ପଡିବା ପରେ କୋତବାଲି ଥାନା ପୋଲିସ ଘଟଣା ସ୍ଥାନରେ ପହଂଚି ଶବକୁ ବ୍ୟବଛେଦ ପାଇଁ ପାଖ ମେଡିକାଲକୁ ପଠାଇଛି। ଏହି ମାମଲାରେ ଘର ଲୋକ କହିଛନ୍ତି ପିଲା ଷ୍ଟଣ୍ଟ ଦେଖାଇ ଭିଡ଼ିଓ ତିଆରି କରୁଥିଲା ସେହି ସମୟରେ ଏହି ଅଘଟଣ ହେଲା। ପୋଲିସ ଏହି ଘଟଣାର ଭଲ ଭାବରେ ଯାଞ୍ଚ କରୁଛି।
ଟିକଟକ ଭିଡ଼ିଓ ତିଆରି କରିବା ସମୟରେ ଗଲା ଜୀବନ:
ଦୌସା କୋତବାଲି ଥାନା ପୋଲିସ ଅଧିକାରୀ ରାଜେଶ ମିଣା କହିଛନ୍ତି ତାଙ୍କୁ ସୂଚନା ମିଳିଥିଲା କି ପିଲା ଫାଶି ଲଗାଇ ଆତ୍ମହତ୍ୟା କରିଦେଇଛି। ସୂଚନା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ପିଲାକୁ ମେଡ଼ିକାଲ ନେଇଥିଲା ସେଠି ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ମାମଲାରେ ଘର ଲୋକ କହିଛନ୍ତି ପିଲା ଷ୍ଟଣ୍ଟ ଦେଖାଇ ଭିଡ଼ିଓ ତିଆରି କରୁଥିଲା ସେହି ସମୟରେ ଏହି ଅଘଟଣ ହେଲା। ଘର ଲୋକ କହିଛନ୍ତି ଗୁରୁବାର ରାତିରେ ମଧ୍ୟ ପିଲା ନିଜ ଘରେ ବେକରେ ଦଉଡି ଲଗାଇ ଭିଡ଼ିଓ କରୁଥିବା ସମୟରେ ତାର ଗୋଡ଼ ଖସିଯିବାରୁ ଗଳାରେ ଦଉଡି ଲାଗି ତାର ମୃତ୍ୟୁ ହୋଇଛି।