ରୋଗୀଙ୍କ କରୋନା ପରୀକ୍ଷା ନମୁନା ଛଡ଼ାଇନେଇ ଦୌଡ଼ିଲା ମାଙ୍କଡ଼, ଗଛରେ ବସି ଚୋବାଇଦେଲା କିଟ

ମେରଠର ମେଡିକାଲ କଲେଜରେ ମାଙ୍କଡ଼ ମାନେ ଆତଙ୍କ ସୃଷ୍ଟି କରିଛନ୍ତି। ଶୁକ୍ରବାରକୁ ମେଡିକାଲ କେଲେଜରେ ସେହି ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯେବେ ମାଙ୍କଡ଼ ଏକ ଲ୍ୟାବ ଟେକନିସିଆନ ହାତରୁ ରୋଗୀଙ୍କ କରୋନା ପରୀକ୍ଷା ନମୁନା ଛଡ଼ାଇନେଇଥିଲା। ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଯାଇଛି। ଭିଡ଼ିଓରେ ସଫା ଦେଖା ଯାଉଛି କି ମାଙ୍କଡ଼ ଗଛରେ ବସିଛି ଓ କିଟ ଚୋବାଉଛି।

ଏହି ଭିଡ଼ିଓ ଭାଇରାଲ ହେବ ଦ୍ଵାରା ମେରଠ ମେଡିକାଲ କଲେଜର ପ୍ରିନ୍ସପାଲ ଡାକ୍ତର ଏସ କେ ଗର୍ଗଙ୍କ କହିବା ଅଟେ କି ଏହା କରୋନା ରୋଗୀଙ୍କ ପ୍ରତିଦିନର ନମୁନା ଥିଲା। ମାଙ୍କଡ଼ ଯେଉଁ ତିନି ଜଣଙ୍କ ନମୁନା ନେଇଯାଇଥିଲେ ତାଙ୍କର ପୁଣି ଥରେ ନମୁନା ନିଆଯାଇଛି।

ଭିଡ଼ିଓରେ ସଫା ସଫା ଦେଖାଯାଇପାରୁଛି କି କିପରି ନେଇଥିବା ନମୁନା ଓ କିଟକୁ ମାଙ୍କଡ଼ ଗଛ ଉପରେ ବସି ଚୋବାଇବାକୁ ଚେଷ୍ଟା କରୁଛି। ଉତ୍ତରପ୍ରଦେଶରେ ଗୁରୁବାରକୁ କରୋନା ସଂକ୍ରମଣରେ ୧୫ ଲୋକଙ୍କ ମୃତ୍ୟୁ ହୋଇଛି। ଯେବେକି ୧୭୯ ମାମଲା ଆସିବା ସହିତ ଏବେ ପର୍ଯ୍ୟନ୍ତ ସଂକ୍ରମଣଙ୍କ ସଂଖ୍ୟା ବଢିକରି ୭୧୭୦ ରେ ପହଂଚିଗଲାଣି।

ମେଡିକାଲ କଲେଜରେ ଯେଉଁଭଳି ମାଙ୍କଡ଼ ନମୁନାକୁ ଛଡ଼ାଇନେଲା ତାହା ଦ୍ଵାରା ଅନେକ ଗମ୍ଭୀର ପ୍ରଶ୍ନ ଉଠୁଛି।ଲମ୍ବା ସମୟରୁ ଏହି ସମସ୍ୟାରୁ ବାହାରିବାକୁ କଣ ପାଇଁ କିଛି ପଦକ୍ଷେପ ଉଠାଯାଇନି। ପ୍ରଶାସନର ବଡ ଗମ୍ଭୀର ପରିଣାମ ସମ୍ନା କୁ ଆସିଛି। ଏହି ମାମଲାକୁ ଦବାଯିବା ପାଇଁ ପ୍ରୟାସ କରାଯାଉଛି।

ମେରେଠରେ ମାଙ୍କଡଙ୍କ ଏହି ମାମଲା ପ୍ରଥମ ନୁହଁ। ଅନେକ ଏପରି ମାମଲା ଆଗରୁ ଆସି ସାରିଛି। କୌଣସି ରୋଗୀଙ୍କୁ ହଇରାଣ ବା କୌଣସି ଅଧିକାରୀଙ୍କ ସାମଗ୍ରୀ ଛଡ଼ାଇନେବା ମାମଲା ସାମ୍ନାକୁ ଆସିଥାଏ। ଏତିକି ନୁହଁ ଚୌଦୁରୀ ଚରଣ ସିଂହ ମେଡିକାଲ କଲେଜରେ ମାଙ୍କଡ଼ଙ୍କ ସହ ମୁକାବିଲା ପାଇଁ ଏକ ଲଆଂଗୁଡ଼ ମଧ୍ୟ ରଖାଯାଇଛି। ଯାହାକୁ ପ୍ରତି ମାସରେ ଦରମା ବି ଦିଆଯାଉଛି।

Leave a Reply

Your email address will not be published. Required fields are marked *