ବହୁତ କଷ୍ଟ ଦାୟକ ହୋଇଥାଏ ଆପେନଡିସ୍କ ବ୍ୟଥା,ଏହି ଘରୋଇ ଉପାୟରୁ ପାଆନ୍ତୁ ମୁକ୍ତି

ଯେତେବେଳେ ଆପେନଡିସ୍କ ଫୁଲିଯାଏ ସେତେବେଳେ ଆପେଣ୍ଡିସାଇଟିସ ର ସମସ୍ୟା ସୃଷ୍ଟି ହୋଇଥାଏ । ଆପେଣ୍ଡିସାଇଟିସ ଏମିତି ରୋଗ ଯାହା ବହୁତ ଦିନ ପର୍ଯ୍ୟନ୍ତ ଦେହକୁ କଷ୍ଟ ଦେଇଥାଏ ଏବଂ ବହୁତ ବ୍ୟଥା ହୋଇଥାଏ । ଆପେଣ୍ଡିସାଇଟିସ ଏକ ଖୁବ କଷ୍ଟଦାୟୀ ରୋଗ ଏହାକୁ ତୁରନ୍ତ ଚିକିତ୍ସା କରାଇବା ଉଚିତ କିନ୍ତୁ ଆପଣ ଘରୋଇ ଉପଚାର ଦ୍ୱାରା ଏହି ରୋଗକୁ ଗମ୍ଭୀର ହେବାରୁ ରୋକିପାରିବେ ଏବଂ ଆପଣଙ୍କର ଫୁଲି ଯାଇଥିବା ଆପେନଡିସ୍କ କୁ ଆପଣ କମ କରିପାରିବେ ।

ଆପେନଡିସ୍କର ଘରୋଇ ଔଷଧ ହେଉଛି ଜଡ଼ା ବା ଅରଣ୍ଡୀ ତେଲ :

ଅରାଣ୍ଡୀ ତେଲରେ ରିସିନେଲିକ ଏସିଡ ଥାଏ ଯେଉଁଥିରେ ବ୍ୟଥା ଓ ଫୁଲା କୁ କମ କରିବାର ଗୁଣ ଥାଏ । ଏକ ନରମ କପଡା ନେଇ ସେଥିରେ ଦୁଇ ଚାମୋଚ ଅରଣ୍ଡୀ ତେଲ ନେଇ ସେହି କପଡାକୁ ପ୍ରଭାବିତ ହୋଇଥିବା ଜାଗାରେ ରଖିଲେ କିଛିଟା ଉପଶମ ମିଳିଥାଏ ।

ଆପେନଡିସ୍କର ଘରୋଇ ଉପାୟ ଆପେଲ ସାଇଡର ଭିନେଗାର :

ଗୋଟିଏ ଗ୍ଲାସ ପାଣିରେ ଏହି ଆପେଲ ସାଇଡର ଭିନେଗାର ମିଶାଇ ପିଅନ୍ତୁ । ଏହି ଭିନେଗାର ରେ ଫୁଲାକୁ କମ କରିବା ଶକ୍ତି ଥାଏ। ବ୍ୟଥାରୁ ମୁକ୍ତି ପାଇବାକୁ ପ୍ରତିଦିନ ଏହାକୁ ସେବନ କରନ୍ତୁ ।

ଆପେନଡିସ୍କ ର ଘରୋଇ ଉପଚାର ଥଣ୍ଡା ସରବତ :

ସରବତ ପାଚନ କ୍ରିୟାରେ ସୁଧାର ଆଣିଥାଏ ଏବଂ ଯେକୌଣସି ସଂକ୍ରମଣ ସହିତ ଲଢ଼ିବା ପାଇଁ ପ୍ରବୟୋଟିକ ବନାଇଥାଏ । ଦିନରେ କମ ସେ କାମ ୧ ଲିଟର ଥଣ୍ଡା ସର୍ବତ ନିହାତି ପିଅନ୍ତୁ । ଆପଣ ସର୍ବତ ରେ ଜିର ,ଅଦା ଓ ପୁଦିନା ମଧ୍ୟ ମିଶାଇ ପିଇ ପାରିବେ ।

ଆପେନଡିସ୍କ ର ଘରୋଇ ନିରାକରଣ ଖାଇବା ସୋଢା ବା ମିଠା ସୋଢା :

ଏଥିରେ ଏଣ୍ଟି-ଇନ୍ଫ୍ଲମେଟୋରୀ ଗୁଣ ରାହିଥାଏ । ଏହା ପାଚନତନ୍ତ୍ର କୁ ଆରାମ ଦେଇଥାଏ ଏବଂ ଆପେନଡିସ୍କ ର ବ୍ୟଥା କୁ କମ କରିଥାଏ । ଯେତେବେଳେ ବି ବ୍ୟଥା ହେଉଛି ଗୋଟିଏ ଗ୍ଲାସ ପାଣିରେ ଗୋଟିର ଚମୋଚ ଖାଇବା ସୋଢା ମିଶାଇ ପିଇ ଦିଅନ୍ତୁ ।

ଆପେନଡିସ୍କ ରୋଗର ଔଷଧ ହେଉଛି ରସୁଣ :

ରସୁଣରେ ଫୁଲା ରୋଧୀ ଓ ମଇକ୍ରୋବିଆଲ ରୋଧୀ ଗୁଣ ରାହିଥାଏ । ଏହାର ଫୁଲା କମାଉଥିବା ଗୁଣ ବ୍ୟଥାକୁ କମ କରିପାରେ ଠିକ ସେହିପରି ମାଇକ୍ରୋବୀୟଲ ରୋଧୀ ତତ୍ୱ ହାନିକାରକ ବ୍ୟାକ୍ଟେରୀଆ,ଫଙ୍ଗସ ଓ ପରଜୀବୀ ମାନଙ୍କୁ ନଷ୍ଟ କରିପାରେ । ରସୁଣର ୨-୩ ଟି କଲି ନେଇ ତାକୁ ପାଣିରେ ମିଶାଇ ପିଇଅନ୍ତୁ ।

ଆପେନଡିସ୍କ ର ରାମବାଣ ଔଷଧ ହେଉଛି ଗ୍ରୀନ ଟି :

Green Tea

ଗ୍ରୀନ ଟି ରେ ଏଣ୍ଟି ଅକ୍ସିଡେଣ୍ଟ ଓ ଏଣ୍ଟି – ଇନ୍ଫ୍ଲମେଟୋରୀ ଗୁଣ ରାହିଥାଏ । ଏଥିରୁ ବ୍ୟଥାରୁ ବହୁତ ଭଲ ଆରାମ ମିଳିଥାଏ । ଗୋଟିଏ କପ ଗରମ ପାଣିରେ ଗୋଟିଏ ଗ୍ରୀନ ଟି ବ୍ୟାଗ ନେଇ କିଛି ମିନିଟ ପାଇଁ ପକାନ୍ତୁ । କିଛି ସମୟ ପରେ ସ୍ୱାଦ ଅନୁସାରେ ମହୁ ପକାଇ ସେଥିରେ ମିଶାନ୍ତୁ । ଅତି କମ ରେ ଦିନରେ ଦୁଇଥର ଏହି ଚା କୁ ଗରମ ଗରମ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *