ଟ୍ରମ୍ପ-୪୦ ମିଲିୟନ ଡ଼ଲାର ଦେଉଥିବା ଚୀନ କବ୍ଜାବରେ WHO
● ଆମେରିକାରେ ଏବେ ପର୍ଯ୍ୟନ୍ତ ୧୭୩୫୯୭୧ ଲୋକ ସଂକ୍ରମଣ ଓ ୧୦୨୩୨୩ ଲୋକଙ୍କ ମୃତ୍ୟୁ।
● ୧୨ ଦେଶରେ ମହାମାରୀର କରାଳ ରୂପ।
କରୋନା ମହାମାରୀରେ ଅଧିକ କ୍ଷତି ହୋଇଥିବା ଆମେରିକା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ରୁ ବାହାରିବାକୁ ଘୋଷଣା କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି WHO ଉପରେ ପୁରା ଚୀନର ନିୟନ୍ତ୍ରଣ ରହିଛି। WHO ବଦଳାଇବା ପ୍ରକ୍ରିୟାରେ ବିଫଳ ହୋଇଛି ଓ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ସବୁ ସମ୍ପର୍କ କାଟିବାକୁ ଯାଉଛି।
ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଚୀନ WHO କୁ ଏକ ବର୍ଷରେ ୪୦ ମିଲିୟନ ଡ଼ଲାର ଦେଇ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଥାଏ। ଯେବେକି ଆମେରିକା WHO କୁ ଏକ ବର୍ଷ ରେ ୪୫୦ ମିଲିୟନ ଡ଼ଲାର ଦେଇଥାଏ। WHO ରେ ସୁଧାର ଆଣିବା ପାଇଁ ଆମେରିକା ଯେଉଁ ଦାବି କରିଥିଲା WHO ତାକୁ ଲାଗୁ କଲାନାହିଁ। ଏଥିପାଇଁ ପାଇଁ ଆମେରିକା WHO ରୁ ନିଜ ସମ୍ପର୍କ ଭାଙ୍ଗିବାକୁ ଯାଉଛି।
ଆମେରିକାର ଟାର୍ଗେଟରେ ଥିଲା WHO:
କହିରଖିବୁକି ଆମେରିକା WHO କୁ ଦେଉଥିବା ସହାୟତା ରାଶିକୁ ବନ୍ଦ କରିଦେଇଥିଲା। ଆମେରିକା WHO ଉପରେ କରୋନା ଭାଇରସକୁ ଚିହ୍ନିବାର ବିଫଳ ହେବାର ଅଭିଯୋଗ କରିଥିଲା ଏବଂ ଚୀନ ସହିତ ସମ୍ପର୍କ ଥିବାର ଆଲୋଚନା କରିଥିଲା।
ଏହା ସହିତ ରାଷ୍ଟ୍ରପତି ଟ୍ରମ୍ପ WHO ଡ଼ାଇରେକ୍ଟରଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ୩୦ ଦିନ ଭିତରେ WHO କିଛି ବଦଳାଇବାକୁ କହିଥିଲେ। ନଚେତ ଆମେରିକା ନିଜ ସହାୟତା ରାଶି ସବୁଦିନ ପାଇଁ ବନ୍ଦ କରିଦେବ ଓ ସଂଗଠନରୁ ଅଲଗା ହୋଇଯିବ।
ଆମେରିକା ଲଗାତର ଏହି ଅଭିଯୋଗ ଲଗାଉଛି କି WHO ଏହି ଭାଇରସ ମାମଲାରେ ଅନେକ ଅବହେଳା କରିଛି ଓ ସବୁବେଳେ ଚୀନର ପକ୍ଷ ନେଇଛି।
ଏବେ ପର୍ଯ୍ୟନ୍ତ ୫୮ ଲକ୍ଷ ଲୋକ ପୀଡିତ:
ଏହି ମହାମାରୀ ୧୮୮ ଦେଶରେ ବ୍ୟାପିସାରିଲାଣି। ଏହି ମହାମାରୀରେ ଏବେ ପର୍ଯ୍ୟନ୍ତ ପୁରା ବିଶ୍ୱରେ ୫୮୭୮୭୦୧ ଲୋକ ପୀଡିତ ଅଛନ୍ତି।ଓ ୩୬୨୭୬୯ ଲୋକଙ୍କ ମୃତ୍ୟୁ ହୋଇଗଲାଣି। ସବୁଠୁ ଅଧିକ କ୍ଷତି ଆମେରିକାରେ ହୋଇଛି ଏଠାରେ ଏବେ ପର୍ଯ୍ୟନ୍ତ ୧୭୩୫୯୭୧ ଲୋକ ସଂକ୍ରମଣ ଓ ୧୦୨୩୨୩ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।
କେବଳ ଆମେରିକା ନୁହଁ ଅନ୍ୟ ଦେଶ ବି ଏହି ମହାମାରିରେ ଚିନ୍ତିତ। ଭାରତ ସମେତ ଏହି ୧୨ ଦେଶରେ ଏହି ମହାମାରୀ ୧ ଲକ୍ଷ ମୃତ୍ୟୁ ପାର ହୋଇଗଲାଣି। ଏହାର ପ୍ରକୋପ ଥମିବାର ନା ନେଉନାହିଁ।
WHO ତିଆରି କରିଛି ନୂଆ ଫାଉଣ୍ଡେସନ:
ଏବେ କରୋନା ମହାମାରୀରେ ପୁରା ଦୁନିଆରେ ପ୍ରଳୟ ସୃଷ୍ଟି ହୋଇଛି। ମହାମାରୀକୁ ବ୍ୟାପିବା ଓ ଅଟକାଇବା ସ୍ୱାସ୍ଥ୍ୟକୁ ସମ୍ଭାଳିବାରେ ବିଫଳ ରହିଆସୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ଏକ ନୂଆ ଫାଉଣ୍ଡେସନ ଘୋଷଣା କରିଛି।ଏଥିରେ କୌଣସି ମହାମାରୀ ସହିତ ଲଢ଼ିବା ପାଇଁ ପାଣ୍ଠି ଏକତ୍ର କରାଯିବ। ଯାହା ମଧ୍ୟରେ ବଡ ଦେଶ ସହିତ ସାଧାରଣ ଲୋକଙ୍କ ଠୁ ବି ସହାୟତା ନିଆଯିବ।
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ WHO ର ଡ଼ାଇରେକ୍ଟର ଏହାର ଘୋଷଣା କରିଥିଲା ଏବଂ କହିଥିଲେ ଏହା ଏକ ସ୍ୱତନ୍ତ୍ର ସଂଗଠନ ହେବ। ଯାହା ଦ୍ୱାରା ଅନେକ ସ୍ଥାନରୁ ପାଣ୍ଠି ଏକାଠି କରାଯିବ।
ବର୍ତ୍ତମାନ ପରିସ୍ଥିରେ ସବୁ ସଦସ୍ୟ ଦେଶ WHO କୁ ସହାୟତା ରାଶି ଦେଉଛନ୍ତି। ଏହି ଆଧାରରେ ଆସୁଥିବା ସବୁ ପରିସ୍ଥିତିରେ WHO ସହାୟତା କରିଥାଏ।
ଆର୍ଥିକ ସଙ୍କଟରେ ଗତି କରୁଛି WHO:
କହିରଖିବୁକି WHO ଦ୍ଵାରା ଜାରି ରିପୋର୍ଟରେ କୁହାଯାଇଛି ତାର ବର୍ତ୍ତମାନର ବଜେଟ କେବଳ ୨.୩ ବିଲିୟନ ଡ଼ଲାର ଅଟେ। ଯାହା ଆବଶ୍ୟକ ଅନୁସାରେ ବହୁତ କମ। ତା ସହିତ ଆମେରିକାର ସହାୟତା ରାଶି ବନ୍ଦ ହେତୁ ଆହୁରି ସମସ୍ୟା ଦେଖାଯାଇଛି। ଯାହା ପାଇଁ ଆହୁରି ପାଣ୍ଠି ଆବଶ୍ୟକ।
କେବଳ ଆମେରିକା ନୁହଁ ତାର ପ୍ରକୋପରେ ଅନେକ ଦେଶ WHO ରେ ବଦଲାଇବା ପାଇଁ ଦାବି କରୁଛନ୍ତି। ଏହା ଅଭିଯୋଗ ବି ଆସୁଛି କି WHO କୁ ଏହି ଭାଇରସ ବିଷୟରେ ଡିସେମ୍ବରରୁ ଜଣା ଥିଲା କିନ୍ତୁ ସେ କହିନଥିଲା।