କେବେ କେବେ ଦେଶ ର ଅଲଗା ଅଲଗା ସ୍ଥାନ ରେ ଏମିତି ଘଟଣା ସାମ୍ନା କୁ ଆସିଥାଏ , ଯେବେ କେଉଁଠି ଖୋଳାଖୋଳି ସମୟରେ ମୁଦ୍ରା କିମ୍ବା ମୃତ୍ତି ବାହାରିଥାଏ ଓ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି । ଏମିତି ଘଟଣା ସାମ୍ନା କୁ ଆସିଛି ଉତ୍ତର ପ୍ରଦେଶ ର ବାଦା ରୁ , ଯେଉଁଠି କୃଷ୍ଣ ଭଗବାନ ଙ୍କ ଏମିତି ଏକ ମୃତ୍ତି ବାହାରିଛି ଦେଖିବା ଲୋକ ଅବାକ ହୋଇଯାଇଥିଲେ ।
ଏହି ପୁରା ଘଟଣା ବାଦା ର ମବଇ ର ଅଟେ , ଏଠାରେ ଏକ କୂଅ ଖୋଳୁଥିବା ଓ ସଫା କରୁଥିବା ସମୟରେ ଭଗବାନ କୃଷ୍ଣ ଙ୍କ ବିରଳ ମୃତ୍ତି ବାହାରିଛି । ମୃତି ବାହାରିବା ଖବର ଚାରିଆଡେ ଖେଳାଇ ଗଲା । ମଜ୍ଜା କଥା ଏହା କି ଏହି ମୃତି କୁ ୩୦ ବର୍ଷ ପୂର୍ବରୁ ଗାଆଁ ରେ ଥିବା ରାମ ମନ୍ଦିର ରୁ ଚୋରି ହୋଇଥିଲା , ଯାହା ପରେ ଏହି ଘଟଣା କୁ ଲୋକ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ , କିଛି ଲୋକଙ୍କୁ ଏହି ବିଷୟରେ ଜଣା ମଧ୍ୟ ନଥିଲା ।
ପୋଲିସ ଅଧୀକ୍ଷକ ଭରତ କୁମାର ପାଲ ଏହି ଘଟଣା ବିଷୟରେ ସୂଚନା ଦେଇ କହିଲେ କି ପୋଲିସ ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ନିଜ କବଚ କୁ ନେଇ ଯାଇ ଏହାକୁ ରାତି ରେ କୋତବାଲି ରେ ରଖି ଦେଇଛନ୍ତି । ଆଶ୍ଚର୍ଯ୍ୟ ର କଥା ଏହା କି ମୂର୍ତ୍ତି ର ଡାହାଣ ହାତ ଖଣ୍ଡିଆ ଥିଲା ।
ଗ୍ରାମବାସୀ କହିଲେ କି ବହୁତ ଦିନ ରୁ କୂଅ ରେ ମୂର୍ତ୍ତି ଦେଖା ଯିବା କଥା ଶୁଣିବାକୁ ମିଳୁଥିଲା , ଏହାର ସୂଚନା ଗ୍ରାମ ର ମୁଖିଆ ଙ୍କୁ ମଧ୍ୟ ଦିଆଯାଇଥିଲା । ଗ୍ରାମ ମୁଖିଆ ଦ୍ଵାରା ପୋଲିସ ର ଉପସ୍ଥିତି ରେ କୂଅ ରୁ ପାଣି ପମ୍ପ ସାହାଯ୍ୟ ରେ ବାହାର କରାଯାଇଥିଲା । ଏହା ପରେ ଯାହା ଦେଖା ଯାଇଥିଲା ଗ୍ରାମବାସୀ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।
କୂଅ ରୁ ପାଣି ବାହାର କରି ସାରିବା ପରେ ମୂର୍ତ୍ତି ବାହାର କରା ଯାଇଥିଲା । ଏହା ସେହି ମୂର୍ତ୍ତି ବାହାରିଥିଲା ଯାହା ୩୦ ବର୍ଷ ପୂର୍ବରୁ ଚୋରି ହୋଇଥିଲା । ଏହି ସମୟରେ ଗାଆଁ ର ପ୍ରମୁଖ ଲୋକ ଉପସ୍ଥିତ ଥିଲେ । ପୋଲିସ ର ମଧ୍ୟ ଏକ ଟିମ ସମୟ ରେ ପହଞ୍ଚିଲା । ସବୁ ଲୋକ ଜଣ ଜଣ କରି ମୂର୍ତ୍ତି ଦେଖୁଥିଲେ କି କଣ ଏହା ସେହି ମୂର୍ତ୍ତି ।
ଏବେ କିନ୍ତୁ ଗ୍ରାମବାସୀ କାଟି ଚୋରି ହୋଇଥିବା ମୂର୍ତ୍ତି ର ଡାହାଣ ହାତ ଖୋଜିବା ପାଇଁ ଗୁହାରୀ କରିଥିଲେ । କୋତବାଲୀ ନଗର ପୋଲିସ ମୂର୍ତ୍ତି କୁ ନିଜ ହେପାଜତକୁ ନେଇ ସମ୍ଭଧିତ ବିଭାଗ କୁ ଏହାର ସୂଚନା ଦେଇଥିଲା ।
ସେଠାରେ ମୂର୍ତ୍ତି ବାହାରିବା ପରେ ଗ୍ରାମବାସୀ ଙ୍କ ମଧ୍ୟ ରେ ଚର୍ଚ୍ଚା ହେଉଥିଲା କି ପ୍ରଶାସନ ଏହି ମୂର୍ତ୍ତି କୁ କ’ଣ କରିବ । ଗାଆଁ ରେ ରହୁଥିବା ଜ୍ଞାନେଦ୍ର ସିଂହ ଙ୍କ କହିବା କଥା କି ଏହି ମୂର୍ତ୍ତି ଙ୍କ ବିଷୟରେ ସୂଚନା ପାଇବା ପରେ ସର୍ବପ୍ରଥମେ ପୋଲିସ କୁ କହିଥିଲେ । ଏବେ ଏହି ମୂର୍ତ୍ତି ର ଯାଞ୍ଚ କରାଯାଉଛି କି ଏହା କେଉଁ ଧାତୁ ରେ ତିଆରି ହୋଇଛି ।
ଅନ୍ୟ ଏକ ଗ୍ରାମବାସୀ କହିଲେ କି ଗାଆଁ ର ବରିଷ୍ଠ ଲୋକ ଙ୍କ ତତ୍ବାବଧାନରେ ଏହି ମୂର୍ତ୍ତି ବାହାର କରାଯାଇଥିଲା । ସେ କହିଥିଲେ କି ଏହି ଅଷ୍ଟଧାତୁ ରେ ହୋଇପାରେ । ଏବେ କିନ୍ତୁ ଏହି ମୂର୍ତ୍ତି କୁ ପୋଲିସ ର ଟିମ ନେଇଯାଇଛନ୍ତି ।
ପୋଲିସ ଅଧିକ୍ଷକ କହିଥିଲେ କି ଏହି ମୂର୍ତ୍ତି ଦୁଇ ମାସ ପୂର୍ବରୁ ଶ୍ରମିକ ମାନେ ଦେଖିଥିଲେ କିନ୍ତୁ ସେମାନେ ଏହା ଉପରେ ଧ୍ୟାନ ଦେଇନଥିଲେ । କିନ୍ତୁ ଯେବେ ଏହାର ଖୋଲାସ ହେଲା ତେବେ ଏହାକୁ ବାହାର କରିବା ପାଇଁ କଥାବାର୍ତ୍ତା କରାଗଲା ଓ ବୁଧବାର ଏହି ମୂର୍ତ୍ତି କୁ କୂଅ ରୁ ବାହାର କରାଗଲା ।