ସୀମା ବିବାଦ ଭିତରେ ଭାରତକୁ ଆଉ ଏକ ଝଟକା ଦେବାକୁ ପ୍ରସ୍ତୁତ ହେଉଛି ଚୀନ। ଚୀନ କହିଛି ସେ ଭାରତ ଠାରୁ ଆମଦାନୀ କରୁଥିବା ଘୁଷୁରୀ ମାଂସ ଉପରେ ପ୍ରତିବନ୍ଧକ ଲଗାଇବ। ଚୀନର ଏହି ପଦକ୍ଷେପକୁ ତାରି ସରକାରୀ ମିଡିଆ ସୀମା ବିବାଦ ସହିତ ଯୋଡ଼ିଛି।
ଚୀନର ସୀମା ବିଭାଗ ଓ କୃଷି ଗ୍ରାମୀଣ ମାମଲା ମନ୍ତ୍ରାଳୟ ବୁଧବାର ଦିନ ଏକ ନୋଟିସ ଜାରି କରିଛି। ଏହି ନୋଟିସରେ ଲେଖା ଯାଇଛି କି ଚୀନ ଭାରତ ଠାରୁ ନେଉଥିବା ଘୁଷୁରୀ ମାଂସ ଓ ତା ସହିତ ଜଡିତ କୌଣସି ଜିନିଷ ନେବ ନାହିଁ। ଏହାର କାରଣ ଆଫ୍ରିକାନ ସ୍ୱାଇନ ଫେବର ଓ ଚୀନର ବନ୍ୟଜନ୍ତୁଙ୍କ ସୁରକ୍ଷା କୁହାଯାଇଛି।
ମିଡିଆ ରିପୋର୍ଟ ଅନୁସାରେ ଭାରତରେ ସ୍ୱାଇନର ପ୍ରଥମ ମାମଲା ମଇ ମାସରେ ଆସିଥିଲା ଓ ତା ଦ୍ଵାରା ୧୪୦୦୦ ଘୁଷୁରୀ ମରିଥିଲେ। ଚୀନରେ ଏହି ରୋଗର ପ୍ରଥମ ମାମଲା ଅଗଷ୍ଟ ୨୦୧୮ ରେ ଆସିଥିଲା। ଚୀନରେ ଘୁଷୁରୀ ମାଂସର ଅନେକ ଚାହିଦା ରହିଥାଏ। କରୋନା ଭାଇରସ ମଧ୍ୟରେ ମଧ୍ୟ ଚୀନରେ ଘୁଷୁରୀ ମାଂସର ଚାହିଦା କମି ନଥିଲା।
ସରକାରୀ ରିପୋର୍ଟରେ ଭାରତ ଓ ଚୀନ ଭିତରେ କୌଣସି ସୀମା ବିବାଦ ତଥ୍ୟ ନାହିଁ କିନ୍ତୁ ସରକାରଙ୍କ ମୁଖପାତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସ ଲେଖିଛି ଦୁଇ ଦେଶ ମଧ୍ୟରେ ବିବାଦ ଥିବାରୁ ଚୀନ ଏହି ପ୍ରତିବନ୍ଧକ ଲଗାଇଛି। ଗ୍ଲୋବାଲ ଟାଇମ୍ସ ଦୁଇ ଦେଶ ମଧ୍ୟରେ ବିବାଦ ପାଇଁ ଭାରତକୁ ଦୋଷୀ କହି ଲେଖିଛି ଚୀନ ସୀମାରେ ଭାରତ ଅନେକ ନିର୍ମାଣ କାମ କରୁଛି ଯାହା ପାଇଁ ଏହି ବିବାଦ ବଢୁଛି।
ଭାରତର ବିଦେଶୀ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ଗୁରୁବାର ଦିନ କହିଛନ୍ତି କି ଦୁଇ ପକ୍ଷ ସୀମା ବିବାଦକୁ ଶାନ୍ତି ପୂର୍ବକ କରିବାକୁ ଚାହୁଁଛନ୍ତି। ଗୋଟେ ଦିନ ପୂର୍ବରୁ ଚୀନ ରାଜ ଦୂତ ସନ ବେଡାଙ୍ଗ କହିଥିଲେ କି ଦୁଇ ଦେଶ ଜଣେ ଜଣଙ୍କ ପାଇଁ ବିପଦ ନୁହଁନ୍ତି ଓ କଥାବାର୍ତ୍ତା ଦ୍ବାରା ଏହାକୁ ସମାଧାନ କରିବା ପାଇଁ କହିଥିଲେ।
ଏହା ପୂର୍ବରୁ ବି ଚୀନ କରୋନା ଭାଇରସର ଅନ୍ତରାଷ୍ଟ୍ରୀୟ ଯାଞ୍ଚର ଦାବି କରିଥିବା ଅଷ୍ଟେଲିଆ ବିପକ୍ଷରେ ବ୍ୟାପାରକୁ ଅସ୍ତ୍ର କରିଛି। ଚୀନ ରାଜା ଦୂତ କହିଥିଲେ ଅଷ୍ଟେଲିଆ ଏପରି କଲେ ଚୀନ ଲୋକ ଅଷ୍ଟେଲିଆ ସାମଗ୍ରୀ ବର୍ଜନ କରିବେ। ଅଷ୍ଟେଲିଆ ଚୀନକୁ ଅନେକ ଜିନିଷ ବିକ୍ରି କରିଥାଏ। ଚୀନ ଏପରି କଲେ ଅଷ୍ଟେଲିଆର ଅର୍ଥ ନୀତି ଉପରେ ପ୍ରଭାବ ପଡିବ କିନ୍ତୁ ଭାରତ ସହ ଏପରି ହେବ ନାହିଁ କାରଣ ଭାରତ ଚୀନ ମଧ୍ୟରେ ଅଧିକ ବ୍ୟାପାର ନାହିଁ।
ଭାରତ ଚୀନ ଠୁ ଅଧିକ ଆମଦାନୀ କରିଥାଏ ଓ କମ ରପ୍ତାନି କରିଥାଏ। ବର୍ଷ ୨୦୧୮ -୧୯ ରେ ଭାରତ ଓ ଚୀନ ମଧ୍ୟରେ ୫୩.୫୬ ଅରବ ଡ଼ଲାରର ବ୍ୟାପାର କ୍ଷତି ରହିଥିଲା। ଯଦି ଭାରତ ଚୀନର ଜିନିଷ ଉପରେ ପ୍ରତିବଦ୍ଧତା ଲଗାଇବ ଚୀନର ଅଧିକ କ୍ଷତି ହେବ।
ଚୀନ ପାଇଁ ଏହା କିଛି ନୂଆ କଥା ନୁହଁ କି କୌଣସି ଦେଶ ସହ ବିବାଦରେ ତା ସହ ମିଛ କଥାରେ ତା ସାମଗ୍ରୀ ଉପରେ ପ୍ରତିବନ୍ଧକତା ଲଗାଇବ। ଚୀନ ୨୦୧୯ ରେ ବି ଅନେକ ଥର ଅନେକ ଦେଶ ମାନଙ୍କ ସହ ଏପରି କରିଛି। ଏହା ଚୀନ ପାଇଁ ସବୁଦିନିଆ କଥା।