କରୋନା ଭାଇରସରୁ ବଂଚିବା ପାଇଁ ଅନେକ ପ୍ରକାର ଚିକିତ୍ସା ପଦ୍ଧତି ପରୀକ୍ଷା କରାଯାଉଛି। ଆଜି ବୈଜ୍ଞାନିକମାନେ ଏକ ପ୍ରକାର ଖାସ ଇନହଲେର୍ ତିଆରି କରିଛନ୍ତ ଯାହା ବିଷୟରେ ଆଜି ଆମେ କହିବୁ।
କରୋନା ଭାଇରସ ସଂକ୍ରମଣ ପୁରା ଦୁନିଆରେ ନିଜ ଏବେ ବି ବିକରାଳ ରୂପ ଧାରଣ କରିଛି। ଏହାକୁ ଅଟକାଇବା ପାଇଁ ପୁରା ଦୁନିଆର ଡାକ୍ତର ଚେଷ୍ଟା ଚଳାଉଛନ୍ତି। ଯେପରି ବହୁତ ଶୀଘ୍ର ଏହାର ଟିକା ବାହାର ହୋଇଯାଇପାରିବ। ଏହାର ସଂକ୍ରମଣରୁ ରକ୍ଷା ପାଇଁ ଏବେ ଏକ ଭଲ ଖବର ସାମ୍ନାକୁ ଆସୁଛି।
ଡାକ୍ତର ଏହାର ସଂକ୍ରମଣର ଡର କିଛି ମାତ୍ରାରେ କମ କରିବା ପାଇଁ ଏକ ବେଶେଷ ଇନହଲେର୍ ତିଆରି କରିଛନ୍ତି। ଏହା ଶରୀର ପାଇଁ ଆହୁରି ଏକ ସୁରକ୍ଷା କବଚ ପରି କାମ କରିବ। ଆସନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା।
ପ୍ରସ୍ତୁତ କରିଛନ୍ତି ବ୍ରିଟେନ ବୈଜ୍ଞାନିକ:
ଏହି ବିଶେଷ ଇନହଲେର୍ ତିଆରି କରିବା ପାଇଁ ବ୍ରିଟେନର ଏକ ବିଶେଷ ଟିମ ଏହି ଭାଇରସର ସଂକ୍ରମଣ ବିଷୟରେ ଜାଣିବା ପରେ ଏହା ଉପରେ କାମ କରୁଥିଲେ। ଲମ୍ବା ସମୟ କାମ କରିବା ପରେ ସାଉଥେମ୍ପଟନ ୟୁନିଭରସିଟିର ବିଶେଷଜ୍ଞ ଏହି ଇନହଲେର୍ ତିଆରି କରିଛନ୍ତି। ଏହାକୁ ପରୀକ୍ଷା କରି ଦେଖାଯାଇଛି ଏହା ଦ୍ବାରା ସଂକ୍ରମଣ ହାର କମ ହେଉଛି।
କିପରି କାମ କରିଥାଏ ଇନହଲେର୍:
ଆପଣ ଆମେ ଆଜ୍ମା ରୋଗୀ ମାନଙ୍କୁ ଏକ ବିଶେଷ ପ୍ରକାର ଇନହଲେର୍ ନେଉଥିବା ଦେଖିଥିବେ। ଏହା ଆମ ଶରୀରରେ ଅକ୍ସିଜେନ ପହଂଚାଇଥାଏ।ସେହି ପରି ଏହି ଇନହଲେର୍ ଦ୍ବାରା ଏହି ଭାଇରସର ପ୍ରକୋପକୁ କିଛି ମାତ୍ରରେ କମ କରିହେବ।
ଫୁସଫୁସକୁ କରିବ ସୁରକ୍ଷା:
ଏହି ଭାଇରସ ଖାସ କରି ଫୁସଫୁସକୁ କ୍ଷତି କରିଥାଏ। ଯାହା ଦ୍ଵାରା ଧୀରେ ଧୀରେ ଆମକୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ଓ ଶେଷରେ ମଣିଷ ମରିଯାଇଥାଏ। ଏହି ଇନହଲେର୍ ଫୁସଫୁସକୁ ସୁରକ୍ଷା ଦେବ ଯାହା ଦ୍ଵାରା ଏହି ଭାଇରସ ଅଧିକ କ୍ଷତି କରିପାରିବ ନାହିଁ।
ଏହି ପ୍ରୋଟିନର କରାଯାଇଥିଲା ବ୍ୟବହାର:
ଏହାକୁ ତିଆରି କରିଥିବା ବିଶେଷଜ୍ଞ ମାନେ କହିଛନ୍ତି ଏକ ବିଶେଷ ପ୍ରକାର ପ୍ରୋଟିନର ବ୍ୟବହାର କରାଯାଇଛି। ଏହାକୁ ଇଣ୍ଟରଫେରାନ ପ୍ରୋଟିନ କୁହାଯାଇଥାଏ। ଏହାକୁ ଏକ ବିଶେଷ ନାମ ଦିଆଯାଇଛି SNG001।
ପରୀକ୍ଷାର ଶେଷ ଷ୍ଟେଜରେ ଅଛି ଏହି ଇନହଲେର୍:
ବିଶେଷଜ୍ଞ ମାନେ କହିଛନ୍ତି ଏହି ସମୟରେ ଏହାର ପରୀକ୍ଷା ଚାଲିଛି ଓ ଏହା ଶେଷ ଷ୍ଟେଜରେ ପହଂଚିଗଲାଣି। ଏହା ପରେ ଏହାର ବ୍ୟବହାର ମଣିଷ ଦେହରେ କରାଯିବ। କିଛି ରୋଗୀଙ୍କ ଶରୀରରେ ଏହାକୁ ପରୀକ୍ଷା କରି ଦେଖାଯାଇଛି ଏହା ଦ୍ବାରା ଅନେକ ଲାଭ ଦେଖା ଯାଉଛି।
୧୨୦ ରୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ:
କରୋନା ଭାଇରସ ରୋଗୀଙ୍କ ଦେହରେ ଏହାର ପରୀକ୍ଷା ପାଇଁ ଏବେ ଅନୁମତି ମିଳିସାରିଛି। ଏହା ପାଇଁ ଏବେ ୧୨୦ ରୋଗୀ ଚିହ୍ନଟ କରାଯାଇଛି ଯାହାଙ୍କ ଦେହରେ ଏହାକୁ ପରୀକ୍ଷା କରାଯିବ।କୁହାଯାଉଛି କି ଏହାର ସମ୍ପୂର୍ଣ ପରିଣାମ ଜୁଲାଇ ମାସରେ ସାମ୍ନାକୁ ଆସିବ। ବୈଜ୍ଞାନିକ ମାନେ ପୁରା ଆଶା ରଖିଛନ୍ତି କି ଏହା ସକରାତ୍ମକ ପ୍ରଭାବ ପକେଇବ।