୧୯ ବର୍ଷ ପୂର୍ବରୁ KBC ରେ କୋଟିପତି ହୋଇଥିଲେ ରବି ମୋହନ, ଏବେ ବିତାଉଛନ୍ତି ଏମିତି ଜୀବନ…

ରବି ମୋହନ ସୈନୀ ଗୁରୁବାର ରୁ ପୋରବନ୍ଦର ର ଏସପି ଭାବରେ ଚାର୍ଜ ସମ୍ଭାଳିବାକୁ ଯାଉଛନ୍ତି । ରବି ମୋହନ ୨୦୦୧ ରେ କୋନ ବନେଗା କରୋଡପତି ଜୁନିୟର ରେ ୧ କୋଟି ଟଙ୍କା ଜିତିଥିଲେ । ୨୦୧୪ ରେ ରେ ଆଇପିଏସ୍ ଅଫିସର ହୋଇଥିଲେ ।

ଛୋଟ ପରଦା ର ସବୁଠୁ ଲୋକ ପ୍ରିୟ ରିୟାଲିଟି କ୍ୟୁଜ ଶୋ କୋନ ବନେଗା କରୋଡପତି କେତେ ଜଣଙ୍କର ଜୀବନ ବଦଳାଇ ଦେଇଛି । ନିଜର ଜ୍ଞାନ ବଳ ରେ ବହୁତ ଲୋକ ଏହି ଶୋ କୁ ଆସିଥାନ୍ତି ଓ ଲକ୍ଷ କୋଟି ଟଙ୍କା ନେଇଯାଆନ୍ତି । ଏହି ଶୋ ରେ ୧୯ ବର୍ଷ ପୂର୍ବରୁ ୧୪ ବର୍ଷୀୟ ରବି ମୋହନ ୧କୋଟି ଟଙ୍କା ର ଧନରାଶି ଜିତି ଥିଲେ । ସେହି ରବି ମୋହନ ଆଜି ପୋରବନ୍ଦର ର ଏସପି ହୋଇଛନ୍ତି ।

ରବି ମୋହନ ସୈନୀ ଗୁରୁବାର ରୁ ପୋରବନ୍ଦର ର ଏସପି ରୂପରେ କାର୍ଯ୍ୟଭାର ନେଉଛନ୍ତି । ରବି ମୋହନ ୨୦୦୧ ରେ କୋନ ବନେଗା କରୋଡପତି ଜୁନିୟର ରେ ଏକ କୋଟି ଟଙ୍କା ଜିତି ଥିଲେ । ୨୦୧୪ ରେ ସେ ଆଇପିଏସ ଅଧିକାରୀ ହୋଇଥିଲେ । କହି ରଖୁଛୁ କି ଅମିତାଭ ବଚ୍ଚନ ଙ୍କ ଶୋ କୋନ ବନେଗା କରୋଡପତି ଜୁନିୟର ସମୟରେ ରବି ୧୫ ଟି ପ୍ରଶ୍ନ ର ସଠିକ୍ ଉତ୍ତର ଦେଇ ୧ କୋଟି ଟଙ୍କା ଜିତି ଥିଲେ ।

ଆଜି ତାଙ୍କ ବୟସ ୩୩ ବର୍ଷ ଅଟେ । ଡଃ. ରବି ମୋହନ ସୈନି ପୋରବନ୍ଦର ର ଏସପି ରୂପରେ ନିଜର ପଦଭାର ସମ୍ଭାଳିଛନ୍ତି । ଏହା ପୂର୍ବରୁ ସେ ରାଜକୋଟ ରେ ଡିଏସପି ରୂପରେ କାର୍ଯ୍ୟରତ ଥିଲେ । ରବି ୨୦୧୪ ରେ UPSC ର ପରୀକ୍ଷା ପାସ କରିଥିଲେ ଓ ଗୁଜରାଟ କ୍ୟାଡର ର ଆଇପିଏସ ଅଧିକାରୀ ହୋଇଥିଲେ । ରବି ଙ୍କ ପିତା ନୈାସେନା ରେ ସେବା ନିବୃତ୍ତ ଅଛନ୍ତି । ସେ ମୂଳ ରୂପରେ ରାଜସ୍ଥାନ ର ଅଲବର ର ଅଧିବାସୀ ଅଟନ୍ତି । ରବି ସ୍କୁଲ ରୁ ନେଇ ଏମବିବିଏସ ପଢା ସହିତ ୟୁପିଏସସି ର ପରୀକ୍ଷା ପାସ କରିଥିଲେ ।

ଜଲଦି ପୁଣି ସଜାଇ ହେବ KBC Ra ମଞ୍ଚ

ରବି ଙ୍କ ପିତା ଭାରତୀୟ ନେଭି ବିଶାଖାପାଟଣା ରେ ସ୍କୁଲଶିକ୍ଷା କରିଥିଲେ । ରବି ମୋହନ ସୈନୀ ଯେବେ କୋନ ବନେଗା କରୋଡପତି ରେ ଆସିଥିଲେ ତେବେ ସେ ଦଶମ ଶ୍ରେଣୀ ରେ ପଢୁଥିଲେ ‌। ଶୋ ର ସିଜିନ ୧୨ ବହୁତ ଜଲଦି ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଶୋ ପାଇ ପଞ୍ଜିକରଣ ର ପ୍ରକ୍ରିୟା ଚାଲୁଥିଲା । ହେଲେ ଏହି ଥର ଲକଡାଉନ ଚାଲୁଥିବା ରୁ ଓ ଏହା ମଧ୍ୟ ଠିକ୍ ନାହିଁ କି କେବେ ଖୋଲିବ ତେବେ ଏହା ଦେଖିବାକୁ ହେବ ପ୍ରଯୋଜକ ଏହି ଶୋ କୁ କେମିତି କରୁଛନ୍ତି ।

Leave a Reply

Your email address will not be published. Required fields are marked *