ଛୋଟ ଛୁଆର ଶବକୁ ଘରେ ଖାଇଗଲେ ମୂଷା, ନିରୀହ ପିଲାଟିର ହତ୍ୟାକାରୀ ପିତାଙ୍କୁ ଦେଖି ପଡୋଶୀ ବି ଭୟବିତ୍ତ…

ଅଷ୍ଟ୍ରେଲିଆ ର ବ୍ରିସବେନ ସହର ରେ ଏକ ମର୍ମନ୍ତୁଦ ଘଟଣା ଘଟିଛି । ଯେଉଁଠି ଚାରି ବର୍ଷ ର ନିରୀହ ପିଲା ର ଶବ ଏକ ଘରୁ ମିଳିଛି । ଯାହାର ମୁହଁ କୁ ମୂଷା ମାନେ ଖାଇ ଦେଇଛନ୍ତି । ଏହି ମାମଲା ରେ ପୁରା ସହର ସ୍ତବ୍ଧ ହୋଇଯାଇଥିଲା ଓ ପୋଲିସ ପିଲା ର ପିତା କୁ ଗିରଫ କରି ତା ବିରୋଧ ରେ ହତ୍ୟା ମକଦ୍ଦମା ରୁଜୁ କରିଛି ।
ଡେଲୀ ମେଲ୍ ର ରିପୋର୍ଟ ଅନୁସାରେ ମୃତ ପିଲା ର ପିତା ମାର୍କ ଜେମ୍ସ୍ ଡନ୍ ପୋଲିସ କୁ ପଚରାଉଚରା ରେ କହିଥିଲା କି ଶନିବାର ସକାଳେ ସେ ନିଜର ପିଲା କୁ ମୃତ ଅବସ୍ଥା ରେ ଦେଖିଥିଲା । କିନ୍ତୁ ଏହା ପରେ ମଧ୍ୟ ସେ ଡାକ୍ତର ଙ୍କ କୌଣସି ସାହାଯ୍ୟ ନେଇନଥିଲେ କିମ୍ବା ଜରୁରୀକାଳୀନ ସେବା ପାଇଁ ଫୋନ କରିନଥିଲେ ।

ଚାରି ବର୍ଷର ନିରୀହ ପିଲାର ଶବ ଘରୁ ମିଳିଲା

ଆଶ୍ଚର୍ଯ୍ୟ କରିଦେବାର କଥା ଏହା କି ମାର୍କ ଜେମ୍ସ୍ ଡନ୍ ନିଜର ପିଲାର ଶବ କୁ ମଧ୍ୟ ଧ୍ୟାନ ଦେଲା ନାହିଁ । ତାଙ୍କୁ ଚିନ୍ତା ମଧ୍ୟ ନ ଥିଲା କି ତାଙ୍କ ନିରୀହ ପିଲାର ଶବ ଏମିତି ପଡି ସଢୁଛି । ଏହି ସମୟରେ ଶବ ର ମୁହଁ କୁ ମୂଷା ମାନେ ଖାଇସାରିଥିଲେ । ଏହି ଘଟଣା ଜଣା ପଡ଼ିବା ପରେ ପୁରା ବ୍ରିସବେନ ସହରରେ ଉତ୍ତେଜନା ଖେଳି ଯାଇଥିଲା । ଏବେ ପୋଲିସ ଗମ୍ଭୀର ଭାବରେ ଏହି ଘଟଣାର ଯାଞ୍ଚ କରୁଛି ।

ଏହି ଘଟଣା ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଷ୍ଟ୍ରେଲିଆ ର ପୋଲିସ ମାର୍କ ଜେମ୍ସ୍ ଡନ୍ ବିରୋଧ ରେ କେତେକ ଧାରା ଲଗାଇ ମକଦ୍ଦମା ରୁଜୁ କରିଛି । ଯେଉଁଥିରେ ପିଲା ର ହତ୍ୟା ଓ ମାନବ ଜୀବନ ପ୍ରତି ଅସାବଧାନିତା ମଧ୍ୟ ସାମିଲ ଅଛି । ପୋଲିସ ମାର୍କ ଜେମ୍ସ୍ ଡନ୍ ଜଲଦି କୋଟ ରେ ଉପସ୍ଥିତ କରିବ ।

ପୋଲିସ ପିଲାର ପିତାକୁ କରିଲା ଗିରଫ

ଅଷ୍ଟ୍ରେଲିଆର ବାଲ ସୁରକ୍ଷା ମନ୍ତ୍ରୀ ଏକ ବୟାନରେ ଏହା କହିଲେ କି ପିଲାର ମୃତୁ କୌଣସି ଦୁଃଖଦ ଘଟଣା ରୁ କମ ନୁହେଁ । ଏହାର ପ୍ରଭାବ ସମାଜ ଉପରେ ପଡ଼ିବ । ଏହି ଘଟଣାରେ ଆଖପାଖ ପଡୋଶୀ ଲୋକ ମଧ୍ୟ ଆତଙ୍କରେ ଅଛନ୍ତି । ପୋଲିସ ଏହି ଘଟଣାର ଛାନବିନ ରେ ଲାଗିଛି ।

Leave a Reply

Your email address will not be published. Required fields are marked *