ଅଗଷ୍ଟ ପର୍ଯ୍ୟନ୍ତ ଦେବାକୁ ଚାହୁଁନାହାନ୍ତି କି EMI ?, ତେବେ କେବଳ YES ଲେଖି ଏହି ନମ୍ବରରେ ପଠେଇ ଦିଅନ୍ତୁ ମ୍ୟାସେଜ

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ SBI ସବୁ ପ୍ରକାର ଲୋନ ମିଳୁଥିବା EMI କୁ ତିନି ମାସ ବା ଅଗଷ୍ଟ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଲୋନର EMI କୁ ଦେବା ସମୟକୁ ସୁବିଧା ପାଇଁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଇଦେଇଛି। ଯାହାକୁ ଏବେ SBI ବି ଲାଗୁ କରିଛି।

RBI କରୋନା ଓ ଲକଡାଉନ ସ୍ଥିତିକୁ ଦେଖି ଟର୍ମ ଲୋନ ନେବା ବାଲା ଗ୍ରାହକଙ୍କୁ ସୁବିଧା ଦେବାପାଇଁ ପୂର୍ବରୁ ତିନି ମାସ ବା ମଇ ପର୍ଯ୍ୟନ୍ତ ଲୋନ ନ ଦେବାକୁ କହିଥିଲା। ଏବେ ସେ ଆଉ ତିନି ମାସ ବଢ଼ାଇ ଅଗଷ୍ଟ ପର୍ଯ୍ୟନ୍ତ କରିଦେଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ବୁଧବାରକୁ କହିଛି କି ଗ୍ରାହକଙ୍କୁ ଏହି ଫାଇଦା ଦେବାପାଇଁ ବ୍ୟାଙ୍କ ନିୟମକୁ ସହଜ କରିଦେଲା। ବ୍ୟାଙ୍କ କହିଛି କି RBI ଆଦେଶାନୁସାରେ ମାସିକ EMI ସବୁକୁ ତିନି ମାସର ଛୁଟି ଅବଧି ମିଳିବ।

ବ୍ୟାଙ୍କ ବୟାନରେ କହିଛି କି ସବୁ ଟର୍ମ ଲୋନ ଗ୍ରାହକଙ୍କୁ ତାଙ୍କ ଜୁନ,ଜୁଲାଇ ଓ ଅଗଷ୍ଟ ୨୦୨୦ ରେ ଆସିବାକୁ ଥିବା EMI ଉପରେ ଷ୍ଟାଣ୍ଡିଙ୍ଗ ଇଂଷ୍ଟ୍ରକସନ/NACH ମେଡେଣ୍ଟକୁ ଅଟକାଇବା ପାଇଁ ସହମତି ପାଇବା ପାଇଁ ସମ୍ପର୍କ କରିଛି।

SBI ନିଜ ୮୫ ଲକ୍ଷ ଲୋନ ନେଇଥିବା ଗ୍ରାହକଙ୍କୁ ମ୍ୟାସେଜ ଜରିଆରେ EMI କୁ ନେଇ ତାଙ୍କ ସହମତି ପଚାରିବା ଆରମ୍ଭ କରିଦେଇଛି। ଯଦି ଗ୍ରାହକ ମାନେ ଏଥିରେ ସହମତି ତ ବ୍ୟାଙ୍କ ଦ୍ଵାରା ଦିଆ ଯାଇଥିବା ମ୍ୟାସେଜରେ YES ଲେଖି ଉତ୍ତର ଦେବାକୁ ହେବ। ଏହା ତାଙ୍କୁ ମ୍ୟାସେଜ ମିଳିବାର ୫ ଦିନ ଭିତରେ କରିବାକୁ ହେବ।

ପୂର୍ବ ଦିନରେ ଗ୍ରାହକ EMI ଛୁଟିକୁ ନେଇ ଚିନ୍ତିତ ଦେଖା ଯାଇଥିଲେ। ତାଙ୍କ ସଠିକ ତଥ୍ୟ ମିଳିପାରି ନଥିଲା। ଯାହାର ଲାଭ ସେ ଉଠାଇ ପାରିବେ। ଏବେ SBI କହିଛି ଗ୍ରାହକଙ୍କୁ କୌଣସି ପ୍ରକାର ଚିନ୍ତା କରିବା ଆବଶ୍ୟକ ନାହିଁ। ବ୍ୟାଙ୍କ କହିଛି ଯେଉଁ ମ୍ୟାସେଜ ଆସିବ ତାକୁ ସହମତି ଜଣାଇଥିବା ଗ୍ରାହକଙ୍କୁ ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ଅନ୍ୟକୁ ନୁହଁ।

ଲକଡାଉନ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ସୁବିଧା ଦିଆଯାଉଛି। ଏହା ଛଡା RBI ବି ସୁବିଧା ଦେଇଛି।RBI ପ୍ରଥମରୁ ୩ ମାସର EMI ଛୁଟି ଦେବାକୁ କହିଥିଲା କିନ୍ତୁ ଆର୍ଥିକ ସଙ୍କଟକୁ ଦେଖି କେନ୍ଦ୍ର ବ୍ୟାଙ୍କ ଏହି ଛୁଟିକୁ ଆହୁରି ବଢ଼ାଇ ଦେଇଛି।

ମୋଟ ଗ୍ରାହକଙ୍କୁ ୬ ମାସ ବା ଅଗଷ୍ଟ ପର୍ଯ୍ୟନ୍ତ EMI ବର୍ତ୍ତମାନ ଦେବା ଆବଶ୍ୟକ ନାହିଁ। ଏହାର ଅର୍ଥ ଏହି ଛଅ ମାସ ଆପଣ EMI ଆପଣ ନିଜ ଇଚ୍ଛା ହେଲେ ଦେବେ ନ ହେଲେ ନାହିଁ ବ୍ୟାଙ୍କ କୌଣସି ପ୍ରଶ୍ନ କରିବନି। ଏହା ସହିତ ଆପଣଙ୍କ କ୍ରେଡିଟ ସ୍କୋର ବି ସେମିତି ରହିବ। ବ୍ୟାଙ୍କ ନଜରରେ ଆପଣ ଡିଫୋଲଡର ହେବେନିକିନ୍ତୁ ଏହା ପାଇଁ ଆପଣଙ୍କୁ ଅତିରିକ୍ତ ସୁଧ ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *