ଭାରତ ଗ୍ୟାସ: ଭାରତ ଗ୍ୟାସ ର ପୁରା ଦେଶରେ ୭ କୋଟିରୁ ଅଧିକ ଗ୍ରାହକ ଅଛନ୍ତି। କମ୍ପାନୀ ବର୍ତ୍ତମାନ ନିଜ ଗ୍ରାହକ ମାନଙ୍କ ପାଇଁ whatsapp ମାଧ୍ୟମରେ ବୁକିଂ ସେବା ଆରମ୍ଭ କରିଦେଇଛନ୍ତି। ଏହା ଛଡ଼ା ଗ୍ରାହକ ମାନେ ଏବେ ଅନଲାଇନ ମାଧ୍ୟମରେ ପ୍ରିପେଡ୍ ସେବା ପାଇପାରିବେ । ଏହାର ଅର୍ଥ ଆପଣ ଘରେ ଥାଇ ଅନଲାଇନ ରେ ଗାସ ରିଫିଲ୍ ର ଟଙ୍କା ଜମାମଧ୍ୟ କରିପାରିବେ।
ନୂଆଦିଲ୍ଲୀ: କରୋ ନା ସଙ୍କଟ କାଳରେ ସାମାଜିକ ଦୁରୋତା ବଜାୟ ରଖିବା ପାଇଁ ବିଭିନ୍ନ କମ୍ପାନୀ ଟେକ୍ନୋଲୋଜି ର ଅଧିକରୁ ଅଧିକ ବ୍ୟବହାର କରିବାକୁ ଆଗେଇ ଆସିଛନ୍ତି। ଏହା ଦ୍ୱରା ସାମାଜିକ ଦୂରତା ବଜାୟ ରଖିବାକୁ ବିଭିନ୍ନ କମ୍ପାନୀ ପକ୍ଷରୁ ଉଦ୍ୟମ ଜାରି କରିଛନ୍ତି। ଭାରତ ଗ୍ୟାସ ନିଜର ଗ୍ରାହକ ଏଲପିଜି ଗ୍ୟାସ ସିଲିଣ୍ଡର ଗ୍ରାହକ ମାନଙ୍କ ପାଇଁ whatsapp ମାଧ୍ୟମରେ ବିକିଂ କରିବାର ସୁବିଧା ଆରମ୍ଭ କରିଛନ୍ତି । ଯଦି ଆପଣ ଭାରତ ଗ୍ୟାସ ର ଗ୍ରାହକ ଅଟନ୍ତି ତେବେ ଆପଣ ଆପଣଙ୍କ ରେଜିଷ୍ଟର ମୋବାଇଲ ମାଧ୍ୟମରେ ନିଜର ଅର୍ଡର ବୁଜିଂ କରିପାରିବେ। ଏହି ସୁବିଧା ୨୭ ମଇ ରୁ ଆରମ୍ଭ ହୋଇସାରିଛି।
ପୁରା ଦେଶରେ ୭ କୋଟି ଗ୍ରାହକ

ଭାରତ ଗ୍ୟାସ ର ପୁର ଭାରତରେ ୭ କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି। କମ୍ପାନୀ ବର୍ତ୍ତମାନ ତାର ଏହି ଗ୍ରାହକ ମାନଙ୍କ ପାଇଁ whatsapp ବିଜନେସ ଚ୍ୟାନେଲ ଆରମ୍ଭ କରିଛି। କମ୍ପାନୀ ର ଅଧିକାରୀଙ୍କ କହିବା କଥା କି ଏହା ଦ୍ବରା ଉପଭୋକ୍ତା ଉପକୃତ ହେବେ ଗ୍ୟାସ ଵୁକିଂ ସମୟରେ ଯେଉଁ ଅସୁବିଧାର ସମ୍ମୁଖିନ ହେଉଥିଲେ ଏହାଦ୍ୱର ତାଙ୍କୁ ସୁବିଧା ମିଳିବ। ଓ ସେମାନେ ବହୁ ସହଜରେ ନିଜ ଘରେ ସହଜ ଭାବରେ ଗ୍ୟାସ ବୁକ୍ କରିପାରିବେ।
ରେଫିଲ ପାଇଁ ଅନଲାଇନ୍ ପ୍ରିପେଡ ପେମେଣ୍ଟ
କମ୍ପାନୀର ଏକୁକୁଟିଭ୍ ଡାଇରେକ୍ଟର ଟି ପିତାମ୍ଭରମ୍ କହିଛନ୍ତି whatsapp ra ବ୍ୟବହାର ସମସ୍ତ ବୟସର ଲୋକମାନେ ଆଜିକାଲି ବ୍ୟବହାର କରୁଛନ୍ତି। ସେଥିପାଇଁ ଏଥିରେ ଅମର ଏହି ସୁବିଧା ଆରମ୍ଭ କରିବା ଦ୍ୱାରା ଆମେ ଆମ ଗ୍ରାହକ ମାନଙ୍କ ସହିତ ବହୁତ ଭଲ ଭାବରେ ଯୋଡିହେଇ ପାରିବୁ । ଗ୍ରାହକ ମାନଙ୍କୁ whatsapp message ମାଧ୍ୟମରେ ଏକ ଲିଙ୍କ୍ ସେୟାର କରାଯିବ, ଯାହା ସାହାଯ୍ୟରେ ଗ୍ୟାସ ଭରିବାକୁ ଗ୍ରାହକ ପୋଷ୍ଟ ପେଡ ଅନଲାଇନ୍ ପେମେଣ୍ଟ କରିପାରିବେ।
କିପରି କରିବେ ବୁକିଂ
ଭରତ ଗ୍ୟାସ BPCL ସ୍ମାର୍ଟଲାଇନ ନମ୍ବର ୧୮୦୦୨୨୪୩୪୪ ଜାରିକରିଛନ୍ତି। ଏହି ନମ୍ବର ରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବର ରୁ ମେସେଜ କରିବାକୁ ପଡ଼ିବ “hi” ଏହାପରେ ଆପଣ ବୁକ୍ କରିବାପାଇଁ ୧ ଲେଖି ସେଣ୍ଡ ରେ ପଠେଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ବୋକିଂ ସ୍ଥିର ହୋଇଯିବ। ଏହାପରେ ଆପଣଙ୍କ ଅର୍ଡର୍ ବୁକ୍ ହୋଇଯିର ଏକ ମେସେଜ ଆପଣଙ୍କ ମୋବାଇଲ କୁ ମଧ୍ୟ ଆସିବ।