ନକ୍ସା ବିବାଦରେ ପଛକୁ ଘୁଂଚିଲା ନେପାଳ, ଭାରତୀୟ ଅଞ୍ଚଳ ନକ୍ସାରେ ଦେଖାଇବା ପ୍ରସ୍ତାବ ଫେରସ୍ତ।

ଭାରତୀୟ କିଛି ଅଞ୍ଚଳକୁ ନକ୍ସାରେ ପ୍ରକାଶିତ କରିବା ପରେ ରାଜନୈତିକ ଓ କୂଟନୀତିକ ସମ୍ପର୍କରେ ଆସିଥିବା ସମସ୍ୟାରେ ନେପାଳ ଏବେ ନେପାଳ ପଛଘୁଞ୍ଚା ଦେଇଛି।

● ଭାରତୀୟ କିଛି ଅଂଚଳକୁ ନକ୍ସାରେ ପ୍ରକାଶିତ ମାମଲା। ● ସମ୍ବିଧାନ ସଂଶୋଧନ କାର୍ଯ୍ୟବାହି ଦ୍ଵାରା ପ୍ରସ୍ତାବକୁ ହଟାଗଲା।

ନେପାଳ ତରଫରୁ ଜାରି ନୂଆ ନକ୍ସାକୁ ଦେଶର ସମ୍ବିଧାନରେ ଯୋଡିବା ପାଇଁ ବୁଧବାର ସମ୍ବିଧାନ ସଂଶୋଧନର ପ୍ରସ୍ତାବ ଯିବାର ଥିଲା କିନ୍ତୁ ନେପାଳ ସରକାର ଏପରି ମୌକାରେ  ସମ୍ବିଧାନ ସଂଶୋଧନ କାର୍ଯ୍ୟବାହିକୁ ହଟାଇ ଦେଇଛି।

ନେପାଳର ସପ୍ତାପକ୍ଷ ଓ ପ୍ରତିପକ୍ଷ ଦଳ ଦୁଇଜଣଙ୍କ ସହ ମତିରେ ସମ୍ବିଧାନ ସଂଶୋଧନ କାର୍ଯ୍ୟବାହିକୁ ହଟାଇ ଦିଆଯାଇଛି। ମଙ୍ଗଳବାର ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ନୂଆ ନକ୍ସା ଉପରେ ରାଷ୍ଟ୍ରୀୟ ସହମତି ପାଇଁ ସର୍ବଦଳିୟ ବୈଠକ ଡ଼କାଇ ଥିଲେ। ଏହି ବୈଠକରେ ସବୁ ନେତା ମାନେ ଭାରତ ସହିତ କଥାବାର୍ତ୍ତାରେ ସବୁ ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି।

ଭାରତ ସହିତ ଦ୍ବୀପକ୍ଷୀୟ କଥା ପାଇଁ ନେପାଳ ନିଜ ତରଫରୁ ଏହି ପଦକ୍ଷେପ ଉଠାଇଛନ୍ତି। ଭାରତୀୟ ବିଦେଶୀ ମନ୍ତ୍ରାଳୟ ନେପାଳ ସହିତ କଥା ପାଇଁ ତାରିଖ ଠିକ ପାଇଁ କହିଛି। ନେପାଳ ନୂଆ ନକ୍ସାକୁ ସଂସଦରେ ନ ଦେଖାଇ କୂଟନୀତିରେ ପାରିବାରିକର ଉଦାହରଣ ଦେଇଛି।

ଭାରତ ପ୍ରକାଶ କରିଥିଲା କଡା ପ୍ରତିକ୍ରିୟା:

ନେପାଳ ତରଫରୁ ନୂଆ ନକ୍ସାରେ ଭାରତୀୟ ଅଞ୍ଚଳ ଥିବା ଦ୍ବାରା ଏହା ଉପରେ ଭାରତ ପ୍ରତିକ୍ରିୟା ପ୍ରକାଶ କରିଛି। ବିଦେଶୀ ମନ୍ତ୍ରାଳୟ ନେପାଳକୁ ଭାରତୀୟ ସଂପ୍ରଭୁକ୍ତଆର ସମ୍ମାନ କରିବାକୁ କହିଛି। ବିଦେଶୀ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଆମେ ନେପାଳ ସରକାରଙ୍କୁ ଅନୁରୋଧ କରିବୁ ସେ ଏପରି କରିବାରୁ ବଞ୍ଚିବେ।

ଭାରତ କହିଛି ନେପାଳ ସରକାର ନିଜ ନିଷ୍ପତି ଉପରେ ପୁନଃ ବିଚାର କରନ୍ତୁ। ବିଦେଶୀ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ନେପାଳ ସରକାର ଏଭଳି ସ୍ଥିତିରେ ଭାରତର ସ୍ଥିତି ଭଲ ଭାବେ ଜାଣିଛି।

କଣ ଅଟେ ମାମଲା:

ନେପାଳ ସରକାର ନୂଆ ରାଜନୀତିକ ନକ୍ସା ପ୍ରସ୍ତୁତ କରିଛନ୍ତି ଯାହା ମଧ୍ୟରେ ଭାରତର କଳାପାଣି,ଲିପୁଲେଖ ଓ ଲିମ୍ପିଆଧୁରାକୁ ବି ସାମିଲ କରାଯାଇଛି। ନେପାଳ କ୍ୟାବିନେଟ ବୈଠକରେ ଭୂମି ସଂଶୋଧନ ମନ୍ତ୍ରାଳୟ ନେପାଳର ଏହି ସଂଶୋଧନ ନକ୍ସା ଜାରି କରିଥିଲା। ଏହାକୁ ବୈଠକରେ ଉପସ୍ଥିତ କ୍ୟାବିନେଟ ସଦସ୍ୟ ସମର୍ଥନ କରିଥିଲେ।

କହିରଖିବୁ କି ମଇ ୮ କୁ ଭାରତ ଉତ୍ତରାଖଣ୍ଡର ଲିପୁଲେଖରୁ କୈଳାସ ମାନୋସରବୋର ପର୍ଯ୍ୟନ୍ତ ସଡ଼କର ଉଦଘାଟନ କରିଥିଲା। ଏହାକୁ ନେଇ ନେପାଳ କଡା ଆପତ୍ତି କରିଥିଲା।ଏହା ପରେ ନେପାଳ ନୂଆ ରାଜନୀତିକ ନକ୍ସା ପ୍ରସ୍ତୁତ ପାଇଁ ଫଇସଲା କରିଥିଲା ଓ ଏହା ମଧ୍ୟରେ ଭାରତୀୟ ଅଞ୍ଚଳକୁ ବି ନିଜ ଅଞ୍ଚଳ ଦେଖାଇଥିଲା।

Leave a Reply

Your email address will not be published. Required fields are marked *