ଭାରତ ବିପକ୍ଷରେ ନେପାଳର ସମର୍ଥନ ପରେ ଏବେ ପାକିସ୍ତାନ ଲଦାଖ ମାମଲାରେ ଚୀନ ସହିତ ସାମ୍ନାକୁ ଆସିଛି। ପାକିସ୍ତାନ କହିଛି ଭାରତ ଚୀନ ସହିତ ଯାହା କରୁଛି ତାହା ଚୀନ ସହ୍ୟ କରିବନି। ପାକିସ୍ତାନର ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହେବା ଭଳି କିଛି ନାହିଁ। ତଥାପି ଅନ୍ୟ କଥାରେ ହସ୍ତକ୍ଷେପ କରିବା ପାକିସ୍ତାନର ଏହା ପ୍ରଥମ ଥର।
ପାକିସ୍ତାନର ବିଦେଶୀ ମନ୍ତ୍ରୀ ସାହ ମହସୁଦ କୌରେସି କହିଛନ୍ତି କି ଚୀନର ହାଲିଆ ସଂଘର୍ଷ ପାଇଁ ଭାରତ ହିଁ କାରଣ ଅଟେ। କାରଣ ଲଦାଖରେ ଭାରତ ତରଫରୁ ଅବଧି ପୂର୍ଣ୍ଣ ନିର୍ମାଣ କାଯ୍ୟ ପରେ ହିଁ ଏହି ବିବାଦ ଆରମ୍ଭ ହୋଇଛି।
ପାକିସ୍ତାନର ରେଡ଼ିଓ ରିପୋର୍ଟ ଅନୁସାରେ କୌରେସି କହିଛନ୍ତି ଚୀନ କଥା ମାଧ୍ୟମରେ ମାମଲାକୁ ସମାଧାନ କରିବାକୁ ଚାହୁଁଛି କିନ୍ତୁ ଭାରତ ଏହା ଚାହୁଁନାହିଁ। ଚୀନ ବିଶ୍ୱ ସମୁଦାୟକୁ ବି ଏହାର ସମାଧାନ ପାଇଁ କହିଛି।
ପାକିସ୍ତାନର ବିଦେଶୀ ମନ୍ତ୍ରୀ ସରକାରି ଟିଭି ଚ୍ୟାନେଲରେ କଥାବାର୍ତ୍ତାରେ ବିବାଦିତ କ୍ଷେତ୍ର ଲଦାଖରେ ଭାରତୀୟ ସଡ଼କ ଓ ଅନ୍ୟ କାମ ନେଇ ଚିନ୍ତା ପ୍ରକାଶ କରିଛନ୍ତି।କୌରେସି କହିଛନ୍ତି ନୂଆଦିଲ୍ଲୀ ନିଜ ପଡୋଶୀଙ୍କ ପ୍ରତି ଆକ୍ରମଣ ନୀତି ଖେତ୍ରୀୟ ସ୍ଥିତି ଓ ଶାନ୍ତିକୁ ଅଶୁବିଧାରେ ପକାଉଛନ୍ତି।
କୌରେସି କହିଛନ୍ତି ନୂଆଦିଲ୍ଲୀ ପୂର୍ବ ବର୍ଷ କାଶ୍ମୀରର ମାମଲା ଶେଷ କରିଦେଇଛି। ତାର ଏହି ପଦକ୍ଷେପ ଦ୍ଵାରା କାଶ୍ମୀରର ଜନସଂଖ୍ୟା ବଦଳେଇବା ସଫା ସଫା ଦେଖା ଯାଉଛି।କୌରେସି ଦାବି କରିଛନ୍ତି ଭାରତ ପାକିସ୍ତାନ ବିପକ୍ଷରେ ଆପଗାନିସ୍ଥାନର ଅଂଚଳର ବ୍ୟବହାର କରିଛି।
ଏକ ଅଲଗା ବୟାନରେ କୌରେସି କହିଛନ୍ତି ଦୁନିଆକୁ ଭାରତର ଉଦ୍ଦେଶ୍ୟ ବୁଝିବା ଆବଶ୍ୟକ। ସେ କେଉଁ ପରି ଆଗକୁ ବଢିଛି।
କୌରେସି କହିଛନ୍ତି ଭାରତକୁ ନେପାଳ ସହିତ ସମସ୍ୟା ହୋଇଯାଇଥାଏ। କେବେ ସେ ଅଫଗାନି ଶାନ୍ତି ପ୍ରକ୍ରିୟା ବନ୍ଦ କରିବାକୁ ପ୍ରୟାସ କରୁଛି। ବଲୁଚିସ୍ଥାନରେ ଅଶାନ୍ତିକୁ ମଧ୍ୟ ଭାରତ ଆଶ୍ରୟ ଦେଉଛି। ଲଦାଖରେ ବି ଭାରତ ଏହା କରିଛି ଓ ଏବେ ଚୀନ ଉପରେ ଦୋଷ ଲଗାଉଛି।
ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ଵିଟରରେ ଭାରତ ଉପରେ ଅଭିଯୋଗ କରିଛନ୍ତି ଓ କହିଛି ଭାରତର ନୀତି ଅନ୍ୟ ଦେଶ ପାଇଁ ଭୟାନକ।