କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିଡ଼ିଓ ପ୍ରେସମିଟରେ ମୋଦି ସରକାରଙ୍କ କରୋନା ଭାଇରସ ଓ ଲକଡାଉନକୁ ନେଇ ଉଠାଇ ଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଭାରତ ଏକ ଏଭଳି ଦେଶ ଯେଉଁଠି ସଂକ୍ରମଣ ବଢ଼ିବାରେ ଲାଗୁଛି କିନ୍ତୁ ଲକଡାଉନ କଢ଼ା ଯାଉଛି। ରାହୁଲ ଗାନ୍ଧୀ କହିଛନ୍ତି ଲକଡାଉନର ଉଦେଶ୍ୟ ପୁରା ଫେଲ ହୋଇ ଯାଇଛି।
ନୂଆଦିଲ୍ଲୀ- କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିଡ଼ିଓ ପ୍ରେସମିଟରେ ମୋଦି ସରକାରଙ୍କ କରୋନା ଭାଇରସ ଓ ଲକଡାଉନକୁ ନେଇ ଉଠାଇ ଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଭାରତ ଏକ ଏଭଳି ଦେଶ ଯେଉଁଠି ସଂକ୍ରମଣ ବଢ଼ିବାରେ ଲାଗୁଛି କିନ୍ତୁ ଲକଡାଉନ କଢ଼ା ଯାଉଛି।
ରାହୁଲ ଗାନ୍ଧୀ କହିଛନ୍ତି ଲକଡାଉନର ଉଦେଶ୍ୟ ପୁରା ଫେଲ ହୋଇ ଯାଇଛି। ଭାରତ ଏବେ ଲକଡାଉନର ସାମ୍ନା କରୁଛି। ସେ କହିଛନ୍ତି ସରକାର କହନ୍ତୁ ସଂକ୍ରମଣ ଅଟକାଇବା ପାଇଁ ଓ ଲାକଡାଉନ ହଟାଇବା ପାଇଁ କଣ ରଣନୀତି। ରାହୁଲ ଗାନ୍ଧୀ କହିଛନ୍ତି ସେ କହିଦେଇଥିଲେ କି ଫେବୁଆରୀରେ ଏକ ବଡ ସଙ୍କଟ ଆସିବାର ଅଛି ବୋଲି। ସେ କହିଛନ୍ତି ଆଜି ପୁଣି କହୁଛି ଯଦି ଏବେ ସରକାର କିଛି ପଦକ୍ଷେପ ନ ନିଅନ୍ତି ଆଗକୁ ଆର୍ଥିକ ସମସ୍ୟା ହେବ।
ରାହୁଲ ଗାନ୍ଧୀ କହିଛନ୍ତି ମୋର ଏବେ ବି ମାନିବା ଅଟେ କି ଯଦି ଆଥିର୍କ ସହାୟତା ନ ଦିଆଯିବ MSMEs ରକ୍ଷା ନ କରାଯିବ ତ ଯେଉଁ କ୍ଷତି ଏବେ ହୋଇଛି ତାଠୁ ଅଧିକ ହେବ। ମୋର ନିବେଦନ କି ଆଥିର୍କ ସହାୟତା କରିବା ଆବଶ୍ୟକ। ଯଦି ଏପରି ହେବ ନି MSMEs ଦେବାଳିଆ ହୋଇଯିବ, ଲୋକ ରୋଜଗାର ପାଇବେ ନାହିଁ। MSMEs ଓ ଲୋକଙ୍କୁ ପଇସାର ଆବଶ୍ୟକତା ରହିଛି। ଏପରି ନ କରାଯିବ ଏହା ଘାତକ ହେବ।
କଂଗ୍ରେସ ନେତା କହିଛନ୍ତି କି ଭାରତ ଏକ ବହୁତ ଗମ୍ଭୀର ବେରୋଜଗାର ସମସ୍ୟା ଦେଇ ଗତି କରୁଛି। ଏବେ କରୋନା ବେରୋଜଗାରଙ୍କ ସଂଖ୍ୟା ବଢ଼ାଇ ଦେଇଛି।
ରାହୁଲ ଗାନ୍ଧୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଥିର୍କ ପ୍ୟାକେଜ ଜିଡିପିର ୧୦% ନୁହଁ କେବଳ ୧% ଅଟେ। ସେ କହିଛନ୍ତି ଦେଶରେ ଏବେ ଶ୍ରମିକଙ୍କ ପାଖରେ ପଇସାର ଅଭାବ ଅଛି। କଂଗ୍ରେସ ଏବେ ଆବଶ୍ୟକ ଲୋକଙ୍କୁ ସହାୟତା ପାଇଁ ମାସିକ ୭୫୦୦ ଦେବାକୁ ଦାବି କରିଛି। ଏହି କଥାକୁ ମାନା ଯାଉ ନାହିଁ। ସେ କହିଛନ୍ତି ସରକାର କହୁଛନ୍ତି ପଇସା ଦେବା ଦ୍ଵାରା ଭାରତର ରେଟିଙ୍ଗ କମିଯିବ। ଏଥିପାଇଁ ସରକାର ଏପରି କରିବେ ନାହିଁ। ରାହୁଲ କହିଛନ୍ତି ଭାରତରେ ରେଟିଙ୍ଗ ବିଦେଶରେ ପ୍ରସ୍ତୁତ ହୋଇନଥାଏ।ଭାରତର ଶକ୍ତି ତା ଦେଶ ମଧ୍ୟରେ ଅଛି ଓ ଦେଶ ଭିତରେ ସମସ୍ତଙ୍କୁ ମଝଭୁତ କରିବା ଆବଶ୍ୟକ ଅଟେ।