ଅଶୁଭ ଚିହ୍ନ କହିଥାଏ ଏହି ଦାଗ
ସମସ୍ତେ ଚାହାଁନ୍ତି କି ତାଙ୍କ ଭାଗ୍ୟ ତାଙ୍କ ସାଥ ଦେଉ ଓ ସେ ଉନ୍ନତି ର ପଥ ରେ ଅଗ୍ରସର ରୁହନ୍ତୁ । କିନ୍ତୁ ହାତ ରେ କିଛି ଏମିତି ଦାଗ ରହିଥାଏ ତେବେ ଆପଣଙ୍କ ଭାଗ୍ୟ ରେ ବାଧା ସୃଷ୍ଟି କରିଥାଏ ଆପଣଙ୍କୁ ଆଗକୁ ବଢ଼ିବାକୁ ରୋକିଥାଏ । ଏମିତି ଦାଗ କୁ ସାମୁଦ୍ରିକ ଶାସ୍ତ୍ର ରେ ଅଶୁଭ ଚିହ୍ନ ମନା ଯାଇଥାଏ । ଯଦି ଏହି ଅଶୁଭ ଚିହ୍ନ ହୋଇଥାଏ ତେବେ ଆପଣଙ୍କ ଖରାପ ସମୟ ପାଇଁ ଦାଇ ହୋଇଥାଏ ଓ ଆପଣଙ୍କ ର ଉନ୍ନତି କରିବାକୁ ଦେଇନଥାଏ । ଆସନ୍ତୁ ଜାଣିବା କ’ଣ ସେହି ଅଶୁଭ ଚିହ୍ନ……
ଭାଗ୍ୟ ରେଖା ସହିତ ହୋଇଥାଏ ଏମିତି
ଯଦି ଭାଗ୍ୟ ରେଖା କୁ ଶନି ପର୍ବତ କୁ ଯାଇ ଯଦି କେହି ଆଡେ ରଖା କାଟେ ଏହା ଭଲ ହୋଇନଥାଏ ବୋଲି କୁହାଯାଏ। ଏହାର ଅର୍ଥ କି ଜାତକ କୁ ନିଜର ଜୀବନ ରେ କୌଣସି ପ୍ରକାର ର ସମସ୍ୟା ର ସାମ୍ନା କରିବାକୁ ପଡ଼ିପାରେ । ଏମିତି ଲୋକ କୁ ଗମ୍ଭୀର ରୂପରେ ଆର୍ଥିକ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ । ଚିନ୍ତା ର ସଂଖ୍ୟା ଏହି କଥା ଉପରେ ନିର୍ଭର କରିଥାଏ କି ଭାଗ୍ୟ ରେଖା ର କେତୋଟି ରେଖା କାଟିଛି । ଏମିତି ସ୍ଥିତି ରେ ଜାତକ କୁ ବହୁତ ଥର ଜେଲ ପର୍ଯ୍ୟନ୍ତ ଯିବାକୁ ପଡ଼ିପାରେ ।
ଆଙ୍ଗୁଳି ରେ ବାହାରେ କିଛି ରେଖା
ଯଦି କିଛି ରେଖା ଆଙ୍ଗୁଠି ରୁ ବହାରି ଶୁକ୍ର ପର୍ବତ ହୋଇ ଜୀବନ ରେଖା ରେ ଯାଇ ପହଞ୍ଚି ଥାଏ ତେବେ ବହୁତ ଅଶୁଭ ହୋଇଥାଏ ବୋଲି କୁହାଯାଏ । ଏମିତି ସ୍ଥିତି ରେ ଜାତକ କୁ ଦୁଃଖ ର ସାମ୍ନା କରିବାକୁ ପଡ଼ିଥାଏ । ତାଙ୍କ ପରିବାର ରେ କିମ୍ବା ଅନ୍ୟ ସମ୍ପର୍କୀୟ ଙ୍କ କାହାରି ମୃତୁ ଖବର ମିଳିପାରେ କିମ୍ବା ଯାହାକୁ ପ୍ରେମ କରୁଛନ୍ତି ତାଙ୍କ ଠାରୁ ଧୋକା ମିଳିପାରେ ।
ଅନାମିକା ଆଙ୍ଗୁଳି ରେ ଏମିତି ରେଖା
ଯଦି କାହାରି ହାତ ରେ ଅନାମିକା ଆଙ୍ଗୁଳି ର ସବୁଠୁ ତଳ ପାର୍ଶ୍ଵ ରେ ଆଡ଼ି ରେଖା ଥାଏ ତେବେ ଏମିତି ଜାତକ କୁ ଜୀବନ ରେ ବଡ଼ ମୁସ୍କିଲ ରେ କିଛି ସୁଖ ମିଳିଥାଏ । ଖରାପ ସମୟ କାରଣରୁ ଏମିତି ଲୋକ ଙ୍କ ଛବି ମଧ୍ୟ ଘୁମିଲ ହୋଇଥାଏ ଓ ଏମାନଙ୍କୁ ପଇସାପତ୍ର ମାମଲା ରେ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ମଧ୍ୟମା ଆଙ୍ଗୁଳି ରେ ଥିଲେ ଏମିତି ରେଖା
ଯଦି କାହାରି ହାତ ରେ ମଧ୍ୟମା ଆଙ୍ଗୁଳି ରେ ସିଧା ରେଖା ଆଙ୍ଗୁଳି ର ପ୍ରଥମ ଓ ତୃତୀୟ ଯୋଡ କୁ କାଟେ ତେବେ ଏମିତି ଲୋକ କୁ କୌଣସି ଲୋକ ସହଜ ରେ ବୋକା ବୋନେଇ ଠକି ପାରନ୍ତି । ଲୋକ ଏମିତି ହିଁ ଲୋକ ଙ୍କୁ ଫାଇଦା ଉଠାଇ ନିଜର କାମ ହାସଲ କରି ନିଅନ୍ତି ।
ମସ୍ତିଷ୍କ ରେଖା କରିଥାଏ ଏମିତି
ଯଦି କୌଣସି ମସ୍ତିଷ୍କ ରେଖା ଶନି ପର୍ବତ ର ତଳେ ହୃର୍ଦୟ ରେଖା କୁ କାଟିଲେ ଏମିତି ଲୋକ କୁ ସଡ଼କ ଦୁର୍ଘଟଣା ର ଶିକାର ହେବାକୁ ପଡ଼ିପାରେ ଓ ତାଙ୍କ ମୁଣ୍ଡ ରେ ଭୟଙ୍କର ଆଘାତ ଲାଗିପାରେ । ଏହି ଦୁର୍ଘଟଣା ରେ ମୃତୁ ମଧ୍ୟ ହୋଇପାରେ । ଏହି କୁହାଯାଏ କି ବ୍ୟକ୍ତି ଦରକାର ଠାରୁ ଅଧିକ ମାନସିକ ଚିନ୍ତା ହୁଏ ଓ ଏହାର ମାନସିକ ଚିନ୍ତା ଏହାର ବଡ଼ କ୍ଷତି କରିପାରେ ।
ମଧ୍ୟମା ଆଙ୍ଗୁଳି ରେ ଏହି ଚିହ୍ନ
ଯଦି କୌଣସି ବ୍ୟକ୍ତି ର ହାତ ରେ ମଧ୍ୟମା ଆଙ୍ଗୁଳି ର ଅନ୍ୟ ପଟେ ଗ୍ରୀଲ ଵ ଜାଳି ଭଳି ଦାଗ ଥିଲେ ଏହା ଦର୍ଶାଇ ଥାଏ କି ବ୍ୟକ୍ତି କୁ ନିଜର ଜୀବନ ରେ ଗମ୍ଭୀର ରୋଗ ର ସାମ୍ନା କରିବାକୁ ପଡ଼ିଥାଏ । ଏହି ପ୍ରକାର ଦାଗ କୁ ଅଶୁଭ ମନା ଯାଇଥାଏ ।