ଛଅ ମାସ ପର୍ଯ୍ୟନ୍ତ EMI ନଦେବା ଦ୍ଵାରା ଗ୍ରାହକଙ୍କୁ ଲାଗିବ ବଡ଼ ଝଟକା

ଆରବିଆଇ ଲକଡାଉନ ଓ କରୋନା ମହାମାରୀରେ ପ୍ରଭାବିତ କରଜ ଧାରୀଙ୍କୁ ସହାୟତା ପାଇଁ EMI କୁ ଛଅ ମାସ ପର୍ଯ୍ୟନ୍ତ କୋହଳ କରିଥିଲା। ଏହା ସମସ୍ତଙ୍କୁ ଭଲ ଲାଗିଥିଲା କିନ୍ତୁ ବିଶେଷଜ୍ଞ ମାନଙ୍କ କହିବା କଥା କି ଏହି ଛଅ ମାସ ସୁଧ ବଢି ଚାଲିବ ଯାହା ଦ୍ଵାରା କରଜ ଧାରୀଙ୍କୁ ଆଗକୁ ଅନେକ ଅଶୁବିଧା ର ସମ୍ନା କରିବାକୁ ପଡିବ। ଏହି କାରଣ ପାଇଁ କେବଳ ୨୦% ଗ୍ରାହକ ଏହାକୁ ବାଛିଥିଲେ।

କରଜ ନେବା କ୍ଷମତା ଉପରେ ହୋଇପାରେ ପ୍ରଭାବ:

emi

ବ୍ୟାଙ୍କିଙ୍ଗ ମାମଲାର ଅଧିକାରୀ ମାନଙ୍କ କହିବା ଅଟେ କି ଅନ୍ୟ ବିକଳ୍ପ ବାଛି ଥିବା ଲୋକଙ୍କ ଉପରେ EMI ର ପ୍ରଭାଵ ପଡିବନି କିନ୍ତୁ ତା ପର ବର୍ଷ ତାଙ୍କ କରଜ ନେବା କ୍ଷମତା ଉପରେ ପ୍ରଭାବ ପଡିବ।

ବ୍ୟାଙ୍କ ଋଣ ଦେବାପାଇଁ ସତର୍କତ୍ତା ଅବଲମ୍ବନ କରିବେ:

ବ୍ୟାଙ୍କ ଏପରି ଗ୍ରାହକଙ୍କୁ ଋଣ ଦେବାକୁ ଅନେକ ସତର୍କତ୍ତା ଅବଲମ୍ବନ କରିବେ ଓ EMI ଆଧାରିତ ନୂଆ ଋଣ ଦେବାକୁ ବା ଋଣ ଲିମିଟ ବଢାଇବାକୁ ଅନେକ ଚିନ୍ତା କରିବ।କିଛି ଅଧିକାରୀ କହିଛନ୍ତି ଏପରି ଗ୍ରାହକ ପୁରା EMI ସୁଝିବା ଉପରେ ସନ୍ଦେହ ଅଛି। ତା ସହିତ ବ୍ୟବସାୟ ଋଣ ନେଉଥିବା ଲୋକ ମାନଙ୍କ ବ୍ୟବସାୟିକ ସ୍ଥିତି ଉପରେ ଆଗକୁ ଆସୁଥିବା କିଛି ବର୍ଷ ଅନିୟମତା ଦେଖାଯିବ।

ବ୍ୟାଙ୍କ ଓ EMI ରୁ ଋଣ ନେଇଥିବା ଗ୍ରାହକ ଙ୍କୁ ଋଣ ପୈଠ ପାଇଁ ତିନି ବିକଳ୍ପ ଦିଆଯାଇପାରେ

୧-ଋଣ ସୁଝିବା ପରେ ପୁରା ଛଅ ମାସର ସମୁଦାୟ ସୁଧ ଏକା ଥରେ ଦେବାକୁ ହେବ। ୨-ପୁରା ସୁଧ କୁ ମୂଳ ସହିତ ଯୋଡି ଦିଆଯାଇ ଆଦାୟ କରାଯିବ। ୩-ସବୁକୁ ଏକା ସାଙ୍ଗରେ ଯୋଡି ଦିଆଯିବ।EMI ପୂର୍ବରୁ ଯେତେ ଥିଲା ସେତିକି ରହିବ ଲୋନ ସୁଝିବା ଅବଧି ବଢ଼ାଇ ଦିଆଯିବ।

ସୁଧ ଉପରେ ବି ଦେବାକୁ ପଡିପାରେ ସୁଧ:

ଏହି ଘୋଷଣାରେ ଆରବିଆଇ ଗଭନର ଶକ୍ତିକାନ୍ତ ଦାସ ଖୋଲିକି କହିଛନ୍ତି କି EMI ଅବଧିରେ ମିଳିଥିବା ଛୁଟିର ସୁଧ ସୁଝିବାକୁ ହେବ। ବ୍ୟାଙ୍କ ଏହି ସୁଧ କୁ ଅନ୍ୟ ଟର୍ମ ରେ ବଦଲେଇଦେଵ। ଏହା ପୂର୍ବରୁ ଚାଲୁଥିବା ଲୋନ ଓ EMIରେ କୌଣସି ପରିବର୍ତ୍ତନ କରାଜୀବନହିଁ।

ଯଦି ବ୍ୟାଙ୍କ ଏହାର ପାଳନ କରିବ ,ତ ଟର୍ମ ନିୟମ ଅନୁସାରେ ଗ୍ରାହକଙ୍କୁ ସୁଧ ଉପରେ ସୁଧ ଦେବାକୁ ପଡିପାରେ। ଏହାର ଅର୍ଥ ଅହକି ଯଦି କୌଣସି ଗ୍ରାହକର ୨୦ ହାଜର EMI ରେ ୧୩ ହଜାର ସୁଧ ସାମିଲ ଅଛି ଓ ସେ ଛଅ ମାସର ଛାଡ଼ ବାଚୁଛି ତ ତାକୁ ଛଅ ମାସ ପରେ ୭୮ ହଜାର ର ସୁଧ ଉପରେ ବି ସୁଧ ଦେବାକୁ ହେବ।

Leave a Reply

Your email address will not be published. Required fields are marked *