୧୧ ଦିନ ପରେ ଅନ୍ୟକୁ ସଂକ୍ରମିତ କରିପାରିବେନି କରୋନା ରୋଗୀ,ରିସର୍ଚ୍ଚରେ ଦାବି…

କରୋନା ଭାଇରସ ଉପରେ ରିସର୍ଚ୍ଚ କରୁଥିବା ସିଙ୍ଗାପୁର ବୈଜ୍ଞାନିକ ଦାବି କରିଛନ୍ତି କି ଏହି ଭାଇରସରେ ପୀଡିତ ରୋଗୀ ୧୧ ଦିନ ପରେ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବେନି। ସେ ଏହା ବି କହିଛନ୍ତି ଏହାର ଲକ୍ଷଣ ଦେଖାଯିବା ୨ ଦିନ ପୂର୍ବରୁ ଏହା ଏହା ଚାରିଆଡେ ବ୍ୟାପିବା ଆରମ୍ଭ ହୋଇଥାଏ।

ସିଙ୍ଗାପୁର:

କରୋନା ଭାଇରସ ଉପରେ ରିସର୍ଚ୍ଚ କରୁଥିବା ସିଙ୍ଗାପୁର ବୈଜ୍ଞାନିକ ଦାବି କରିଛନ୍ତି କି ଏହି ଭାଇରସରେ ପୀଡିତ ରୋଗୀ ୧୧ ଦିନ ପରେ କକୌଣସି ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବେନି। ସେ ଏହା ବି କହିଛନ୍ତି ଏହାର ଲକ୍ଷଣ ଦେଖାଯିବା ୨ ଦିନ ପୂର୍ବରୁ ଏହା ଏହା ଚାରିଆଡେ ବ୍ୟାପିବା ଆରମ୍ଭ ହୋଇଥାଏ।

ଲକ୍ଷଣ ପୂର୍ବରୁ ହିଁ ଅନ୍ୟକୁ ସଂକ୍ରମିତ କରିପାରିବ ପୀଡିତ ରୋଗୀ:

ସିଙ୍ଗାପୁରର ବୈଜ୍ଞାନିକ କହିଛନ୍ତି ଲକ୍ଷଣ ଦେଖାଯିବାର ୭-୧୦ ଦିନ ଯାଏ ଏହା ଅନ୍ୟକୁ ବ୍ୟାପିପାରିବ। ଏହା ପରେ ତାଙ୍କୁ ଆଇସୋଲେସନରେ ରଖିବାର ଆବଶ୍ୟକ ନାହିଁ।

ସିଙ୍ଗାପୁରର ବୈଜ୍ଞାନିକ କରିଛନ୍ତି ଯାଞ୍ଚ:

ସିଙ୍ଗାପୁର ଆନ୍ତର୍ଜାତିୟ ସେଣ୍ଟର ଫର ଇଂଫେକସନ ଡିଜିଜ ଆଣ୍ଡ ଏକାଡେମୀ ଅଫ ମେଡ଼ିସିନର ବୈଜ୍ଞାନିକ କରୋନା ଭାଇରସର ୭୩ ଜଣ ପୀଡିତଙ୍କ ଯାଞ୍ଚ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ରୋଗୀଙ୍କ ପାଖରେ ଏହି ଭାଇରସ ଦୁଇ ସପ୍ତାହରୁ ଅଧିକ ଦିନ ଥିବା ଜଣାପଡିଛି କିନ୍ତୁ ଅନ୍ୟକୁ ସଂକ୍ରମିତ କରିବା ପାଇଁ ସକ୍ଷମ ନଥିଲେ।

ସଂକ୍ରମଣ ବ୍ୟାପିବାର ଦିନ ୭-୧୦ ଦିନ ମଧ୍ୟରେ:

ରିସର୍ଚ୍ଚ କହିଛି ଏହି ମହାମାରୀ ଅରମ୍ଭ ହେବାପରେ କରାଆଯାଇଥିବା ଯାଞ୍ଚ ଅନୁସାରେ ଏହି ମହାମାରୀରେ ପୀଡିତ ବ୍ୟକ୍ତି ଦେହରେ ଲକ୍ଷଣ ଦେଖା ଯିବାର ଦୁଇ ଦିନ ପୂର୍ବରୁ ତା ପକ୍ଷରୁ ଅନ୍ୟ କେହି ସଂକ୍ରମିତ ହୋଇପାରିବ। ଏହି ପରି ୭-୧୦ ପର୍ଯ୍ୟନ୍ତ ହିଁ ସେ ଅନ୍ୟକୁ ସଂକ୍ରମତି କରିବପାରିବ। ଲକ୍ଷଣ ଦେଖାଯିବାର ପ୍ରଥମ ସପ୍ତାହରେ ଅଧିକ ସଂକ୍ରମିତ କରିପାରିବେ।

ଦୁନିଆସାରା ୫୫ ଲକ୍ଷ କରୋନା ପଜିଟିଭ:

କହିରଖିବୁ କି କରୋନା ଭାଇରସ କାରଣରୁ ଦୁନିଆରେ ୫୫ ଲକ୍ଷ ଲୋକ ଏହା ଦ୍ଵାରା ସଂକ୍ରମିତ ଅଛନ୍ତି। ଯେବେକି ୩ ଲକ୍ଷ ୪୬ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସବୁଠୁ ଅଧିକ ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଆମେରିକା ଶୀର୍ଷରେ ଅଛି। ଏହି ଲିଷ୍ଟରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଓ ରୁଷ ତୃତୀୟ ସ୍ଥାନରେ ଅଛି।

Leave a Reply

Your email address will not be published. Required fields are marked *