ଆଜିକାଲି ୩୦-୩୫ ବର୍ଷ ବୟସ ମଧ୍ୟର ଲୋକମାନଙ୍କୁ ହାଡ଼ ଓ ଗଣ୍ଠି ବ୍ୟଥା ସହିତ ଜଡିତ ସମସ୍ତ ଅସୁବିଧା ହେବାକୁ ଲାଗିଛି । ପୂର୍ବରୁ ଏହି ସମସ୍ତ ଅସୁବିଧା ୫୫ବର୍ଷ ବୟସ ପରେ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଯଦି ଏହି ସମସ୍ୟା କମ ବୟସ ରୁ ଆରମ୍ଭ ହୋଇଯାଉଛି ତେବେ ଏହି ଅସୁବିଧାରୁ ବଞ୍ଚିବାର ଉପାୟ ମଧ୍ୟ ଆମକୁ କମ ବୟସ ରୁ କରିବାକୁ ପଡିବ । ଆସନ୍ତୁ ଜାଣିବା ହାଡ଼କୁବ ମାଜଭୁତ ଏବଂ ଗଣ୍ଠି ବ୍ୟଥାରୁ ମୁକ୍ତି ପାଇବାକୁ କିଛି ଉପାୟ ।
କଣ ରହିଛି ଏବେର ଆବଶ୍ୟକତା :
* ୩୫ ବର୍ଷ ବୟସ ହେଉ ହେଉ ଶରୀରକୁ କ୍ୟାଲସିୟମ ଅଧିକ ଆଵଶ୍ୟକତା ରହୁଛି । ଅଧିକ ସମୟ ବସି ରହି ବା ଛିଡା ହୋଇ କାମ କରିବା ଚାକିରୀ , ଶାରୀରିକ ଗତିବିଧିର ଅଭାଵ ଏବଂ କାମ ଓ ବୟସ ଅନୁସାରେ ଖାଦ୍ୟ ନମିଳିବା ସାମିଲ ଥାଏ ।
* ସେଥିପାଇଁ ସୁସ୍ଥ ଜୀବନ ପାଇଁ ଉଭୟ ପୁରୁଷ ଓ ମହିଳା ଦୁହିଁଙ୍କୁ ହିଁ ୩୦ ବର୍ଷ ପରେ କିମ୍ବା କହିପାରନ୍ତି ୨୦ ବର୍ଷ ପରେ ନିଜ ଶରୀରର ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ଯାହାଫଳରେ ବଢୁଥିବା ବୟସ ସହିତ ତାଙ୍କ ଶରୀରରେ ରୋଗ ଓ ବ୍ୟଥାର ସଂଖ୍ୟା ନବଢେ ।
କ୍ୟାଲସିୟମ ର ଅଭାବ କାହିଁକି ହୋଇଥାଏ :
* ୩୦ ବର୍ଷ ବୟସ ପରେ ମହିଳା ମାନଙ୍କର ଶରୀରରେ ପ୍ରାକୃତିକ ରୂପରେ କ୍ୟାଲସିୟମ ର ମାତ୍ରା କମିବାକୁ ଲାଗେ ଯାହାଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ । ଏବଂ ୩୦ ବର୍ଷ ବୟସରୁ ହିଁ ଅଣ୍ଟା ବ୍ୟଥା ଭଳି ସମସ୍ୟା ଆରମ୍ଭ ହୋଇଯାଏ ।
* କିନ୍ତୁ ଏହି ବଦଳୁ ଥିବା ଜୀବନ ଶୈଳୀ ଯୋଗୁଁ ଏବେ ପୁରୁଷ ମାନଙ୍କ ଠାରେ ମଧ୍ୟ କ୍ୟାଲସିୟମ ର ଅଭାଵ ଦେଖା ଦେଉଛି । କ୍ୟାଲସିୟମ ବ୍ୟତୀତ ଇଷ୍ଟ୍ରୋଜେନ ହରମୋନ ର ଅଭାବ ମଧ୍ୟ ସ୍ତ୍ରୀ ଓ ପୁରୁଷଙ୍କ ଶରୀରରେ ହାଡ଼ ର ଦୁର୍ବଳତା ର କାରଣ ଅଟେ ।
ଜାଣନ୍ତୁ କେତେ କମିଛି ସମୟ :
* ମହିଳା ଓ ପୁରୁଷଙ୍କ ଶରୀରରେ କ୍ୟାଲସିୟମ ର ଅଭାଵ ବା ଅଧିକତା ର ସମୟ କିଛି ସମୟ ପୂର୍ବରୁ ଅଲଗା ଥିଲା । କିନ୍ତୁ ବଦଳୁଥିବା ଜୀବନ ଶୈଳୀ ଆମ ରୋଗର ଶରୀରର ଆବଶ୍ୟକତା କୁ ମଧ୍ୟ ବଦଳି ଦେଇଛି । ଏହି କାରଣ ରୁ ନା ଖାଲି ପୁରୁଷ ତା ସହିତ ମହିଳା ମାନଙ୍କୁ ମଧ୍ୟ ୩୦-୩୫ବର୍ଷ ବୟସରେ ହାଡ଼ ଦୁର୍ବଳତା ଓ ଗଣ୍ଠି ବ୍ୟଥା ରୁ ମୁକ୍ତି ପାଇବାକୁ ଅଧିକଁ କ୍ୟାଲସିୟମ ଆବଶ୍ୟକ ହେଉଛି । ଏହି ଅସୁବିଧାରୁ ମୁକ୍ତି ପାଇବାକୁ ଖାଲି ଔଷଧ ନୁହଁ ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି ।
କିପରି ହାଡ଼ ମଜଭୁତ ରହିଥାଏ :
* ହାଡ଼ର ମାଜଭୁତ ହେବା କେବଳ କ୍ୟାଲସିୟମ ଉପରେ ନୁହଁ ଭିଟାମିନ – ଡ଼ି ଏବଂ ଇଷ୍ଟ୍ରୋଜେନ ହରମୋନ ର ସ୍ତର ଉପରେ ମଧ୍ୟ ନିର୍ଭର କରିଥାଏ । ଏହା ବ୍ୟତୀତ କେତେକ ଅତିରିକ୍ତ ଭିଟାମିନ ଏବଂ ମିନେରାଲ ମିଶି ହାଡ଼ ର ସ୍ୱାସ୍ଥ୍ୟ କୁ ଭଲରେ ରଖିବା କାମ କରିଥାଏ । ତେଣୁ ମୁଖ୍ୟ ଭୂମିକା କ୍ୟାଲସିୟମ , ଭିଟାମିନ – D ଏବଂ ଇଷ୍ଟ୍ରୋଜେନ ହରମୋନ ର ରାହିଥାଏ ।
ରକ୍ଷକ ଭଳି କାମ କରିଥାଏ ଇଷ୍ଟ୍ରୋଜେନ
ଆମର ଶରୀର ଭିତରେ ହର୍ମୋନ ହାଡ଼ କୁ ମଜଭୁତ ରଖିବା ପାଇଁ ମାଧ୍ୟମ ରୂପରେ କାମ କରିଥାଏ । ଏହା ଶରୀର ରେ ପ୍ରାକୃତିକ ରୂପ ଓ ଡାଏଟ୍ ମାଧ୍ୟମ ରେ ତିଆରି ହେଉଥିବା କ୍ୟାଲସିୟମ କୁ ହାଡ଼ ପର୍ଯ୍ୟନ୍ତ ପହଞ୍ଚେଇବା କାର୍ଯ୍ୟ କରିଥାଏ । ଇଷ୍ଟ୍ରୋଜେନ ହର୍ମୋନ ଆମର ଶରୀର ରେ କ୍ୟାଲସିୟମ ତିଆରି କରିବାରେ ବସ୍ ରେ ଥିବା ହେଲ୍ପର ପରି କାର୍ଯ୍ୟ କରିଥାଏ । ଆମର ପରିସ୍ରା ସାହାଯ୍ୟ ରେ ତରଳ ଅବସ୍ଥା ରେ କ୍ୟାଲସିୟମ ଅଧିକ ମାତ୍ରା ରେ ନ ବାହାରୁ , ଏହାକୁ ନିୟନ୍ତ୍ରିତ କରିବା କୁ ମଧ୍ୟ ଇଷ୍ଟ୍ରୋଜେନ ହର୍ମୋନ ର ଭୂମିକା ରହିଥାଏ ।
ହାଡ଼ କୁ ମଜଭୁତ ରଖିବା ପାଇଁ କ’ଣ କରିବେ ?
୩୦ ବର୍ଷ ପରେ ଆପଣ ଡାକ୍ତର ଙ୍କ ସହ ନିହାତି ପରାମର୍ଶ କରନ୍ତୁ ଓ ଜରୁରୀ ଟେଷ୍ଟ କରାନ୍ତୁ କି ଆପଣଙ୍କ ଶରୀର ରେ କେଉଁ ଭିଟାମିନ ଓ ମିନେରାଲ କମ ହେଉଛି । କିମ୍ବା ଆପଣ ନିଜେ ସୁସ୍ଥ ରହିବା ପାଇଁ କିଛି ପ୍ରକାର ଡାଏଟ୍ ରେ ରହିବା ଆବଶ୍ୟକ । ବାକି ସପ୍ତାହ ରେ ଗୋଟିଏ ଦିନ ଭିଟାମିନ ଡି ଟେବଲେଟ୍ ଦୁଇ ମାସ ପର୍ଯ୍ୟନ୍ତ ଲଗାତାର ଖାଆନ୍ତୁ ଓ ତା ପରେ ବନ୍ଦ କରି ଦିଅନ୍ତୁ । ଯେବେ କି ହାଡ଼ ରେ ବ୍ୟଥା ସମୟରେ କ୍ୟାଲସିୟମ ପ୍ରତିଦିନ ନେବା ଉପକାରୀ ସାବ୍ୟସ୍ତ ହୋଇଥାଏ ।
ଏତିକି ନୁହେଁ ହାଡ଼ ଓ ଗଣ୍ଠି ରେ ବ୍ୟଥା ହେଲେ ଏହା ଜରୁରୀ କି ଆପଣ ଏମିତି ଡାଏଟ୍ ନିଅନ୍ତୁ ଯାହା ଫଳରେ ଆପଣଙ୍କୁ କ୍ୟାଲସିୟମ ଓ ଭିଟାମିନ ଡି ମିଳିବ । ଏଥି ପାଇଁ ନିଜର ଭୋଜନ ରେ ଦୁଧ , ଅଣ୍ଡା , ମାଛ , ସୀୟାବିନ , କଞ୍ଚା ଅମୃତଭଣ୍ଡା ନିହାତି ସାମିଲ କରନ୍ତୁ ।
ହାଡ଼ କୁ ମଜଭୁତ ରଖିବା ପାଇଁ ଆପଣ ଅତି କମ୍ ରେ ୩୦ ମିନିଟ ବ୍ୟାୟାମ କିମ୍ବା ଯୋଗ କରନ୍ତୁ । ଯଦି ସମ୍ଭବ ନ ହୁଏ ତେବେ ଚେଷ୍ଟା କରିବେ ଆପଣଙ୍କ ଘର କାମ ଆପଣ ନିଜେ କରିବା ପାଇଁ । ଘର ପୋଛିବା , ଘର ସଫା କରିବା , ଘର ମ୍ୟାନେଜ କରିବା ଓ ରୋଷେଇ କରିବା ଭଳି କାମ ପ୍ରତିଦିନ କରିଲେ ଘର ସଫା ରହିବା ସହିତ ଆପଣ ମଧ୍ୟ ସୁସ୍ଥ ରହିବେ ।