ପବନରେ ଝୁଲେ, ୭୦ ଖମ୍ବ ,ମନ୍ଦିରର ଏମିତି ରହସ୍ୟ ଦେଖି ବିଜ୍ଞାନ ମଧ୍ୟ ଚକିତ…

ପୁରାତନ କାଳରୁ ଏହା ଏକ ଉତ୍ସୁକତା ର ବିଷୟ :

ଆମ ଦେଶ ରେ ରହସ୍ୟମୟ ମନ୍ଦିରର ଅଭାଵ ନାହିଁ । ଏମିତି ଏକ ମନ୍ଦିର ରହିଛି ଦକ୍ଷିଣ ଭାରତରେ ଯାହାର ରହସ୍ୟକୁ ସମାଧାନ କରିପାରିନାହାନ୍ତି । ଏହି ମନ୍ଦିର ପୁରାତନ କାଳରୁ ଉତ୍ସୁକତା ର ବିଷୟ ହୋଇରହିଛି । ଏହି ମନ୍ଦିର ଭଗବାନ ଶିବ, ଭଗବାନ ବିଷ୍ଣୁ ଏବଂ ଭଗବାନ ବିଭାନ୍ଦ୍ର ଙ୍କୁ ସମର୍ପିତ ।

ସେଥିପାଇଁ ଏହାକୁ ହେଙ୍ଗିଙ୍ଗ ଟେମ୍ପଲ କୁହାଯାଏ :

ଆନ୍ଧ୍ରପ୍ରଦେଶ ର ଅନନ୍ତପୁର ଜିଲ୍ଲାରେ ସ୍ଥାପିତ ଲେପାକ୍ଷି ମନ୍ଦିର ୭୦ ଟି ଖମ୍ବରେ ଛିଡା ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମନ୍ଦିରର ଖମ୍ବ ଗୁଡିକ ମାଟିକୁ ଛୁଏଁ ନାହିଁ ଶୂନ୍ୟରେ ଝୁଲୁଥାଏ । ଏହା ହିଁ କାରଣ ଯେଉଁ କାରଣ ରୁ ଏହି ମନ୍ଦିରକୁ ହେଙ୍ଗିଙ୍ଗ ଟେମ୍ପଲ କୁହାଯାଏ ।

ବ୍ରିଟିସ ଇଂଜିନିୟର ହାମିଲଟନ ଙ୍କ ତଥ୍ୟ :

ମନ୍ଦିର କୁ ନେଇ କୁହାଯାଏ କି ୭୦ ଖମ୍ବ ଥିବା ଏହି ମନ୍ଦିର ଗୋଟେ ଝୁଲୁଥିବା ଖମ୍ବ କୁ ଛାଡି ବାକି ୬୯ ଖମ୍ବ ଉପରେ ଅଛି । ଏଥିପାଇଁ ଗୋଟେ ଖମ୍ବ ପବନ ରେ ଝୁଲୁଥିଲେ ବି କୌଣସି ଫରକ ପଡ଼ିନଥାଏ । କିନ୍ତୁ କୁହାଯାଏ କି ଇଂରେଜ ଶାସନ ସମୟରେ ବ୍ରିଟିଶ ଇଞ୍ଜିନିୟର ହାମିଲଟନ ମଧ୍ୟ କିଛି ତଥ୍ୟ ଦେଇନଥିଲେ ।

ମନ୍ଦିର କୁ ନେଇ କରାଯାଇସରିଛି ବହୁତ ପ୍ରୟାସ :

କୁହାଯାଏ କି ୧୯୦୨ ମସିହା ରେ ବ୍ରିଟିଶ ଇଞ୍ଜିନିୟର ମନ୍ଦିର ର ରହସ୍ୟ ଖୋଲିବାକୁ ବହୁତ ଚେଷ୍ଟା କରିଥିଲେ । ମନ୍ଦିର ର ମୂଳ କେଉଁ ଖମ୍ବ ରେ ଅଛି ଜାଣିବା ପାଇଁ ଏହି ଇଞ୍ଜିନିୟର ପବନ ରେ ଝୁଲୁଥିବା ଖମ୍ବ ଉପରେ ହାତୁଡି ରେ ମଧ୍ୟ ମାରିଥିଲେ । ଏହାଠାରୁ ପାଖାପାଖି ୨୫ ଫୁଟ ଦୂର ସ୍ଥିତ ଖମ୍ବ ରେ ଫାଟ ପଡ଼ିଥିଲା । ଏଥିରୁ ଏହା ଜଣା ପଡ଼ିଲା କି ମନ୍ଦିର ର ସବୁ ଓଜନ ଝୁଲୁଥିବା ଖମ୍ବ ଉପରେ ଅଛି । ଏହା ପରେ ସେହି ଇଞ୍ଜିନିୟର ମଧ୍ୟ ମନ୍ଦିର କୁ ଝୁଲୁଥିବା ଖମ୍ବ ବିଷୟରେ ହାର ମାନି ଫେରି ଆସିଥିଲେ ।

୧୫୮୩ ରେ ହୋଇଥିଲା ଏହି ମନ୍ଦିର ର ନିର୍ମାଣ :

ମନ୍ଦିର ର ନିର୍ମାଣ କୁ ନେଇ ଭିନ୍ନ ଭିନ୍ନ ମତ ରହିଛି । ଏହି ଧାମ ରେ ଏକ ସ୍ଵୟଂଭୂ ଶିବଲିଙ୍ଗ ମଧ୍ୟ ଅଛି ଯେଉଁଥିରେ ଶିବଙ୍କ ର ରୁଦ୍ର ଅବତାର ବା ବୀରଭଦ୍ର ଅବତାର ବୋଲି କୁହାଯାଏ । ସୂଚନା ଅନୁସାରେ ଏହି ଶିବଲିଙ୍ଗ ୧୫ ବିଂଶଶତାବ୍ଦୀ ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ବିରାଜମାନ ଥିଲା । କିନ୍ତୁ ୧୫୩୮ ରେ ଦୁଇ ଭାଇ ବିରୁପନ୍ନା ଓ ବିରନ୍ନା ମନ୍ଦିର ନିର୍ମାଣ କରିଥିଲେ ଯାହା କି ବିଜୟନଗର ରାଜା ଙ୍କ ପାଖରେ କାମ କରୁଥିଲେ । ସେହି ପୌରାଣିକ ମାନ୍ୟତା ଅନୁସାରେ ଲେପାକ୍ଷୀ ମନ୍ଦିର ପରିସର ରେ ସ୍ଥିତ ବିଭଦ୍ର ମନ୍ଦିର ର ନିର୍ମାଣ ଋଷିି ଅଗସ୍ଥ୍ୟା କରାଇଥିଲେ ।

ମନ୍ଦିର ସହ ଯୋଡ଼ି ରହିଛି ଆଉ ଏକ କାହାଣୀ:

ଲେପାକ୍ଷୀ ମନ୍ଦିର କୁ ନେଇ ଆଉ ଏକ କାହାଣୀ ମଧ୍ୟ ଅଛି । ଏହା ହିସାବରେ ଗୋଟେ ଥର ବିଷ୍ଣୁ ଙ୍କ ଭକ୍ତ ଓ ଶିବ ଙ୍କ ଭକ୍ତ ଙ୍କ ମଧ୍ୟ ରେ କିଏ ସର୍ବଶ୍ରେଷ୍ଠ ଯୁକ୍ତି ଆରମ୍ଭ ହୋଇଯାଇଥିଲା । ଯାହାକି ବହୁତ ଦିନ ପର୍ଯ୍ୟନ୍ତ ଚାଲିଲା । ଯାହାକୁ ରୋକିବା ପାଇଁ ଅଗସ୍ଥ୍ୟା ମୁନି ଏହି ସ୍ଥାନ ରେ ତପ କରିଲେ ଓ ନିଜର ତପବଳ ପ୍ରଭାବ ରେ ଏହି ଯୁକ୍ତି କୁ ବନ୍ଦ କରିଦେଇଥିଲେ । ସେ ଭକ୍ତ ଦୁହିଁଙ୍କୁ କହିଲେ କି ବିଷ୍ଣୁ ଓ ଶିବ ଜଣେ ଅନ୍ୟ ଜଣଙ୍କ ପୁରକ ଅଟନ୍ତି । ମନ୍ଦିର ପାଖରେ ବିଷ୍ଣୁ ଙ୍କ ଏକ ଅଦ୍ଭୁତ ରୂପ ରଘୁନାଥେଶ୍ଵର ରହିଛି । ଯେଉଁଠି ବିଷ୍ଣୁ , ଭଗବାନ ଶଙ୍କର ଙ୍କ ପିଠି ଉପରେ ଆସନ ସଜାଇଛନ୍ତି । ଏଠାରେ ବିଷ୍ଣୁ ଙ୍କୁ ଶିବ ଙ୍କ ଉପରେ ପ୍ରତିଷ୍ଠା କରାଯାଇଛି , ରଘୁନାଥ ସ୍ବାମୀ ରୂପରେ । ଏଥି ପାଇଁ ରଘୁନାଥେଶ୍ଵର କୁହାଯାଏ ।

ଝୁଲୁଥିବା ଖମ୍ବ କୁ ନେଇ ଏହା ମନାଯାଏ :

ଲେପାକ୍ଷୀ ମନ୍ଦିର ର ଝୁଲୁଥିବା ଖମ୍ବ କୁ ନେଇ ଏକ ପରମ୍ପରା ଚାଲି ଆସୁଛି । କୁହାଯାଏ କି ଯେଉଁ ଶ୍ରଦ୍ଧାଳୁ ଝୁଲି କରି ତଳ ଦେଇ କପଡା ବାହାର କରନ୍ତି ତାଙ୍କ ଜୀବନ ରେ କେବେ ବି କୌଣସି କଥା କୁ ନେଇ ଦୁଃଖ କଷ୍ଟ ହୋଇନଥାଏ । ପରିବାର ରେ ସୁଖଶାନ୍ତି ଓ ସମୃଦ୍ଧି ଆଗମନ ହୋଇଥାଏ । କୁହାଯାଏ କି ପ୍ରଥମେ ଅନ୍ୟ ଖମ୍ବ ପରି ଏ ଖମ୍ବ ମଧ୍ୟ ମାଟି ସହ ଯୋଡ଼ି ହୋଇ ରହିଥିଲା ।

ଭଗବାନ ଶିବଙ୍କୁ ମାନୁଥିଲେ ଭକ୍ତିରେ ଗୋଟେ ଲାଇକ କରିବା ସହିତ ବହୁମାତ୍ରାରେ ଶେୟାର କରିବେ ଏବଂ କାମେଣ୍ଟରେ ଭାଟିରେ ଲେଖିଦିଅନ୍ତୁ ” ଓଁ ନମଃ ଶିବାୟ “

Leave a Reply

Your email address will not be published. Required fields are marked *