ଉତ୍ତର କୋରିଆ ର ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ନିଜ ଦେଶର ପରମାଣୁ କ୍ଷମତା ବଢ଼ାଇବା ଉଦ୍ୟମରେ ଅଛନ୍ତି । କୋରିଆର ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ଅନୁସାରେ କିମ ଜୋଙ୍ଗ ଉନ ପାଖାପାଖି ୩ ସପ୍ତାହ ପରେ ସାର୍ବଜନୀନ ରୂପେ ସାମ୍ନାକୁ ଆସିଥିଲେ ଏବଂ ଦେଶର ପରମାଣୁ କ୍ଷମତାକୁ ବଢାଇବାପାଇଁ ଏକ ସୈନ୍ୟ ବୈଠକର ଆୟୋଜନ କରିଥିଲେ । କହିରଖୁଛୁ କି ଆମେରିକା ଓ ଉତ୍ତରକୋରିଆ ମଧ୍ୟରେ ପରମାଣୁ ନିଶାସ୍ତ୍ରୀକରଣ ବିଷୟରେ କଥା ଅଟକି ରହିଛି ।
ନ୍ୟୁଜ ଏଜେନ୍ସି ଅନୁସାରେ କିମ ଜୋଙ୍ଗ ଉନ ଙ୍କୁ ପାଖାପାଖି ତିନି ସପ୍ତାହ ପରେ କେନ୍ଦ୍ର ସୈନ୍ୟ ଆୟୋଗଙ୍କ ବୈଠକରେ ପ୍ରଥମ ଥର ସାର୍ବଜନୀନ ଭାବରେ ଦେଖା ଯାଇଥିଲେ । କରୋନା ଭୂତାଣୁର ଚିନ୍ତା ମଧ୍ୟରେ ବ୍ୟତୀତ ହୋଇଥିବା ୨ ମାସରେ ସେ ସାର୍ବଜନୀନ କାର୍ଯ୍ୟକ୍ରମ ଠାରୁ ବିରତ ରହିଥିଲେ । ଏହା ପରେ ତାଙ୍କର ଅସୁସ୍ଥତା ଓ ମୃତ୍ୟୁକୁ ନେଇ ମିଛ ଖବର ଚାରିଆଡେ ଖେଳିଯାଇଥିଲା।
ଉତ୍ତର କୋରିଆର ପରମାଣୁ ଏବଂ ମିସାଇଲ କାର୍ଯ୍ୟକ୍ରମ କୁ ଶେଷ କରିବା ଉଦ୍ଧେଶ୍ୟରେ ଆମେରିକା ର ନେତୃତ୍ୱରେ ରେ ଗତବର୍ଷ ଅସଫଳ ହୋଇଥିଲା । ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ନିଜେ କିମ ଜଙ୍ଗ ଉନଙ୍କୁ ଭେଟିଥିଲେ ।
କିମ ଜୋଙ୍ଗ ଉନଙ୍କ ଅଧ୍ୟକ୍ଷତାରେ ଯେଉଁ ବୈଠକ ଅନୁଷ୍ଠିତ ହୋଇଥିଲା ସେଥିରେ ଅସ୍ତ୍ରଶସ୍ତ୍ର ବଳକୁ ମାଜଭୁତ କରିବାର ଉପାୟ ଉପରେ ଚର୍ଚ୍ଚା ହେଲା ଏବଂ ଶତ୍ରୁତାପୂର୍ଣ ଶକ୍ତି ଠାରୁ ଲଗାତାର ବଡ଼ ବା ଛୋଟ ସୈନ୍ୟ ବିପଦକୁ ସମ୍ନା କରିବାର ରଣନୀତି ଉପରେ ପିଚାର କରାଗଲା ।
ଏହି ବୈଠକରେ ଦେଶର ପରମାଣୁ ଯୁଦ୍ଧ ନିତି ଏବଂ ରଣନୀତି ଉପରେ ସଶସ୍ତ୍ର ବଳ ର କୌଣସି ଅଭିଯାନକୁ ନେଇ ପ୍ରସ୍ତୁତ କରି ରଖିବାକୁ ନୂଆ ନିୟମ ଉପରେ ଵିଚାର କରାଯାଇଥିଲା । ଏହି ବୈଠକରେ ତୋପଖାନାର ଦଳର ମାରକ କ୍ଷମତାରେ ବୃଦ୍ଧିର ଉପାୟ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।