ଆମ ମାନଙ୍କ ଘରେ ସବୁଠୁ ଅଧିକ ଜଣାଶୁଣା ପରିବା ଆଳୁ ଧଳା ହେଉଥିବା ବାଳ ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ପରିବା ରୁ ବାହାରୁଥିବା ଚୋପା ବହୁତ କାମ ରେ ଆସିଥାଏ । କେବେ ଭାବିଥିଲେ କି ବାଳ ଝଡ଼ିବା ରୋକିବା ଓ କଳା କରିବା ପାଇଁ କେତେ ସାହାଯ୍ୟ କରିଥାଏ ।
ଆଳୁ ର ଚୋପା କୁ ଆପଣ ଯଦି ଅଦରକାରୀ ଭାବି ଫିଙ୍ଗି ଦେଉଛନ୍ତି ତେବେ ଜାଣିରଖନ୍ତୁ ଏଥିରେ ଫାଲିଫିନୋଳ ଅକ୍ସାଇଡ୍ ନାମକ ଏକ ଏଞ୍ଜାଇମ୍ ପାଇଥାଉ , ଯାହା ବାଳ କୁ ସୁସ୍ଥ ରଖିବା ରେ ସାହାଯ୍ୟ କରିଥାଏ । ଏହା ଛଡା , ଏହା ଆଇରନ , ଜିଙ୍କ୍ , କପର , କ୍ୟାଲସିୟମ , ପୋଟାସିୟମ , ମ୍ୟାଗ୍ନେସିୟମ ରେ ମଧ୍ୟ ଭରପୁର ରୋହିଥାଏ । ତେବେ ଆସନ୍ତୁ ଜାଣିବା ଆଳୁ ଚୋପା ରୁ ଆପଣ କେମିତି ଧଳା ବାଳ କୁ କଳା କରିବା
ଆବଶ୍ୟକ ସାମଗ୍ରୀ
* ୮-୧୦ ଆଳୁ ଚୋପା * ୨-୩ କପ୍ ପାଣି * ଗୋଲାପ ଜଳ * ସଫା ସୂତା କପଡା * ଏକ ପାତ୍ର
ପ୍ରସ୍ତୁତି ପ୍ରଣାଳୀ
ସସପେନ କୁ ଗ୍ୟାସ ଉପରେ ରଖନ୍ତୁ । ମଧ୍ୟମ ଆଞ୍ଚ ରେ ଗ୍ୟାସ ଜଳନ୍ତୁ । ପାଣି ଢ଼ାଳିବା ଓ ଏଥିରେ ୩-୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ପାଣି ଉଷୁମ ହୋଇଗଲେ ସସପେନ ରେ ଆଳୁ ଚୋପା ପକାନ୍ତୁ ଓ ତାଙ୍କୁ ଢାକି ଦିଅନ୍ତୁ । ଚୋପା କୁ ପାଣି ରେ ୩୦-୩୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଗ୍ୟାସ ବନ୍ଦ କରିଦେବା ଓ ଚୋପା କୁ ୧୫-୨୦ ମିନିଟ ପର୍ଯ୍ୟନ୍ତ ପାଣିରେ ରହିବାକୁ ଦେବା ।ଏକ ସଫା ସୂତା କପଡା ରେ ଏକ ପାତ୍ର ରେ ଛାଙ୍କି ଦିଅନ୍ତୁ । ତା ପରେ ଏକ ବଡ଼ ଚାମଚ ରେ ଗୋଲାପ ଜଳ ମିଶାନ୍ତୁ । ଏହି ପାଣି କୁ ଥଣ୍ଡା ହେବାକୁ ଦିଅନ୍ତୁ ଓ ଏକ ସ୍ପ୍ରେ ରେ ଢାଳି ଏହାକୁ ବ୍ୟବହାର କରନ୍ତୁ ।
ଲଗାଇବା ପ୍ରଣାଳୀ
ସର୍ବପ୍ରଥମେ ଆପଣଙ୍କ ବାଳ କୁ ସେଂମ୍ପୁ କରି ଦିଅନ୍ତୁ । ଏଥିରେ କଣ୍ଡିସନ୍ କରନ୍ତୁ ନାହିଁ । ବାଳ କୁ ପ୍ରାକୃତିକ ରୂପରେ ସୁଖିବାକୁ ଦିଅନ୍ତୁ ଓ କୁଣ୍ଡାଇ ଦିଅନ୍ତୁ । ଏହା ପରେ ନିଜର ବାଳ କୁ କିଛି ଭାଗରେ ବିଭକ୍ତ କରି ଦିଅନ୍ତୁ । ସ୍ପ୍ରେ ବୋତଲ କୁ ଭଲ ଭାବରେ ହଲାନ୍ତୁ । ଏହା ପରେ ବାଳ ର ପ୍ରଥମ ଭାଗ ରେ ଲଗାନ୍ତୁ । ଏହାକୁ ଭଲ ଭାବରେ କୋଟ କରିବାକୁ ଚେଷ୍ଟା କରନ୍ତୁ । ଏମିତି ସବୁ ଭାଗରେ ଭଲ ଭାବରେ ସ୍ପ୍ରେ କରନ୍ତୁ ।
୩୦ ମିନିଟ ପରେ ନିଜର ବାଳ କୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ଏହା ପରେ ଏହାକୁ ଶୁଖାଇ ଦିଅନ୍ତୁ । ଏହି ପ୍ରଣାଳୀ କୁ ସପ୍ତାହ ରେ ଥରେ କିମ୍ବା ଦୁଇଥର କରନ୍ତୁ ।
ଭିଟାମିନ ଓ ଆଇରନ ରେ ପୂର୍ଣ୍ଣ
ଆଳୁ ଚୋପା ରେ ମଜଭୁତ ଭିଟାମିନ – ସି , ଆଇରନ ଓ ଭିଟାମିନ – ବି ବାଳ କୁ ମଜଭୁତ କରିଥାଏ ଓ ଝଡିବାରୁ ରୋକି ଥାଏ । ଚୋପା ର ଜୁସ୍ ରେ ବାଳ କୁ ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ରୋହିଥାଏ । ଏହା ଦ୍ବାରା ବାଳ ଶୀଘ୍ର ବଢ଼ିଥାଏ ।
ପ୍ରାକୃତିକ କଣ୍ଡିସନ
ଆଳୁ ବାଳ ପାଇଁ ଏକ ପ୍ରାକୃତିକ କଣ୍ଡିସନ ର କାମ କରିଥାଏ । ସପ୍ତାହ ରେ ୩-୪ ଦିନ ବାଳ ରେ ଆଳୁ ଚୋପା ର ଜୁସ୍ କିମ୍ବା ଏହାର ପେଷ୍ଟ ଲଗାଇବା ଦ୍ୱାରା ବାଳ ରେ ଉଜ୍ଜଳତା ଆସିଥାଏ ଓ ବାଳ ନରମ ହୋଇଥାଏ ।
ଖପୁରୀ ରେ ଅମ୍ଳଜାନ ପହଞ୍ଚାଇଥାଏ
ଆଳୁ ର ଚୋପା ରେ ଏମିତି କିଛି ଗୁଣ ଓ ଭିଟାମିନ ଅଛି ଯାହା ଖପୁରୀ ରେ ଅମ୍ଳଜାନ ର ସଞ୍ଚାର କରିଥାଏ ଓ କୋଳେଜନ କୁ ସୁସ୍ଥ କରିଥାଏ । କୋଲେଜନ ଏକ କନେଣ୍ଟିଭ ଟିଶୁ ହୋଇଥାଏ ଯାହା ବାଳ କୁ ମଜଭୁତ କରିବା ସହିତ ବଢିବା ରେ ମଧ୍ୟ ସାହାଯ୍ୟ କରିଥାଏ । କୋଲେଜନ ଚର୍ମ ରେ ମଧ୍ୟ ରହିଥାଏ ।
ବାଳ କୁ ଧଳା ହେବା ରୁ କେମିତି ରୋକିବା
* ନିଜର ଓଜନ ନିୟନ୍ତ୍ରିତ ରଖନ୍ତୁ ଓ ଅଧିକ ପାଣି ପିଅନ୍ତୁ । * ପ୍ରଦୂଷଣ ଓ ରସାୟନ ସମ୍ପର୍କ ରେ ଆସିବା ରୁ ବଞ୍ଚନ୍ତୁ । * ଆପଣଙ୍କ ବାଳ କୁ ଖରା ଓ ଧୂଳି ମାଟି ରୁ ବଞ୍ଚନ୍ତୁ ।