ପାଖାପାଖି ୨ ମାସ କରୋନା ଲକଡାଉନ ପାଇ ଫ୍ଲାଇଟ ସର୍ଭିସ୍ ବନ୍ଦ ରହିଛି । ଏହି ସୋମବାର ମାନେ ଆଜି ପୁଣି ବିମାନ ଉଡିଛି । ଏବେ କିନ୍ତୁ କେବଳ ଘରୋଇ ବିମାନ କୁ ମଞ୍ଜୁରୀ ମିଳିଛି । ଏମିତି ଏକ ବିମାନ ଦିଲ୍ଲୀ ରୁ ବେଙ୍ଗାଲୁରୁ ରେ ପହଁଞ୍ଚିଛି । ଏଥିରେ ବିହାନ ନାମକ ଏକ ୫ ବର୍ଷ ର ଏକ ପିଲା ବସି ଯାଇଥିଲା ।
୩ ମାସ ଧରି ଦିଲ୍ଲୀ ରେ ଥିଲା ବିହାନ
ବିହାନ ଶର୍ମା ଙ୍କ ମାଆ ମଞ୍ଜରୀ ଶର୍ମା କହିଥିଲେ କି ତାଙ୍କ ପିଲା ୩ ମାସ ଧରି ଦିଲ୍ଲୀ ରେ ଥିଲା । ଯାଉଠି ସେ ତାହାର ଜେଜେବାପା ଜେଜେମା ଙ୍କ ପାଖରେ ଥିଲା ଓ ତା ପରେ ଲକଡାଉନ ପାଇଁ ସେଠାରେ ରହିଯାଇଥିଲା ।
ଏକା ଦିଲ୍ଲୀ ରୁ ବେଙ୍ଗାଲୁରୁ ଆସିଲା ବିହାନ
୫ ବର୍ଷ ବୟସ ରେ ବିହାନ ଦିଲ୍ଲୀ ରୁ ଏକା ବେଙ୍ଗାଲୁରୁ ଆସିଥିଲା । ତାକୁ ଆଣିବା ପାଇଁ ତା ମାଆ ଏୟାରପୋର୍ଟ କୁ ଯାଇଥିଲେ । ବିହାନ କୁ ବିମାନ କର୍ମଚାରୀ ତା ମାଆ ପାଖରେ ସୁରକ୍ଷିତ ପହଁଞ୍ଚାଇଲେ ।
ସାବଧାନତା ରକ୍ଷା କରି ପୁଅ କୁ କୋଳେଇଲେ ନାହିଁ
ଏୟାରପୋର୍ଟ ରେ ପହଁଞ୍ଚିବା ପରେ ବିମାନ କର୍ମଚାରୀ ଯେବେ ପିଲା କୁ ତାଙ୍କ ମାଆ କୁ ଦେଇଥିଲେ ସେତେ ବେଳେ ପୁରା ସାବଧାନତା ଅବଲମ୍ବନ କରିବା ପାଇଁ ପୁଅ କୁ କୋଳେଇଲେ ନାହିଁ । ଯାହା ହେଲେ ବି କରୋନା ର ଡର ମଧ୍ୟ ଏମିତି ।
କର୍ଣ୍ଣାଟକ ରେ ବିମାନ ଅବତରଣ କରିଦେଲା
ଘରୋଇ ବିମାନ ସେବା ଆରମ୍ଭ ହେବା ପରେ କର୍ଣ୍ଣାଟକ ର ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର ରେ ଆଜି ପର୍ଯ୍ୟନ୍ତ ୨ ଟି ବିମାନ ଅବତରଣ କରିଛି । ସେଥିରୁ ଗୋଟେ ଦିଲ୍ଲୀ ରୁ ଆସିଛି ଯେଉଁଥିରେ ବିହାନ ଆସିଥିଲା ।