ଲକଡାଉନ ଫେଲ, ଜୀବନ ବଂଚିଲା ନାହିଁ, ଲୋକଙ୍କ ଜୀବନ ଗଲା: ନୋବେଲ ବିଜେତା ବୈଜ୍ଞାନିକ…

ଲକଡାଉନରେ ଲୋକଙ୍କ ଜୀବନ ବଂଚିଲା ନାହିଁ ଓଲଟା ଜୀବନ ଗଲା। ଏପରି କହିବା କଥା ହେଉଛି ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ମାଇକେଲ ଲିବେଟ ଙ୍କର ।telegraph.co.uk  ରିପୋର୍ଟ ଅନୁସାରେ ଷ୍ଟେନଫୋର୍ଡ ୟୁନିଭରସିଟିର ପ୍ରଫେସର ଲିବେଟ କହିଛନ୍ତି ଲୋକଙ୍କୁ ଘରେ ବନ୍ଦ ରଖିବା ଫଇସଲା , ବିପଦ କାରଣରୁ ନିଆଗଲା ନା ବିଜ୍ଞାନ କାରଣରୁ।

କହି ରଖିବୁକି ମାଇକେଲ ଲିବେଟ କରୋନା ଭାଇରସ ବଢିବା ଆରମ୍ଭରୁ ଅନୁମାନ ଲଗାଇବାରେ ସକ୍ଷମ ହୋଇଥିଲେ। ଦୁନିଆରେ ଲକଡାଉନ ଲାଗୁ କରିବା ନା କରିବାକୁ ନେଇ ରାୟ ବଣ୍ଟା ହେଉଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବି ଲକଡାଉନକୁ ବିରୋଧ କରି ଆସୁଛନ୍ତି। ସ୍ପେସଏକ୍ସର ସିଇଓ ଏଲନ ମସ୍କୋ ବି ଲକଡାଉନର ବିରୋଧୀ ଥିଲେ। ଏବେ ଆମେରିକାର ସଂକ୍ରମଣ ରୋଗ ବିଶେଷଜ୍ଞ ଏଥନୀ ଫୌସି ଭି କହିଦେଇଛନ୍ତି ଅଧିକ ଦିନ ଲକଡାଉନ ରଖିଲେ ଯେଉଁ କ୍ଷତି ହେବ ତାକୁ ପୁରା କରିହେବନି।

ବ୍ରିଟେନରେ କରାଯାଇଥିବା ଲକଡାଉନକୁ ନେଇ ଲେବିଟ କହିଛନ୍ତି କି ଇଂପ୍ରେରିୟଲ କଲେଜର ଜଣେ ପ୍ରଫେସରଙ୍କ ମଡେଲିଙ୍ଗ ଆଧାରରେ ଲକଡାଉନ କରିଦେଇଛନ୍ତି। ସେ କହିଛନ୍ତି ବିଶ୍ୱକ ସ୍ତରରେ ଦୁନିଆ ସାରା ନେତାଙ୍କ ଭିତରେ ପୈନିକ ଭାଇରସ ପଶିଥିଲା।

ପ୍ରଫେସର ଲେବିଟ କହିଛନ୍ତି କି ଇଂପ୍ରେରିୟଲ କଲେଜର ପ୍ରଫେସର ଫର୍ଗୁସନଙ୍କ ଡାଟା ଆଧାରରେ ଲକଡାଉନ କରାଯାଇଛି। ସେ କହିଛନ୍ତି ଫର୍ଗୁସନ ମୃତ୍ୟୁର ଅନୁମାନ କରିଥିଲେ ୧୦-୧୨ ଗୁଣ ଥିଲା। କହିରଖିବୁକି ଲକଡାଉନ ସମୟରେ ଫର୍ଗୁସନ ନିଜେ ସବୁ ନିୟମକୁ ଭାଙ୍ଗିଦେଇଥିଲେ। ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ନିଜ ଘରକୁ ଡ଼କାଇଥିଲେ। ପ୍ରଶ୍ନ ଉଠିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଦେଇଥିଲେ।

ଫାଈନାନ୍ସସାଲ କରିବା ବାଲା ଅନ୍ତ୍ରରାଷ୍ଟ୍ରିୟ ସଂସ୍ଥା ଜେପି ମୋର୍ଗନଙ୍କ ରିପୋର୍ଟରେ ବି କୁହାଯାଇଛି ଲକଡାଉନ ଭାଇରସକୁ କମାଇବାର ଫେଲ ହୋଇଯାଇଛି। ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ମୋର୍ଗନଙ୍କ ରିପୋର୍ଟ କୁହାଯାଇଛି ଏହି ଲକଡାଉନ ଉପାୟ ବେକାର ଥିଲା ବା ଡେରିରେ କରାଗଲା।

ଡେନମାର୍କରେ ବିଦ୍ୟାଳୟ ଓ ସପିଙ୍ଗମଲ ପୁନଃ ଖୋଲିବା ପରେ ବି ସଂକ୍ରମଣ ରେଟ କମିବାରେ ଲାଗିଛି। ଜର୍ମାନୀରେ ବି ଲକଡାଉନ କୋହଳ ପରେ ବି ସଂକ୍ରମଣ ରେଟ ୧.୦ ରୁ କମ ରହିଛି।

ପ୍ରଫେସର ଲିବେଟ ବ୍ରିଟିଶ ଟେଲିଗ୍ରାଫରେ କହିଛନ୍ତି ମତେ ଲାଗୁଛି ଲକଡାଉନରେ କୌଣସି ଜୀବନ ବଞ୍ଚିଛି। ଏହା ଦ୍ବାରା ମୃତ୍ୟୁ ହୋଇଛି। ଏହା ଦ୍ଵାରା ଲୋକ ଭୋକରେ ମଲେ ଅନ୍ୟ ରୋଗ ଥିବା ଲୋକ ଚିକିତ୍ସା ହୋଇପାରିଲେନି,ଅନେକ ଘଟଣା ଘଟିଛି।

ପ୍ରଫେସର ଲୁବେଟଙ୍କୁ ୨୦୧୩ ରେ କେମେଷ୍ଟ୍ରିରେ ନୋବେଲ ପୁରସ୍କାର ଦିଆଯାଇଥିଲା। ସେ କହିଛନ୍ତି ଏହି ଭାଇରସକୁ ନେଇ ଅନେକ ବିଶେଷଜ୍ଞଙ୍କ ଅନୁମାନ ଭୁଲ ହୋଇଛି। ଏହାପରେ ବି ସରକାର ଲୋକଙ୍କୁ ମାସ୍କ ପିନ୍ଧିବା ଓ ଦୁରେଇ ରହିବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ସେହିପରି ବ୍ରିଟେନ ସରକାର ଓ ଫର୍ଗୁସନ ଅନୁମାନ ଲଗାଇ ଥିଲେ କି ସାମାଜିକ ଦୂରତା ବିନା ୫ ଲକ୍ଷ ଲୋକଙ୍କ ଜୀବନ ଯାଇଥାନ୍ତା।

Leave a Reply

Your email address will not be published. Required fields are marked *