ବୁଧ ଆସୁଛନ୍ତି ମିଥୁନ ରାଶି କୁ ଏହି ୫ ରାଶି ଉପରେ ପଡ଼ିବ ଖାସ ପ୍ରଭାବ

ଗ୍ରହ ମାନଙ୍କର ହେବ ବଡ଼ ଧରଣର ଓଲଟପାଲଟ ଏହି ମାସ ରେ

ମଇ ମାସ ସାରା ପ୍ରାୟ ଗ୍ରହ ମାନେ ଓଲଟ ପାଲଟ ରେ କଟି ଗଲା । ଏହି ମାସ ରେ ବହୁତ ଗ୍ରହ ବକ୍ର ହୋଇଥିଲେ ତ କିଛି ଗ୍ରହ ଗୋଟିଏ ରାଶି ରୁ ଅନ୍ୟ ରାଶି କୁ ସଞ୍ଚାର କରିଛନ୍ତି । ଏହି କ୍ରମ ରେ ଏହି ମାସ ରେ ସବୁଠୁ ଶେଷରେ ଗୋଚର ହେବାକୁ ଯାଉଛି ।

୨୫ ମଇ କୁ ଗ୍ରହ ର ରାଜକୁମାର ଓ ବୁଦ୍ଧି ପ୍ରଦାନ ବୁଧ ଗ୍ରହ ର ଗୋଚର ନିଜ ରାଶି ମିଥୁନ ରେ ହେବା କୁ ଯାଉଛି । ଜ୍ୟୋତିଷ ଙ୍କ କହିବା କଥା କି ଗ୍ରହ ର ସ୍ଥିତି ରେ ଏହି ପ୍ରକାର ପରିବର୍ତ୍ତନ ଦ୍ୱାରା ବହୁତ ରାଶି ଙ୍କ ଜୀବନ ରେ ଉଚ୍ଚନୀଚ୍ଚ ହୋଇପାରେ । ବୁଧ ର ମିଥୁନ ରେ ଗୋଚର ର ସବୁଠୁ ଅଧିକ ପ୍ରଭାବ ଏହି ୫ ରାଶି ଉପରେ ପଡ଼ିବ । ଆସନ୍ତୁ ଜାଣିବା କ’ଣ ସେହି ୫ ରାଶି

ମେଷ ରାଶି ବୁଧ ଗୋଚର ର ପ୍ରଭାବ

ଆପଣଙ୍କ ରାଶି ପାଇଁ ବୁଧ ର ଏହି ଗୋଚର ଭଲ ପ୍ରଭାବ ପ୍ରମାଣିତ ହୋଇପାରେ ଓ ଏହା ଆପଣଙ୍କ ପାଇଁ ଭଲ ଖବର ନେଇ ଆସିବ । ବୁଧ ଗ୍ରହ ର ଗୋଚର ର ପ୍ରଭାବ ରୁ ଆପଣଙ୍କ ହାତକୁ କିଛି ଭଲ ଖବର ଆସିପାରେ । ଆପଣଙ୍କ ଧର୍ମ ଓ ଆଧ୍ୟାତ୍ମିକ ଆଡ଼କୁ ମଧ୍ୟ ମନ ଦେବେ । ଆପଣଙ୍କ ପରିବାର ର ଲୋକ ଙ୍କ ସହିତ ଆପଣଙ୍କ ସମ୍ଭଦ ରେ ସୁଧାର ଆସିବ । ଖାସ କରି ଭାଇ ବୋହୂ ଙ୍କ ସହିତ ସମ୍ପର୍କ ଆଗ ଅପେକ୍ଷା ଅଧିକ ଅନୁକୂଳ ରହିବ ଓ ଆପଣ ଏହି ସମୟ ରେ ନିଜକୁ କଠିନ ପରିସ୍ଥିତି ରୁ ମଧ୍ୟ ବାହାରିବାକୁ ସକ୍ଷମ ହେବେ ।

ବୃଷ ରାଶି ରେ ବୁଧ ଗ୍ରହ ର ଗୋଚର ର ପ୍ରଭାବ

୧୨ ରାଶି ଚକ୍ର ରେ ଦ୍ଵିତୀୟ ରାଶି ମନାଯାଉଥିବା ରାଶି ବୃଷ ରେ ବୁଧ ର ପ୍ରବେଶ ଦ୍ୱାରା ଶୁଭ ସମାଚାର ନେଇ ଆସିବ । ଏହି ସମୟରେ ଆପଣଙ୍କ ବାକିଥିବା ଧନ ମଧ୍ୟ ପ୍ରାପ୍ତ ହୋଇପାରେ । ଏହି ସମୟ ଆପଣଙ୍କ ପାଇଁ ସବୁ ମାମଲା ରେ ସଫଳ ହେବାର ସମ୍ଭାବନା ଅଧିକ ଅଟେ , ଏଥି ପାଇଁ ଭଲ ହେବ କି ଯେଉଁ କ୍ଷେତ୍ର ରେ ପ୍ରୟାସ କରୁଛନ୍ତି , ଏହି କ୍ଷେତ୍ର ରେ ଆପଣ ମନଧ୍ୟାନ ଦେଲେ ଆପଣ ନିଶ୍ଚିତ ସଫଳତା ମିଳିବ । ଆପଣଙ୍କୁ ଏହି ସମୟରେ କିଛି ନୂଆ କରିବା ପାଇଁ ମଧ୍ୟ ଭାବିବା ଦରକାର କାହିଁକି ନା ଏହି ଶୁଭ ସମୟ ର ଭଲ ପ୍ରୟୋଗ କରିପାରିବେ ଓ ପୁରା ଲାଭ ପ୍ରାପ୍ତ କରିପାରିବେ ।

ମିଥୁନ ରାଶି ରେ ବୁଧ ର ଗୋଚର ର ପ୍ରଭାବ

ବୁଧ ର ଗୋଚର ଆପଣଙ୍କ ରାଶି ରେ ହେବାକୁ ଯାଉଛି ଯାହାକି ଆପଣଙ୍କ ପାଇଁ ଶୁଭଫଳଦାୟକ ହୋଇପାରେ । ଆପଣ ଯେଉଁ କାର୍ଯ୍ୟ ପାଇଁ ଅପେକ୍ଷା କରି ରହିଛନ୍ତି ସେହି କାର୍ଯ୍ୟ ଏହି ସମୟରେ ହୋଇପାରେ । ଗୋଚର ପ୍ରଭାବରେ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ସହିତ ପଦନ୍ନତି ମିଳିପାରେ । ଘର ପରିବାର କଥା ଯଦି କୁହାଯାଏ ତେବେ ଆପଣଙ୍କ ପ୍ରିୟ ପରିଜନ , ସାଙ୍ଗସାଥୀ ଓ ଭାଇ ଭଉଣୀ ଙ୍କ ସହିତ ଭଲ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ସବୁ ମିଶାଇ ମିଥୁନ ରାଶି ରେ ବହୁତ ସମୟ ପରେ ଭଲ ଭଲ ଖବର ଆସିବାକୁ ଲାଗିବ । କିନ୍ତୁ ରାହୁ ମଧ୍ୟ ଏହି ସମୟରେ ବୁଧ ସହିତ ରହିବ ଯାହା ଫଳରେ ଆପଣଙ୍କ ବୁଦ୍ଧି କୁ ସୟମିତ ରଖନ୍ତୁ , ନୂଆ ନୂଆ ବିଚାର ମନ କୁ ଆସିବ , ବୁଦ୍ଧି ବିଚାରି ନିଷ୍ପତ୍ତି ନେବେ ।

କନ୍ୟା ରାଶି ରେ ବୁଧ ର ଗୋଚର ର ପ୍ରଭାବ

ରାଶି ସ୍ବାମୀ ବୁଧ ଆପଣଙ୍କ ରାଶି ରେ ଦଶମ ସ୍ଥାନ ରେ ଗୋଚର କରିଛି । କର୍ମ ସ୍ଥାନ ରେ ସଞ୍ଚାର କରି ବୁଧ ଆପଣଙ୍କୁ ସଫଳତା ଦେଇଥାଏ । କାର୍ଯ୍ୟକ୍ଷେତ୍ରରେ ଆପଣ ଆପଣଙ୍କ ବୁଦ୍ଧି ଓ ଜ୍ଞାନ ଦ୍ୱାରା କିଛି ଭଲ କାମ କରିପାରିବେ ଯାହା ପାଇଁ ମଧ୍ୟ ଆପଣ ପ୍ରଶଂସା ର ପାତ୍ର ହୋଇପାରିବେ । ଏହି ଗୋଚର ଦ୍ୱାରା ରାହୁ ଓ ବୁଧ ସାଥିରେ ଚଳନ କରିବେ ଯାହା ଦ୍ଵାରା ବ୍ୟାପାର ରେ ମଧ୍ୟ ଲାଭ ର ଯୋଗ ରହିଛି କିନ୍ତୁ ସତର୍କ ରହିବାକୁ ପଡିବ । କଥାବାର୍ତ୍ତା ରେ ସଂଯୋମ ରଖନ୍ତୁ , ସୁଖ ସାଧନ ପାଇଁ ଧନ ଖର୍ଚ୍ଚ ହେବ ।

କର୍କଟ ରାଶି ଉପରେ ବୁଧ ର ଗୋଚର ର ପ୍ରଭାବ

ଆପଣଙ୍କ ରାଶି ରେ ଦ୍ଵାଦଶ ସ୍ଥାନ ରେ ବୁଧ ଗୋଚର ଫଳ ରେ ଆପଣଙ୍କ ପାଇଁ ଏହି ସମୟ ଖର୍ଚ୍ଚିଲା ରହିବ । ମନ ରେ ବହୁତ ପ୍ରକାର ଅଲଟା ସିଧା ବିଚାର ଆସିବାକୁ ଲାଗିବ । ପାରିବାରିକ ଜୀବନରେ ତାଳମେଳ ବଢିବ । ଅନିଚ୍ଛା ମଧ୍ୟ ଏହି ଦିନ ରେ ଦେଖିବାକୁ ମିଳିବ । କଳାତ୍ମକ କାମ ଓ ଅଟକି ଥିବା କାର୍ଯ୍ୟ ପୁରା କରି ପାରିବେ । ଚତୁରତା ଓ ବଳ ଦ୍ୱାରା ନିଜର କାମ କରେଇ ପାରିବେ ।

Leave a Reply

Your email address will not be published. Required fields are marked *