ଟାର୍ଗେଟରେ ଟିକଟକ, ଜାଣନ୍ତୁ ରେଟିଙ୍ଗ କମିବା ଦ୍ଵାରା କଣ ହୋଇଥାଏ।

ପ୍ଲେଷ୍ଟୋର ଆପରେ ଟିକଟକର ରେଟିଙ୍ଗ ଲଗାତର କମିବାରେ ଲାଗିଛି। ଆଜି ଆମେ ଜାଣିବାକୁ ଚେଷ୍ଟା କରିବା କୌଣସି ଆପର ରେଟିଙ୍ଗ କମିବା ଦ୍ଵାରା କଣ କ୍ଷତି ହୋଇଥାଏ।

ନୂଆଦିଲ୍ଲୀ: ଛୋଟ ଭିଡ଼ିଓ ଆପ ଟିକଟକର ରେଟିଙ୍ଗ ୪.୭ ଷ୍ଟାରରୁ କମି ୧.୬ ଷ୍ଟାର ହୋଇଗଲାଣି। ଅନେକ ଗ୍ରାହକ ୧ ଷ୍ଟାର ଦେଉଛନ୍ତି ଓ ଏହାକୁ ବ୍ୟାନ କରିବାକୁ ଦାବି କରୁଛନ୍ତି। ଏପରି ପ୍ରସିଦ୍ଧ ୟୁଟୁବର Carry Maniti ଓ ପ୍ରସିଦ୍ଧ ଟିକଟକର Faizal Siddiqui ଙ୍କ ଭିତରେ ହୋଇଥିବା କଥା ଯୁଦ୍ଧ ପରେ ହେଉଛି। ତେବେ କଣ ଟିକଟକର ରେଟିଙ୍ଗ କମିବା ଦ୍ଵାରା ତାର କ୍ଷତି ହେବ? ଯଦି ବି ହେବ କେଉଁ ପରି ହେବ ଆଜି ଆମେ ଜାଣିବା। ତେବେ ଆସନ୍ତୁ ଜାଣିବା ପ୍ଲେଷ୍ଟୋରରେ ଆପ ରେଟିଙ୍ଗ କମିବା ଦ୍ଵାରା କଣ ପ୍ରଭାବ ପଡିଥାଏ।

କମିଯାଇଥାଏ ଅନୁସନ୍ଧାନ ଫଳ:

ଆପ ରେଟିଙ୍ଗ କମିବା ଦ୍ଵାରା କମିଯାଇଥାଏ ଅନୁସନ୍ଧାନ ଫଳ । ଏହାକୁ Organic Rankings କମିବା କୁହାଯାଏ। ଉଦାହରଣ ସ୍ୱରୂପ ଆପଣ ପ୍ଲେଷ୍ଟୋରରେ ଯଦି Messanger ଅନୁସନ୍ଧାନ କରିବେ ସର୍ବ ପ୍ରଥମେ ସେହି ଆପ ଆସିବ ଯାହାର ରେଟିଙ୍ଗ ଅଧିକ ଥିବ।

ଏହି ପରି କମି ଯାଇଥାଏ ଡାଉନଲୋଡ:

ଗୁଗୁଲ ପ୍ଲେଷ୍ଟୋର ୪ ଷ୍ଟାର ବା ତା ଠୁ ଅଧିକ ରେଟିଙ୍ଗ ଆପକୁ ନିଜ ହୋମ ପେଜରେ ଦେଇଇଥାଏ। ଯାହାକୁ Featured App  କୁହାଯାଏ। ଏହାକୁ ଅଧିକ ଡାଉନଲୋଡ ମିଳିଥାଏ। ରେଟିଙ୍ଗ କମିବା ଦ୍ଵାରା ପ୍ଲେଷ୍ଟୋର ଭାବିଥାଏ ଏହି ଆପରେ କିଛି ସମସ୍ୟା ଅଛି । ଯେବେ ପର୍ଯ୍ୟନ୍ତ ତାର ରେଟିଙ୍ଗ ଠିକ ହୋଇନଥାଏ ତାକୁ Featured App ରୁ ବାହାରେ ରଖେ।

ରେଟିଙ୍ଗରେ ଲୁଚିଛି ଏହି ଆପର ସଫଳତା:

ଦେଖାଯିବ ତ କୌଣସି ଭି ଆପ ବା ସଫ୍ଟୱେରର ସଫଳତା ତାକୁ ମିଳିଥିବା ଷ୍ଟାର ରେଟିଙ୍ଗରେ ଲୁଚି ରହିଥାଏ। ଏହା କେବଳ କୌଣସି ଆପର ଛବିକୁ ଭଲ ଖରାପ ନୁହଁ ତା ସହିତ ପଇସା ମିଳିବ ଉପରେ ବି ପ୍ରଭାବ ପକାଇଥାଏ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିବା | ଏହାକୁ ନେଇ ଆପଣ ନିଜର ମତାମତ ନିଶ୍ଚିନ୍ତ ଦିଅନ୍ତୁ ଏବଂ ଲାଇକ ଶେୟାର ବହୁତ ପରିମାଣରେ କରନ୍ତୁ | କଣ ଆପଣ ଟିକ ଟକ ଡିଲିଟ କରିଛନ୍ତି ନା ଚଳାଉଛନ୍ତି ?

Leave a Reply

Your email address will not be published. Required fields are marked *