ତାଇବାନରେ ସାଇ ଇଂଗବେନ ବୁଧବାରକୁ ରାଷ୍ଟ୍ରପତି ପଦରେ ଶପଥ ନେଲେ ତ ବିଜେପିର ଦୁଇ ସାଂସଦଙ୍କୁ ବି ଅଭିନନ୍ଦନ ଦେବା ଦେଖାଯାଇଛି। ବିଜେପିର ଦୁଇ ସାଂସଦ ୪୧ ଦେଶରେ ପ୍ରତିନିଧିମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଯିଏକି ତାଇବାନର ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଭାରତ ସବୁବେଳେ ତାଇବାନକୁ ନେଇ ବନ ଚାଇନା ପଲିସକୁ ମାନି ଆସୁଛି ଓ ତା ସହିତ କୌଣସି ପ୍ରକାର କୂଟନୀତି ସ୍ଥାପନ କରିନାହିଁ। ତାଇବାନକୁ ଚୀନ ଏକ ଦେଶ ଦୁଇ ସିଷ୍ଟମ ମାନୁଛି । ହକଂଙ୍ଗ ବି ଏହି ସିଷ୍ଟମ ଦ୍ଵାରା ଚୀନର ଏକ ଅଂଶ।
ବିଜେପିର ସାଂସଦ ମିନାକ୍ଷୀ ଲେଖି ଓ ରାହୁଲ କାମବାନ ତାଇବାନ ଲୋକତ୍ରନ୍ତିକ ସୁରୁପକୁ ସ୍ୱାଗତ କରିଛନ୍ତି। ନିଜ ସନ୍ଦେଶରେ ବିଜେପି ସାଂସଦ କହିଛନ୍ତି ଭାରତ ଓ ତାଇବାନ ଦୁଇଜଣଯାକ ଲୋକତ୍ରନ୍ତିକ ଦେଶ ସ୍ବତନ୍ତତା ,ଲୋକତ୍ରନ୍ତ୍ର ଓ ମାନବାଧିକର ଭଳି ସମାନ ମୂଲ୍ୟ ଦ୍ଵାରା ଯୋଡିହୋଇ ଅଛନ୍ତି। ପୂର୍ବ କିଛି ବର୍ଷରେ ଭାରତ ଓ ତାଇବାନ ଭିତରେ ଭଲ ସମ୍ପର୍କ ରହିଛି।
ସେହିଦିନ ମିନାକ୍ଷୀ ଲେଖି ଚୀନ ଉପରେ ଲକ୍ଷ ସାଧିଥିଲେ।ଚୀନ ସରକାରଙ୍କ ମୁଖପାତ୍ର କୁହାଯାଉଥିବା ମୋବଲ ଟାଇମସ୍ ଏକ ଲେଖା ରେ କହିଥିଲା କି ଭାରତ ଚୀନର ସ୍ଥାନ ନେବାକୁ ସ୍ୱପ୍ନ ଦେଖୁଛି। ଏହି ଆଟିକିଲିକୁ ଟ୍ଵିଟ କରି ବିଜେପି ସାଂସଦ ଜବାବ ଦେଇଥିଲେ କି ଚୀନର କମ୍ୟୁନିଟି ପ୍ରୋପେଗଣ୍ଡେ ମସିନାରୀର ସମସ୍ୟା ଜାଣିହେଉଛି ଓ ଯାହା ଚୀନର ସ୍ଥାନ ନେବା କଥା ନା ହିଁ ଆମେ ସେପରି ଭାବିବା ଆବଶ୍ୟକ ଅଛି ନା ଇଚ୍ଛା ଅଛି। ଭାରତର ବିଶ୍ୱ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଅଛି।
ଭାରତକୁ ସବୁବେଳେ ଏହି ଚିନ୍ତା ରହିଛି କି ତାଇବାନର ପାଖ ଚୀନ ସହିତ ସମ୍ପର୍କ ଖରାପ ହୋଇପାରେ। ୨୦୧୬ ରେ ସାଇଙ୍କ ଶପଥ ଗ୍ରହଣ ସମୟରେ ଭାରତ ଏକ ସମୟରେ ଦୁଇ ସାଂସଦଙ୍କୁ ପଠାଇବାକୁ ନିଷ୍ପତି ନେଇଥିଲା।୧୯୪୯ ରେ ଚୀନ ଗୃହ ଯୁଦ୍ଧର ଶେଷ ପରେ ତାଇବାନ ପୁରା ସ୍ୱତନ୍ତ୍ର ରହିଛି। ଯେଉଁଠି ତାଇବାନ ନିଜକୁ ଚୀନଠୁ ସ୍ୱତନ୍ତ୍ର ମାନୁଛି ସେପଟେ ଚୀନ ତାଇବାନଙ୍କୁ ତାର ଏକ ଅଂଶ ଭାବି ଏକ ଦେଶ ଦୁଇ ବ୍ୟବସ୍ଥା କହୁଛି।
ଚୀନର ମାନିବା ଅଟେ କି ଆବଶ୍ୟକ ପଡିଲେ ତାଇବାନର ବିଲୟ ବଳପୂର୍ବକ ବି କରାଯାଇପାରିବ। ଅନ୍ତରାଷ୍ଟ୍ରୀୟ ସଂଗଠନରେ ତାଇବାନଙ୍କ ଯୋଗ ଦେବା ବାଟରେ ବି ଚୀନ ବାଧା ଉତ୍ପନ କରିଥାଏ। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଯେବେ ତାଇବାନକୁ ପଯ୍ୟବେଶକ ସ୍ଥାନ ଦେବାକୁ କହିଥିଲା ଚୀନ ଏହାର ବିରୋଧ କରିଥିଲା। ଚୀନ କହିଥିଲ କି ତାଇବାନ ସହିତ ଏକ ଦେଶ ଭଳି ବ୍ୟବହାର କରାଯାଇପାରିବନି।
ତାଇବାନର ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସିଙ୍କ ଅନୁସାରେ ଏହି ବର୍ଷ କରୋନା ଭାଇରସ ମହାମାରୀ କାରଣରୁ ବିଦେଶୀ ଅତିଥିଙ୍କୁ ଇଭେଣ୍ଟ ପାଇଁ ଡ଼କାଯାଇନଥିଲା। ସେଥି ପାଇଁ ଦେଶ ତରଫରୁ ଭିଡ଼ିଓ ପଠାଯାଇଥିଲା। ସାଇ କି ସମାରୋହରେ ୪୧ ଦେଶର ୯୨ ପ୍ରତିନିଧି ଭରଚୁଆଲରେ ସାମିଲ ହୋଇଛନ୍ତି ଯେଉଁଥିରେ ଭାରତର ଦୁଇ ସାଂସଦ ବି ସାମିଲ ଅଛନ୍ତି।
ସମାରୋହରେ ଭାରତ-ତାଇପେଇ ଆସୋସିଏସନର କାଯ୍ୟବାହକ ଡ଼ାଇରେକ୍ଟର ସୋହାଙ୍ଗ ସେନ ଭାରତର ପ୍ରତିନିଧିତ୍ୱ କରିଥିଲେ। ଭାରତର ତାଇବାନରେ କୌଣସି ଦୂତାବାସ ନାହିଁ। ସଂଯୁକ୍ତ ରାଷ୍ଟ୍ରର ୧୯୪ ସଦସ୍ୟ ଦେଶ ମଧ୍ୟରେ ୧୭୯ ଦେଶ ମାନଙ୍କ ମଧ୍ୟରେ ତାଇବାନ ସହ ରାଜନୀତିକ ସମ୍ପର୍କ ନାହିଁ। ଭାରତ ବି ଏମାନଙ୍କ ମଧରେ ଏକ ଅଟେ। ସିଏନଏ ରିପୋର୍ଟ ଅନୁସାରେ ତାଇବାନ ସହିତ ସମ୍ପର୍କ ରଖିବା ଵାଲା ୧୫ ଦେଶରେ ବେଟିକନ ସିଟି ଛାଡି ସମସ୍ତେ ତାଇବାନ ରାଷ୍ଟ୍ରପତି ଙ୍କୁ ଭିଡ଼ିଓ ସନ୍ଦେଶ ପଠାଇଛନ୍ତି।
ସାଇ ଇନ ବେନ ବାରମ୍ବାର କହିଛନ୍ତି କି ତାଇବାନ ‘ବନ ଚାଇନା ‘ ର ଅଂଶ ନୁହେଁ। ସେ କହିଛନ୍ତି ଆମେ ଏକ ଦେଶ ଦୁଇ ବ୍ୟବସ୍ଥାର ଦଲିଲ ନାମରେ ଚୀନର ଆଧିପତ୍ୟ ସ୍ୱୀକାର କରିବୁନି। ଯେଉଁଥିରେ ତାଇବାନର ଷ୍ଟାଟସ କମ କରିଦିଆ ଯିବ।
ସାଇ ନିଜର ଶପଥ ନେବାପରେ ଏହି ଭାଷଣରେ କହିଛନ୍ତି ଆମେ କବଜା ଓ ଆକ୍ରମକତାର ସଫଳତା ସହିତ ପ୍ରତିରୋଧ କରିଛୁ। ଆମେ ତାନାସହି ଆଡ଼କୁ ଲୋକତନ୍ତ୍ର ଭଳି ଆଗକୁ ବଢିଛୁ। ଏକ ସମୟ ଥିଲା ଯେବେ ଆମେ ପୁରା ଦୁନିଆରୁ ଅଲଗା ଥିଲୁ। ସାଇଙ୍କ ଏହି ବୟାନ ପରେ ଚୀନ ତରଫରୁ ତୁରନ୍ତ ପ୍ରତିକିୟା ଆସିଛି । ଚୀନ କହିଛି ସେ ତାଇବାନର ଆଜାଦି ପାଇଁ କୌଣସି କଥା ଛାଡିବନି।
ଚୀନ ତାଇବାନ ସହିତ ସେହି ସବୁ ଦେଶରକୁ ବି ବିରୋଧ କରିଥାଏ ଯେଉଁମାନେ ତାଇବାନକୁ ସମର୍ଥନ ଦେବା ବା ତା ସହିତ ସମ୍ପର୍କ ମଝବୁତ କରିବାକୁ ଚାହୁଁଛନ୍ତି। ଆମେରିକା ବିଦେଶି ମନ୍ତ୍ରୀ ଯେବେ ଏହି ସପ୍ତାହରେ ତାଇବାନକୁ ଲୋକତାନ୍ତ୍ରିକ ମୂଲ୍ୟରେ ସାଇଙ୍କୁ ସ୍ୱାଗତ ଜଣାଇଛି ତ ଚୀନ ଏହାର ପରିଣତି ଭୋଗିବ ବୋଲି ମଧ୍ୟ ଧମକ ଦେଇଛି।