ଗରମ ରେ ଘିମିରି ଚିନ୍ତିତ କରୁଛୁ କି? ୫ ମିନିଟ ରେ ଏମିତି କରନ୍ତୁ ଉପଚାର

ଗରମ ର ଏହି ମୌସୁମ ରେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କଷ୍ଟଦାୟକ ହୋଇଥାଏ । ଏହି ମୌସୁମ ରେ ବହୁତ୍ ପ୍ରକାର ରୋଗ ହୋଇଥାଏ କିନ୍ତୁ ଶରୀର ରେ ଘିମିରି ପାଇଁ କୁଣ୍ଡାଇ ହୋଇଥାଏ । ଘିମିରି ପାଇଁ ଶରୀର ରେ ଜଳାପୋଡା ଓ କୁଣ୍ଡାଇ ହୋଇଥାଏ ।

ଏହା ବଡ଼ ଠାରୁ ଛୋଟ ସମସ୍ତଙ୍କୁ ହୋଇଥାଏ କିନ୍ତୁ ପିଲାଙ୍କ ଠାରେ ଅଧିକ ଦେଖା ଯାଇଥାଏ । ମୁଁହ ପାଇଁ ଏହି ସମସ୍ୟା ବହୁତ ବଡ଼ ନୁହେଁ କିନ୍ତୁ ଆପଣ ଚାହିଁଲେ ଏହାକୁ ଘରେ କିଛି ସାଧାରଣ ଉପଚାର ଦ୍ୱାରା ଠିକ୍ କରି ପାରିବେ ।

ଘିମିରି କ’ଣ ହୋଇଥାଏ

odia news portal

ଗରମ କାରଣରୁ ଯେବେ ଝାଳ ବାହାରିଥାଏ ଚର୍ମ ରେ ଥିବା ଛିଦ୍ର ବନ୍ଦ ହୋଇଯାଇଥାଏ , ତେବେ ଶରୀର ରେ ଲାଲ ରଙ୍ଗ ର ଛୋଟ ଛୋଟ ଦାନା ବାହାରି ଆସିଥାଏ । ଏହା ଦ୍ବାରା ବହୁତ କୁଣ୍ଡାଇ ହୋଇଥାଏ ଓ ଜଳାପୋଡା ଅନୁଭୂତ ହୋଇଥାଏ । ଏହାକୁ ଘିମିରି କୁହାଯାଏ । ଏହା ପିଠି , ଛାତି , କମର ଆଖପାଖ ରେ ହୋଇଥାଏ । ଏହା ବହୁତ ଥର ଆପେ ଆପେ ଠିକ୍ ହୋଇ ଯାଇଥାଏ କିନ୍ତୁ ଅନେକ ଥର ଡାକ୍ତରଙ୍କୁ ଦେଖାଇବା କୁ ମଧ୍ୟ ପଡ଼ିଥାଏ ।

ମୁଲତାନି ମାଟି

ମୁଲତାନି ମାଟି ର ପ୍ରୟୋଗ ଘିମିରି ଭଲ କରିବା ପାଇଁ ବହୁତ ଆଗରୁ କର ଯାଉଛି । ଏହା ବନ୍ଦ ଥିବା ଛିଦ୍ର କୁ ଖୋଲି ଥାଏ ଓ ଚର୍ମ କୁ ପୂର୍ଣ୍ଣ ସତେଜ କରିଥାଏ । ଏହାକୁ ଲଗାଇବା ପାଇଁ ଗୋଲାପ ଜଳ ମିଶାନ୍ତୁ । ଏହା ପରେ ଘିମିରି ହୋଇଥିବା ସ୍ଥାନ ରେ ଲଗାଇ ୨୦ ମିନିଟ ଛାଡି ଦେବା । ଏହାକୁ ପ୍ରତିଦିନ ଲଗେଇବା ଓ ଯେବେ ଫରକ ଦେଖା ଯିବାକୁ ଲାଗିବ ଦିନେ ଛଡା ଦିନେ ଲଗାଇବେ ।

କାକୁଡି

ଗରମ କାରଣରୁ କୁଣ୍ଡାଇ ହେଉଥିଲେ କାକୁଡି ଲଗାଇ ଠିକ୍ କରି ହେବ । ଏହା ମୁଁହ କୁ ସାଙ୍ଗେ ସାଙ୍ଗେ ସଫା କରିଥାଏ ଓ ଥଣ୍ଡା ପହଞ୍ଚାଇଥାଏ । ଏଥି ପାଇଁ ଅଧା କାକୁଡି ନେଇ ଏହାକୁ ଛେଲି ପତଳା ପତଳା କାଟି ଦେବା । ଏହାକୁ କିଛି ସମୟ ଫ୍ରିଜ ରେ ଥଣ୍ଡା ହେବା ପାଇଁ ରଖି ଦେବା ଓ ତାପରେ ଏହାକୁ ଘିମିରି ରେ ଲଗାନ୍ତୁ ।

ଖାଇବା ସୋଡା

ଖାଇବା ସୋଡା ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ପାଇଥାଉ । ଏହା ଗରମ ଓ ଝାଳ ପାଇଁ ଶରୀର ରେ ହେଉଥିବା ସଂକ୍ରମଣ କୁ ରୋକିବା ରେ ସାହାଯ୍ୟ କରିଥାଏ । ୨ ଚାମଚ ଖାଇବା ସୋଡ଼ା ୧ ପାତ୍ର ରେ ପାଣି ରେ ମିଶାଇ ଶରୀର ରେ ଘିମିରି ହୋଇଥିବା ସ୍ଥାନ କୁ ସଫା କରନ୍ତୁ । ପ୍ରତିଦିନ ଦିନ ରେ ୨ ଥର ଏମିତି କରିବା ଦ୍ଵାରା ଲାଭ ମିଳିଥାଏ ।

ଏଲୋବେରା ଜେଲ୍

ଏଲୋବେରା ଜେଲ୍ ରେ ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ସେପ୍ଟିକ ଗୁଣ ପାଇଥାଉ , ଯାହା ଭୀଷଣ ଗରମ ପାଇ ହେଉଥିବା ଘିମିରି ରୁ ରକ୍ଷା କରିଥାଏ । ଏହା କୁଣ୍ଡାଇ ହେବା ସହ ଲାଲ ରଙ୍ଗ ରେ ଦାଗ କୁ ମଧ୍ୟ ଦୂର କରିଥାଏ । ଯଦି ଆପଣଙ୍କୁ ଘିମିରି ରୁ ରକ୍ଷା ପାଇବାକୁ ଅଛି ତ ଏଲୋବେରା ଜେଲ୍ ଲଗାନ୍ତୁ । ଏହାକୁ ଦିନ ରେ ଅତିକମ୍ ରେ ୨ ଥର ଲଗାନ୍ତୁ ।

ବରଫ

ବରଫ ର ଥଣ୍ଡା ମୁଁହ କୁ ଗରମ ଓ କୁଣ୍ଡାଇ ହେବା କୁ ଶାନ୍ତ କରିଥାଏ । ଏକ ସୂତା କପଡା ରେ ୨-୩ ଟି ବରଫ ଟୁକୁଡ଼ା ନିଅନ୍ତୁ ଓ ଏହାକୁ ଘିମିରି ହେଉଥିବା ସ୍ଥାନ ରେ ଲଗାନ୍ତୁ । ଆପଣ ଚାହିଁଲେ ପାଣି ରେ ବରଫ ପକାଇ ତାକୁ ମିଳାଇ ଦିଅନ୍ତୁ ଓ ତାପରେ ଏଥିରେ କପଡା ଓଦା କରି ଘିମିରି ବାହାରିଥିବା ସ୍ଥାନ କୁ ସଫା କରନ୍ତୁ ।

ଅମୃତଭଣ୍ଡା

ଅମୃତଭଣ୍ଡା ଜଳାପୋଡା କୁ କମ କରିଥାଏ ଓ କୁଣ୍ଡାଇ ହେବାରୁ ରକ୍ଷା କରିଥାଏ । ଏହାକୁ ଲଗେଇବା ପାଇଁ ଅମୃତଭଣ୍ଡା କୁ ପେଷ୍ଟ କରି ମୁହଁରେ ଲଗେଇବା । ପ୍ରାୟ ୨୦ ରୁ ୨୫ ମିନିଟ ଲଗାଇ ରଖନ୍ତୁ ଓ ତାପରେ ଥଣ୍ଡା ପାଣି ରେ ସଫା କରନ୍ତୁ । ଏମିତି ପ୍ରତିଦିନ କରନ୍ତୁ ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *